Advertisment

ବାଇକ୍ ସମେତ ଚାଳକଙ୍କୁ ମଧ୍ୟ ଉଠାଇ ଆଣିଲା ପୁଲିସ

ମୁମ୍ବାଇ: ବନ୍ୟା ସମୟରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ଏୟାରଲିପ୍ଟ କରାଯାଉଥିବା ଆପଣମାନେ ଦେଖିଥିବେ। କିନ୍ତୁ କେବେ ବାଇକ୍‌ ସହ ବାଇକ ଉପରେ ବସିଥିବା ଚାଳକଙ୍କୁ ମଧ୍ୟ ଏୟାରଲିଫ୍ଟ କରାଯାଇଥିବା ଦେଖିଛନ୍ତି? ନିକଟରେ ଏଭଳି ହିଁ ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି। ମହାରାଷ୍ଟ୍ର ପୁଣେରୁ ଏଭଳି ଏକ ଅଜବଗଜବ ଭିଡିଓ ସାମ୍ନାକୁ ଆସିଛି। ନୋ ପାର୍କିଂ ଜୋନ୍‌ରେ ବାଇକ୍‌ ଠିଆ କରିଥିବା ଏକ ବାଇକ୍‌କୁ ଟ୍ରାଫିକ୍‌ ପୁଲିସ […]

ଅଦ୍ୟତନ ହୋଇଛି
ବାଇକ୍ ସମେତ ଚାଳକଙ୍କୁ ମଧ୍ୟ ଉଠାଇ ଆଣିଲା ପୁଲିସ

traffic police towed rider along with bike

Advertisment

ମୁମ୍ବାଇ: ବନ୍ୟା ସମୟରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ଏୟାରଲିପ୍ଟ କରାଯାଉଥିବା ଆପଣମାନେ ଦେଖିଥିବେ। କିନ୍ତୁ କେବେ ବାଇକ୍‌ ସହ ବାଇକ ଉପରେ ବସିଥିବା ଚାଳକଙ୍କୁ ମଧ୍ୟ ଏୟାରଲିଫ୍ଟ କରାଯାଇଥିବା ଦେଖିଛନ୍ତି? ନିକଟରେ ଏଭଳି ହିଁ ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

Advertisment

ମହାରାଷ୍ଟ୍ର ପୁଣେରୁ ଏଭଳି ଏକ ଅଜବଗଜବ ଭିଡିଓ ସାମ୍ନାକୁ ଆସିଛି। ନୋ ପାର୍କିଂ ଜୋନ୍‌ରେ ବାଇକ୍‌ ଠିଆ କରିଥିବା ଏକ ବାଇକ୍‌କୁ ଟ୍ରାଫିକ୍‌ ପୁଲିସ କ୍ରେନ ସାହାଯ୍ୟରେ ଉଠାଇ ଆଣିଛି। ମଜା କଥା ହେଉଛି ଯେ, ଏହି ବାଇକ୍‌କୁ ଉଠାଇବା ସମୟରେ ବାଇକ୍‌ ଚାଳକ ଜଣକ ବାଇକ୍‌ ଉପରେ ବସିଥିବ ନଜର ଆସିଥିଲେ। ଏହି ଦୃଶ୍ୟକୁ ଦେଖି ସେଠାରେ ପ୍ରବଳ ଭିଡ ଜମିଥିଲା।

ବାଇକ ଚାଳକ ଜଣକ ବାଇକ୍‌କୁ ତଳକୁ ଓହ୍ଲାଇବା ପାଇଁ ଅନୁରୋଧ କରିଥିଲେ। କହିଥିଲେ-'ସାର୍‌ ମୋ ବାଇକ୍‌ଟି ନୋ ପାର୍କିଂ ଜୋନ୍‌ରେ ନଥିଲା।' ଏହା କହିବା ସତ୍ତ୍ୱେ ଟ୍ରାଫିକ ପୁଲିସ ଜଣକ କିଛି ଶୁଣି ନଥିଲେ। ବାଇକ୍‌ ସମେତ ବାଇକ୍‌ ଚାଳକଙ୍କୁ ମଧ୍ୟ କ୍ରେନ୍‌ ସହାଯ୍ୟରେ ଉଠାଇ ନେଇଥିଲେ। ଏହି ସମସ୍ତ ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଭାଇରାଲ ହୋଇଛି। ଟ୍ରାଫିକ ବିଭାଗର ଏଭଳି କାର୍ଯ୍ୟ ଉପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ସେପଟେ ଏହି ଘଟଣାକୁ ନେଇ ପୁଣେ ଟ୍ରାଫିକ୍‌ ଡିସିପି ରାହୁଲ ଶ୍ରୀରାମ କହିଛନ୍ତି, 'ବାଇକ୍‌ଟି ନୋ ପାର୍କିଂ ଜୋନ୍‌ରେ ପାର୍କିଂ ହୋଇଥିଲା। ଯେତେବେଳେ ଆମ ଅଧିକାରୀମାନେ ଉକ୍ତ ବାଇକ୍‌କୁ ଉଠାଇ ନେଇଥିଲେ, ସେତେବେଳେ ବାଇକର ମାଲିକ ଦୌଡି ଆସି ବାଇକ୍‌ ଉପରେ ବସି ପଡିଥିଲେ। ତାଙ୍କୁ ବାଇକ୍‌ ଉପରୁ ତଳକୁ ଓହ୍ଲାଇବାକୁ ଅନୁରୋଧ କରାଯାଇଥିଲା, କିନ୍ତୁ ସେ ଶୁଣି ନଥିଲେ। ପରେ ସେ ନିଜ ଭୁଲ ମାନିଛନ୍ତି। ଜରିମାନା ମଧ୍ୟ ଦେଇଥିବା ଟ୍ରାଫିକ ଡିସିପି କହିଛନ୍ତି।'

https://twitter.com/ANI/status/1428712641271267339?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe