Advertisment

ବର୍ଦିରେ ମହିଳାଙ୍କ ହାତରୁ ମସାଜ ଖାଇଲେ, ନିଲମ୍ବିତ ହେଲେ

ଲକ୍ଷ୍ନୌ: ବର୍ଦିରେ ପାର୍ଲରରେ ବସି ମହିଳାଙ୍କ ହାତରୁ ମସାଜ କରାଇଲେ ପୁଲିସ ବାବୁ। ହେଲେ ମସାଜ କରାଇବା ପୁଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା। ନିଜ ଚେହେରାକୁ ସୁନ୍ଦର କରିବାକୁ ଯାଇ ଫସିଗଲେ ଆଉ ସସ୍‌ପେଣ୍ଡ ବି ହେଲେ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି କିଛି ଏଭଳି ଘଟଣା, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର ସିଭିଲ ଲାଇନ୍‌ ସ୍ଥିତ ଏକ ୟୁନିସେକ୍ସ ପାର୍ଲରରେ ସୁଭାଷ ଚେକ୍‌ ପୋଷ୍ଟରରେ ନିୟୋଜିତ ଥିବା ଇନ୍ସପେକ୍ଟର ରାକେଶ ଚନ୍ଦ୍ର […]

ଅଦ୍ୟତନ ହୋଇଛି
ବର୍ଦିରେ ମହିଳାଙ୍କ ହାତରୁ ମସାଜ ଖାଇଲେ, ନିଲମ୍ବିତ ହେଲେ

subinspector-doing-massage-in-uniform

Advertisment

ଲକ୍ଷ୍ନୌ: ବର୍ଦିରେ ପାର୍ଲରରେ ବସି ମହିଳାଙ୍କ ହାତରୁ ମସାଜ କରାଇଲେ ପୁଲିସ ବାବୁ। ହେଲେ ମସାଜ କରାଇବା ପୁଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା। ନିଜ ଚେହେରାକୁ ସୁନ୍ଦର କରିବାକୁ ଯାଇ ଫସିଗଲେ ଆଉ ସସ୍‌ପେଣ୍ଡ ବି ହେଲେ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି କିଛି ଏଭଳି ଘଟଣା, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଉତ୍ତରପ୍ରଦେଶର ସିଭିଲ ଲାଇନ୍‌ ସ୍ଥିତ ଏକ ୟୁନିସେକ୍ସ ପାର୍ଲରରେ ସୁଭାଷ ଚେକ୍‌ ପୋଷ୍ଟରରେ ନିୟୋଜିତ ଥିବା ଇନ୍ସପେକ୍ଟର ରାକେଶ ଚନ୍ଦ୍ର ଶର୍ମା ଏକ ଚେୟାରରେ ବସିଛନ୍ତି। ଜଣେ ମହିଳା ତାଙ୍କୁ ମାଲିସ୍ କରୁଛନ୍ତି। ପାର୍ଲରରେ ବସି ମସାଜ ଖାଉଥିବା ପୁଲିସ ବାବୁଙ୍କ ଏହି ଭିଡିଓକୁ କେହି ଜଣେ ବ୍ୟକ୍ତି ସୋଶାଲ ମିଡିଆରେ ଶେଆର କରିବା ପରେ ହଇଚଇ ସୃଷ୍ଟି ହୋଇଛି।

କୁହାଯାଉଛି, ଏହି ଭିଡିଓଟି ସପ୍ତାହେ ପୂର୍ବର। ଭିଡିଓ ଭାଇରାଲ ହେବା ପରେ ଘଟଣାର ତଦନ୍ତ କରାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ତଦନ୍ତ ରିପୋର୍ଟ ଆସିବା ପରେ ଇନ୍ସପେକ୍ଟର ରାକେଶ ଚନ୍ଦ୍ର ଶର୍ମାଙ୍କୁ ନିଲମ୍ବନ କରାଯାଇଛି। ତେବେ ନିଲମ୍ବନର କାରଣ କ'ଣ, ତାହା ସ୍ପଷ୍ଟ ଭାବେ କିଛି ଜଣାଇନାହିଁ ପୁଲିସ।

Advertisment

ଉଲ୍ଲେଖଯୋଗ୍ୟ, ଗତ ଦୁଇ ଦିନ ପୂର୍ବେ ସିଭିଲ୍‌ ଲାଇନ୍ସରେ ଏକ ମସାଜ ପାର୍ଲର୍‌ରେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ପୁଲିସ ଅଫିସର୍‌ଙ୍କୁ ଗିରଫ କରାଯାଇଥିଲା। ପୁଲିସ ବାବୁ ଜଣକ ମସାଜ ପାର୍ଲରକୁ ଆସି ମହିଳାଙ୍କ ସହ ଅସଦାଚରଣ କରିବା ସହ ପାଟିତୁଣ୍ଡ କରିଥିଲେ, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe