Advertisment

୩ ବର୍ଷ ପରେ ପୁଅ ଘରକୁ ଫେରିବା ପରେ...

ସଞ୍ଜରୀ ହରିଆ ନାମ୍ନୀ ଜଣେ ଯୁବତୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଆଉ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେଉଛି। ଏହାକୁ ଦେଖି ଅନେକ ଲୋକଙ୍କ ଆଖରୁ ଲୁହ ଗଡ଼ିଛି। ଏମିତିକି ଅଭିନେତ୍ରୀ କବିତା କୌଶିକ କାନ୍ଦିଛନ୍ତି। ହୁଏତ ଆପଣ ବି ଭିଡିଓଟିକୁ ଦେଖିବା ପରେ କୋହ ସମ୍ଭାଳିପାରିବେ ନାହିଁ। କଥାଟି ହେଉଛି- ସଞ୍ଜରୀ ହରିଆଙ୍କ ଭାଇ ୩ ବର୍ଷ ପରେ ଘରକୁ ଫେରିଥିଲେ। ଭାଇ ଘରକୁ ଆସୁଥିବା କଥା କେବଳ ସଞ୍ଜରୀ […]

୩ ବର୍ଷ ପରେ ପୁଅ ଘରକୁ ଫେରିବା ପରେ...

Haria

Advertisment

ସଞ୍ଜରୀ ହରିଆ ନାମ୍ନୀ ଜଣେ ଯୁବତୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଆଉ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେଉଛି। ଏହାକୁ ଦେଖି ଅନେକ ଲୋକଙ୍କ ଆଖରୁ ଲୁହ ଗଡ଼ିଛି। ଏମିତିକି ଅଭିନେତ୍ରୀ କବିତା କୌଶିକ କାନ୍ଦିଛନ୍ତି। ହୁଏତ ଆପଣ ବି ଭିଡିଓଟିକୁ ଦେଖିବା ପରେ କୋହ ସମ୍ଭାଳିପାରିବେ ନାହିଁ।

Advertisment

କଥାଟି ହେଉଛି- ସଞ୍ଜରୀ ହରିଆଙ୍କ ଭାଇ ୩ ବର୍ଷ ପରେ ଘରକୁ ଫେରିଥିଲେ। ଭାଇ ଘରକୁ ଆସୁଥିବା କଥା କେବଳ ସଞ୍ଜରୀ ଜାଣିଥିଲେ। ସେମାନଙ୍କ ବାପାମା’ ଏହା ବିଷୟରେ କିଛି ଜାଣି ନଥିଲେ। ଆଉ ପୁଅକୁ ଏତେ ବର୍ଷ ପରେ ହଠାତ୍ ଘରେ ଦେଖି ବାପାମା’ଙ୍କ ପ୍ରତିକ୍ରିୟା କେମିତି ଥିଲା, ତାହା ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

ଭିଡିଓଟି ଆରମ୍ଭ ହୋଇଛି ସଞ୍ଜରୀ ତାଙ୍କ ଭାଇଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବାରୁ। ଏହା ପରେ ସଞ୍ଜରୀଙ୍କ ଭାଇ ନିଜେ ଘରର ଲକ୍ ଖୋଲି ଭିତରକୁ ଯାଇଛନ୍ତି। ଆଉ ପ୍ରଥମେ ସେ ଦେଖିଛନ୍ତି ମା’ଙ୍କୁ। ସେତେବେଳେ ତାଙ୍କ ମା’ ରୋଷେଇ ଘରେ ଅଛନ୍ତି। ପୁଅକୁ ଦେଖି ତାଙ୍କ ମା’ ଆଶ୍ଚର୍ଯ୍ୟ ହୋଇ ‘ହେ ଭଗବାନ’ ବୋଲି କହିଛନ୍ତି। ଏହା ପରେ ସେ ପୁଅକୁ ଆଲିଙ୍ଗନ କରି କାନ୍ଦିଛନ୍ତି। ବେଶ୍ କିଛି ସମୟ ଧରି ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ।

Advertisment

ତା’ପରେ ସଞ୍ଜରୀଙ୍କ ଭାଇ ତାଙ୍କ ବାପାଙ୍କୁ ସର୍‌ପ୍ରାଇଜ୍ ଦେଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ସଞ୍ଜରୀଙ୍କ ଭାଇ ଘରର ଏକ ଦ୍ୱାର ନିକଟରେ ଛିଡ଼ା ହୋଇଛନ୍ତି। ଏହି ସମୟରେ ତାଙ୍କ ବାପା କିଛି କହି କହି ଜଲଦି ଜଲଦିରେ ସେହି ଦ୍ୱାର ଦେଇ ବାହାରି ଯାଉଥିବା ବେଳେ ତାଙ୍କ ଆଖି ପୁଅ ଉପରେ ପଡ଼ିଛି। କିଛି କ୍ଷଣ ପାଇଁ ସେ ସ୍ତବ୍ଧ ହୋଇଯାଇଛନ୍ତି। ପୁଅକୁ ତାଙ୍କ ସାମ୍ନାରେ ଛିଡ଼ା ହୋଇଥିବା କଥାକୁ ହଠାତ୍ ବିଶ୍ୱାସ କରି ନପାରି ପ୍ରଥମେ ସେ ଏପଟେ ସେପଟେ ଦେଖିବା ପରେ ‘ମାଇଁ ଡିୟର’ କହି ତାଙ୍କୁ କୋଳେଇ ନେଇଛନ୍ତି। ସେ ପୁଅକୁ ଜୋରରେ ଜାବୁଡ଼ି ଧରି କାନ୍ଦିଛନ୍ତି। ତା’ପରେ ସେ ପୁଅର ମଥାରେ ଏକ ଚୁମ୍ବନ ଦେଇଛନ୍ତି।


ଏହି ଭିଡିଓଟିକୁ ୩ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଲୋକେ ଏହାକୁ ଦେଖି ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଯେଉଁ ଲୋକମାନଙ୍କୁ ଆମେ କେବେ ଭେଟି ନାହାନ୍ତି ବା ଭବିଷ୍ୟତରେ ଭେଟିବାର ସମ୍ଭାବନା ମଧ୍ୟ ନଥାଏ, ସେମାନଙ୍କ ପାଇଁ ଆମେ କାହିଁକି କାନ୍ଦନ୍ତି, ତା’ର ଉତ୍ତର ଏହି ଭିଡିଓ ଦେଖିବା ପରେ ମିଳିଛି।

ଅନ୍ୟ ଜଣେ ସୋଶାଲ୍ ମିଡିଆ ୟୁଜର ଲେଖିଛନ୍ତି, ସାଧାରଣତଃ ବାପାମାନେ ସେମାନଙ୍କ ଭାବନାକୁ ଛୁଆଙ୍କ ସାମ୍ନାରେ ପ୍ରକାଶ କରନ୍ତି ନାହିଁ। ଏହି ଭିଡିଓ ଦେଖିଲେ ଆଖି ଛଳଛଳ ହୋଇଯାଉଛି। ଜଣେ ବାପା ନିଜ ଭାବନା ରୋକି ପାରି ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe