Advertisment

ଦେଖନ୍ତୁ- ରୋହିତ, ଶ୍ରେୟସ ଓ ଶର୍ଦ୍ଦୁଲଙ୍କ ନୃତ୍ୟ, ଭାଇରାଲ୍‌ ହେଉଛି ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଏହି ଭିଡିଓଟି କ୍ରିକେଟର ରୋହିତ ଶର୍ମା, ଶ୍ରେୟସ ଆୟର ଓ ଶର୍ଦ୍ଦୁଲ ଠାକୁରଙ୍କର। ଏଥିରେ ସେମାନେ ନୃତ୍ୟ କରୁଛନ୍ତି। ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ଏକ ଲୋକପ୍ରିୟ ଗୀତ ହେଉଛି- ‘କୋଇ ସହରୀ ବାବୁ…’। ଆଉ ଏହି ଗୀତର ରିମିକ୍ସରେ ନୃତ୍ୟ କରିଛନ୍ତି ରୋହିତ, ଶ୍ରେୟସ ଓ ଶର୍ଦ୍ଦୁଲ। ଏହି ଭିଡିଓଟି କ୍ଲିପ୍‌ଟିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି […]

ଦେଖନ୍ତୁ- ରୋହିତ, ଶ୍ରେୟସ ଓ ଶର୍ଦ୍ଦୁଲଙ୍କ ନୃତ୍ୟ, ଭାଇରାଲ୍‌ ହେଉଛି ଭିଡିଓ

Rohit, Shreaysh and shardul

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଏହି ଭିଡିଓଟି କ୍ରିକେଟର ରୋହିତ ଶର୍ମା, ଶ୍ରେୟସ ଆୟର ଓ ଶର୍ଦ୍ଦୁଲ ଠାକୁରଙ୍କର। ଏଥିରେ ସେମାନେ ନୃତ୍ୟ କରୁଛନ୍ତି।

Advertisment

ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ଏକ ଲୋକପ୍ରିୟ ଗୀତ ହେଉଛି- ‘କୋଇ ସହରୀ ବାବୁ...’। ଆଉ ଏହି ଗୀତର ରିମିକ୍ସରେ ନୃତ୍ୟ କରିଛନ୍ତି ରୋହିତ, ଶ୍ରେୟସ ଓ ଶର୍ଦ୍ଦୁଲ। ଏହି ଭିଡିଓଟି କ୍ଲିପ୍‌ଟିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ରୋହିତ ଶର୍ମା।

ଭିଡିଓଟିରେ ତିନି ଜଣଙ୍କ ମଧ୍ୟରୁ ଶ୍ରେୟସ ଭଲ ନାଚିଛନ୍ତି। ତାଙ୍କ ମୁଭ୍‌ ଗୁଡ଼ିକ ବେଶ୍ ପରଫେକ୍ଟ ଲାଗୁଛି। ଭିଡିଓଟି ପୋଷ୍ଟ କରି ରୋହିତ ଶର୍ମା ମଧ୍ୟ ଏ କଥା ଲେଖିଛନ୍ତି। ସେ ଲେଖିଛନ୍ତି- ଖୁବ୍ ବଢ଼ିଆ ଶ୍ରେୟସ। ତୁମର ସମସ୍ତ ମୁଭ୍ ଗୁଡ଼ିକ ପୂରା ଠିକ୍ ଥିଲା।

Advertisment

ରୋହିତ ଏହି ଭିଡିଓଟିକୁ ପୋଷ୍ଟ କରିବା ପରେ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ସାଧାରଣ ୟୁଜରମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କ୍ରିକେଟର ଦୀନେଶ କାର୍ତ୍ତିକ ଲେଖିଛନ୍ତି- ଖୁବ୍ ସୁନ୍ଦର।

ସୂଚନାଯୋଗ୍ୟ, ‘କୋଇ ସହରୀ ବାବୁ...’ ଗୀତଟି ୧୯୭୩ରେ ରିଲିଜ୍ ହୋଇଥିବା ବଲିଉଡ୍‌ ଫିଲ୍ମ ‘ଲୋଫର’ର। ଏଥିରେ ଧର୍ମେନ୍ଦ୍ର ଓ ମମତାଜ ମୁଖ ଚରିତ୍ରରେ ଅଭିନୟ କରିଥିଲେ। ଆଶା ଭୋସଲେ ଗୀତଟିକୁ ଗାଇ ଥିବା ବେଳେ ଲକ୍ଷ୍ମୀକାନ୍ତ ଓ ପ୍ୟାରେଲାଲ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।

https://www.instagram.com/p/CWu9cvSKykd/?utm_source=ig_embed&utm_campaign=embed_video_watch_again

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe