Advertisment

ଜାତୀୟ ପତାକା ଧରି ଷ୍ଟଣ୍ଟ ଦେଖାଇଲେ, ଭିଡିଓ ଭାଇରାଲ୍

ଦେଶ ପାଳନ କରୁଛି ‘ଆଜାଦୀ କା ଅମୃତ ମହୋତ୍ସବ’। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ଆସୁଛି ନିଆରା ଚିତ୍ର। କିଛି ଲୋକ ଏହାକୁ ଟିକେ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି। ଏମିତି ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଜଣେ ଯୁବକଙ୍କ ମୁଣ୍ଡରେ ଗୋଟିଏ କାଚ ଗ୍ଲାସ ଅଛି। ଆଉ ଗ୍ଲାସ ଉପରେ ଅଛି ଦୁଇଟି ଗ୍ୟାସ ସିଲିଣ୍ଡର। ଯୁବକ ଜଣଙ୍କ ମୁଣ୍ଡ […]

ଅଦ୍ୟତନ ହୋଇଛି
ଜାତୀୟ ପତାକା ଧରି ଷ୍ଟଣ୍ଟ ଦେଖାଇଲେ, ଭିଡିଓ ଭାଇରାଲ୍

stunt

Advertisment

ଦେଶ ପାଳନ କରୁଛି ‘ଆଜାଦୀ କା ଅମୃତ ମହୋତ୍ସବ’। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ଆସୁଛି ନିଆରା ଚିତ୍ର। କିଛି ଲୋକ ଏହାକୁ ଟିକେ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି। ଏମିତି ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଭିଡିଓରେ ଜଣେ ଯୁବକଙ୍କ ମୁଣ୍ଡରେ ଗୋଟିଏ କାଚ ଗ୍ଲାସ ଅଛି। ଆଉ ଗ୍ଲାସ ଉପରେ ଅଛି ଦୁଇଟି ଗ୍ୟାସ ସିଲିଣ୍ଡର। ଯୁବକ ଜଣଙ୍କ ମୁଣ୍ଡ ଉପରେ ଏମିତି ଢଙ୍ଗରେ ଦୁଇଟି ଗ୍ୟାସ୍‌ ସିଲିଣ୍ଡରକୁ ବେଶ୍ ସନ୍ତୁଳିତ ଭାବେ ରଖିବା ସହିତ ସେ ଗୋଟିଏ ହାତରେ ଜାତୀୟ ପତାକା ଧରିଛନ୍ତି ଓ ଅନ୍ୟ ହାତରେ ସାଲ୍ୟୁଟ୍ ମାରିଛନ୍ତି। ଏହି ଭିଡିଓର କ୍ୟାପ୍‌ସନ୍‌ରେ ‘ମା’ ତୁଝେ ସଲାମ’ ଲେଖାଯାଇଛି।

ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଦେଶରେ ଟ୍ୟାଲେଣ୍ଟର ଅଭାବ ନାହିଁ ବୋଲି ଅନେକ ଲେଖିଛନ୍ତି। ସୋଶାଲ୍ ମିଡିଆ ୟୁଜର୍ସମାନେ ଏହାକୁ ଲାଇକ୍ କରିବା ସହିତ ଶେଆର କରୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe