Advertisment

ସମୁଦ୍ରରେ ଖେଳିଲା ପିଙ୍କ୍ ଡଲଫିନ୍, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ସାଧାରଣ ଦୁନିଆ ଠାରୁ ସମୁଦ୍ରର ଦୁନିଆ ସମ୍ପୂର୍ଣ୍ଣ ଭିନ୍ନ। ସେଠାକାର ତାପମାତ୍ରା, ଗଛ, କୀଟ ଓ ପଶୁ ସମସ୍ତେ ସାମାନ୍ୟ ଦୁନିଆ ଠାରୁ ଅଲଗା ହୋଇଥାନ୍ତି। ସମୁଦ୍ରରେ ଏବେବି ବଡ଼ ସଂଖ୍ୟାରେ ଏମିତି କିଛି ପ୍ରଜାତି ଅଛନ୍ତି, ଯାହାଙ୍କର ସନ୍ଧାନ ଜାରି ରହିଛି। ସମୁଦ୍ରରେ ପ୍ରାୟତଃ ଡଲଫିନ୍ ଅଧିକ ଦେଖିବାକୁ ମିଳେ। ହେଲେ କେହି କେବେ ପିଙ୍କ୍ ଡଲଫିନ୍ ଦେଖିଛନ୍ତି କି? ଶୁଣିଲେ ସାମାନ୍ୟ ଅଜବ ଲାଗୁଥିଲେ ବି ଏହା ସତ। ଆଜିକାଲି ସୋଶାଲ ମିଡିଆରେ […]

ଅଦ୍ୟତନ ହୋଇଛି
ସମୁଦ୍ରରେ ଖେଳିଲା ପିଙ୍କ୍ ଡଲଫିନ୍, ଭିଡିଓ ଭାଇରାଲ୍

pink-dolphin

Advertisment

ନୂଆଦିଲ୍ଲୀ: ସାଧାରଣ ଦୁନିଆ ଠାରୁ ସମୁଦ୍ରର ଦୁନିଆ ସମ୍ପୂର୍ଣ୍ଣ ଭିନ୍ନ। ସେଠାକାର ତାପମାତ୍ରା, ଗଛ, କୀଟ ଓ ପଶୁ ସମସ୍ତେ ସାମାନ୍ୟ ଦୁନିଆ ଠାରୁ ଅଲଗା ହୋଇଥାନ୍ତି। ସମୁଦ୍ରରେ ଏବେବି ବଡ଼ ସଂଖ୍ୟାରେ ଏମିତି କିଛି ପ୍ରଜାତି ଅଛନ୍ତି, ଯାହାଙ୍କର ସନ୍ଧାନ ଜାରି ରହିଛି। ସମୁଦ୍ରରେ ପ୍ରାୟତଃ ଡଲଫିନ୍ ଅଧିକ ଦେଖିବାକୁ ମିଳେ। ହେଲେ କେହି କେବେ ପିଙ୍କ୍ ଡଲଫିନ୍ ଦେଖିଛନ୍ତି କି? ଶୁଣିଲେ ସାମାନ୍ୟ ଅଜବ ଲାଗୁଥିଲେ ବି ଏହା ସତ।

Advertisment

ଆଜିକାଲି ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଏକ ପିଙ୍କ ଡଲଫିନ୍ ଦେଖିବାକୁ ମିଳିଛି। ଆଉ ଏହି ଡଲଫିନର ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଡଲଫିନ୍ ସମୁଦ୍ରରେ ଖୁବ୍ ମଜାରେ ଖେଳୁଛି। ସାଧାରଣତ ନୀଳ କିମ୍ବା କଳା ରଙ୍ଗର ଡଲଫିନ୍ ଦେଖିବାକୁ ମିଳେ, କିନ୍ତୁ ଏହି ଭିଡିଓରେ ଯେଉଁ ଡଲଫିନ୍ ଦେଖିବାକୁ ମିଳିଛି ତାହା ପିଙ୍କ୍।

https://twitter.com/susantananda3/status/1428366697489059845?s=20

ଏହି ଭିଡିଓ କୌଣସି ସମୁଦ୍ରରୁ ଶୁଟ୍ କରାଯାଇଛି। ହେଲେ ଏହା କେଉଁଠିକାର, ତା'ର ସୂଚନା ଦିଆଯାଇନାହିଁ। ଡଲଫିନ୍ ହେଉଛି ଏକ ଫ୍ରେଣ୍ଡଲୀ ସାମୁଦ୍ରିକ ଜୀବ। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ପିଙ୍କ ଡଲଫିନ୍ ପାଣିରେ ଛୋଟ ଛୁଆଙ୍କ ଭଳି ଖେଳୁଛି। କେତେବେଳେ ପାଣି ଉପରକୁ ଯାଉଛି ତ କେତେବେଳେ ପାଣି ଭିତରକୁ ଚାଲି ଯାଉଛି। ସମୁଦ୍ରରେ ଏଭଳି ଦୃଶ୍ୟ ଖୁବ୍ ଜବରଦସ୍ତ ହୋଇଛି।

Advertisment

ଏହି ଭିଡିଓକୁ ଆଇଏଫସ୍ ଅଫିସର୍ ସୁଶାନ୍ତ ନନ୍ଦ ଟ୍ୱିଟରରେ ଶେୟାର୍ କରିଛନ୍ତି। ଭିଡିଓକୁ ଶେୟାର୍ କରି ସେ ଲେଖିଛନ୍ତି, ଯଦି ଆପଣମାନେ ପିଙ୍କ ଡଲଫିନ୍ ଦେଖିନାହାନ୍ତି, ତାହେଲେ ଏଠାରେ ଦେଖନ୍ତୁ। ଏହି ଭିଡିଓଟି ମାତ୍ର ୧୫ ସେକେଣ୍ଡର। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭୬ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ସୋଶାଲ ମିଡିଆରେ ଭିଡିଓଟି ଖୁବ୍ ଭାଇରାଲ୍ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe