Advertisment

ବଧୂ ବେଶରେ ବୁଲେଟ୍‌ ଚଢ଼ିଲେ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ହାତରେ ଶଙ୍ଖା, ଦେହରେ ନାଲି ଲେହେଙ୍ଗା। ପୂରାପୁରି ସଜେଇ ହୋଇଛନ୍ତି ନବ ବଧୂ ଗେଟ୍‌ଅପ୍‌ରେ। କେବଳ ବରକୁ ଅପେକ୍ଷା। ତେବେ ବିବାହ ପୂର୍ବରୁ ବୁଲେଟ ଚଢ଼ିଛନ୍ତି ଏହି ନବ ବଧୂ। କେବଳ ବୁଲେଟ୍‌ ଚଢ଼ି ନାହାନ୍ତି ରାସ୍ତା ଉପରେ କରିଛନ୍ତି ଜବରଦସ୍ତ ଡ୍ରାଇଭିଂ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିବାହ ଦିନ ସାଧାରଣତଃ ଅଧିକାଂଶ ଯୁବତୀ ଲାଜ କରନ୍ତି। କିନ୍ତୁ ଏହି ନବବଧୂ ଜଣକ ଲାଜ ବଦଳରେ ଦେଖାଇଛନ୍ତି ନିଜ […]

author-image
Madhupriya Mistry
ବଧୂ ବେଶରେ ବୁଲେଟ୍‌ ଚଢ଼ିଲେ, ଭିଡିଓ ଭାଇରାଲ

bride-drives-bullet

ନୂଆଦିଲ୍ଲୀ: ହାତରେ ଶଙ୍ଖା, ଦେହରେ ନାଲି ଲେହେଙ୍ଗା। ପୂରାପୁରି ସଜେଇ ହୋଇଛନ୍ତି ନବ ବଧୂ ଗେଟ୍‌ଅପ୍‌ରେ। କେବଳ ବରକୁ ଅପେକ୍ଷା। ତେବେ ବିବାହ ପୂର୍ବରୁ ବୁଲେଟ ଚଢ଼ିଛନ୍ତି ଏହି ନବ ବଧୂ। କେବଳ ବୁଲେଟ୍‌ ଚଢ଼ି ନାହାନ୍ତି ରାସ୍ତା ଉପରେ କରିଛନ୍ତି ଜବରଦସ୍ତ ଡ୍ରାଇଭିଂ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବିବାହ ଦିନ ସାଧାରଣତଃ ଅଧିକାଂଶ ଯୁବତୀ ଲାଜ କରନ୍ତି। କିନ୍ତୁ ଏହି ନବବଧୂ ଜଣକ ଲାଜ ବଦଳରେ ଦେଖାଇଛନ୍ତି ନିଜ ସ୍ୱାଗ୍‌। ବିବାହ ପୂର୍ବରୁ ସେ ରାସ୍ତା ଉପରେ ବୁଲେଟ୍‌ ଧରି ବୁଲିଛନ୍ତି। ସାଜିଛନ୍ତି ବୁଲେଟ୍‌ ରାଣୀ। ଯୁବତୀଙ୍କ ଏଭଳି ଅନ୍ଦାଜ ଏବେ ସମସ୍ତଙ୍କୁ ପସନ୍ଦ ଆସିଛି। ଏହି ଭିଡିଓକୁ witty_wedding ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରାଯାଇଛି। ଏହାର କ୍ୟାପସନରେ ଲେଖା ଅଛି, 'ଯେତେବେଳେ ଆପଣଙ୍କ ପରିବାର ଲୋକଙ୍କ ପକ୍ଷରୁ ଲଭ୍‌ ମ୍ୟାରେଜ୍‌ ପାଇଁ ସହମିତି ମିଳିଯାଏ।' ତେବେ ଏହି ଭିଡିଓରେ ନଜର ଆସିଥିବା ଯୁବତୀ ଜଣକ କିଏ ଓ ଏହା କେଉଁଠିକାର ସେ ନେଇ କୌଣସି ସୂଚନା ମିଳିନାହିଁ।

ସେପଟେ ଭିଡିଓଟି ଭାଇରାଲ ହେବା ପରେ ଅନେକ ଲୋକେ ଏଥିରେ କମେଣ୍ଟ କରିଛନ୍ତି। କେହି କେହି ପ୍ରଶଂସା କରିଥିବା ବେଳେ ଆଉ କେହି କେହି ଏଭଳି ହେଲମେଟ ନ ପିନ୍ଧି ବୁଲେଟ ଚଲାଇବାକୁ ନେଇ ଆପତ୍ତି ଉଠାଇଛନ୍ତି। ଏଭଳି ହେଭି ଲେହେଙ୍ଗାରେ ବୁଲେଟ ଚଲାଇବା ବିପଦ ହୋଇପାରେ ବୋଲି ଜଣେ ୟୁଜର୍ସ ଏହି ଭିଡିଓରେ କମେଣ୍ଟ କରିଛନ୍ତି। ସେହିପିର ଆଉ ଜଣେ ହେଲମେଟ୍‌ ନ ପିନ୍ଧି ବାଇକ୍‌ ବିଲକୁଲ ଠିକ୍‌ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି।

Advertisment