Advertisment

ବର୍ଷା, ବରଯାତ୍ରୀ ଓ ଭାଇରାଲ ଭିଡିଓ

ଇନ୍ଦୋର: ବରଯାତ୍ରୀ ଯେତେବେଳେ ରୋଷଣୀ କରି କନ୍ୟା ଘର ଅଭିମୁଖେ ବାହାରେ, ସେତେବେଳେ ଖରା କି ବର୍ଷା ସେମାନଙ୍କୁ ଅଟକାଇ ପାରେନାହିଁ। ପ୍ରଚଣ୍ଡ ଖରାରେ ବରଯାତ୍ରୀ ନାଚି ନାଚି ଯାଉଥିବା ଆପଣମାନେ ଦେଖିଥିବେ। ସେହିପରି ପ୍ରବଳ ବର୍ଷାରେ ବି ବରଯାତ୍ରୀ ନାଚି ନାଚି ଯାଉଥିବା ଦେଖିଥିବେ। ତେବେ ଏବେ ସୋଶାଲ୍ ମିଡିଆରେ ଯେଉଁ ଦୃଶ୍ୟଟି ଭାଇରାଲ ହେଉଛି, ତାହା ଆପଣ ପୂର୍ବରୁ ହୁଏତ କେବେ ଦେଖି ନଥିବେ। ବର୍ଷା ଛେଚୁଛି। ତା’ ତାଳେ ତାଳେ ଜୋରରେ ଗୀତ […]

ଅଦ୍ୟତନ ହୋଇଛି
ବର୍ଷା, ବରଯାତ୍ରୀ ଓ ଭାଇରାଲ ଭିଡିଓ

rain

Advertisment

ଇନ୍ଦୋର: ବରଯାତ୍ରୀ ଯେତେବେଳେ ରୋଷଣୀ କରି କନ୍ୟା ଘର ଅଭିମୁଖେ ବାହାରେ, ସେତେବେଳେ ଖରା କି ବର୍ଷା ସେମାନଙ୍କୁ ଅଟକାଇ ପାରେନାହିଁ। ପ୍ରଚଣ୍ଡ ଖରାରେ ବରଯାତ୍ରୀ ନାଚି ନାଚି ଯାଉଥିବା ଆପଣମାନେ ଦେଖିଥିବେ। ସେହିପରି ପ୍ରବଳ ବର୍ଷାରେ ବି ବରଯାତ୍ରୀ ନାଚି ନାଚି ଯାଉଥିବା ଦେଖିଥିବେ। ତେବେ ଏବେ ସୋଶାଲ୍ ମିଡିଆରେ ଯେଉଁ ଦୃଶ୍ୟଟି ଭାଇରାଲ ହେଉଛି, ତାହା ଆପଣ ପୂର୍ବରୁ ହୁଏତ କେବେ ଦେଖି ନଥିବେ।

Advertisment

ବର୍ଷା ଛେଚୁଛି। ତା’ ତାଳେ ତାଳେ ଜୋରରେ ଗୀତ ବି ବାଜୁଛି। ଅଳ୍ପ କିଛି ଲୋକ ବର୍ଷାକୁ ଖାତିର ନ କରି ନାଚୁଛନ୍ତି ଓ କନ୍ୟା ଘର ଅଭିମୁଖେ ଯାଉଛନ୍ତି। ଆଉ ସେମାନଙ୍କ ପଛରେ ଚାଲି ଚାଲି ଯାଉଛନ୍ତି ବରଯାତ୍ରୀରେ ସାମିଲ ଅନ୍ୟ ଲୋକମାନେ। କିନ୍ତୁ ସେମାନେ ବର୍ଷାରେ ଭିଜୁ ନାହାନ୍ତି। କାରଣ ସେମାନେ ଘୋଡ଼ାଇ ହୋଇଛନ୍ତି ଏକ ବଡ଼ ତାର୍‌ପଲିନ୍‌ରେ। ଦୃଶ୍ୟଟି ବେଶ୍ ରୋଚକ ହୋଇଛି। ସେଥିପାଇଁ ବହୁ ଟ୍ୱିଟର ୟୁଜର ଏହାକୁ ଶେଆର କରିଛନ୍ତି। ବହୁ ଲୋକ ଏହାକୁ ଦେଖି ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି- ଏହା କେବଳ ଭାରତରେ ସମ୍ଭବ। ଆଉ ଜଣେ ଲେଖିଛନ୍ତି- ଯାହା ହେଉନା କାହିଁକି ଆମେ ବରକୁ ରୋଷଣୀ କରି ନେବୁ।

ଘଟଣାଟି ମଧ୍ୟପ୍ରଦେଶର ଇନ୍ଦୋରର ପରଦେଶୀପୁର ଅଞ୍ଚଳର। ମଙ୍ଗଳବାର ଏହି ବାହାଘର ହୋଇଥିଲା। ଯେତେବେଳେ ବରଯାତ୍ରୀ ରୋଷଣୀ କରି ବାହାରିଥିଲା ସେତେବେଳେ ପାଗ ଭଲ ଥିଲା। କିନ୍ତୁ ବାଟରେ ଜୋର ବର୍ଷା ହୋଇଥିଲା। ବର୍ଷାକୁ ଦେଖି ଏକ ବଡ଼ ତାରପଲିନ୍ ମଗାଯାଇଥିଲା। ଏହାକୁ ଢାଲ କରି ବରଯାତ୍ରୀ କନ୍ୟା ଘର ଅଭିମୁଖେ ରୋଷଣୀରେ ଯାଇଥିଲେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe