Advertisment

ଅଣ୍ଡା ନା ଛୁଆ ଜନ୍ମ ଦିଏ ଏଣ୍ଡୁଅ, ଭାଇରାଲ୍ ଭିଡିଓରେ ଦେଖନ୍ତୁ..

ନୂଆଦିଲ୍ଲୀ : ଆପଣ କେବେ ଏଣ୍ଡୁଅକୁ ଅଣ୍ଡା ଦେବା ପରିବର୍ତ୍ତେ ଛୁଆ ଜନ୍ମ କରିବାର ଦେଖିଛନ୍ତି କି ? ଯଦି ଦେଖିନାହାନ୍ତି, ତେବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଟିକୁ ଦେଖନ୍ତୁ। ସବୁଜ ରଙ୍ଗର ଏହି ଏଣ୍ଡୁଅଟି ଛୁଆ ଜନ୍ମ କରୁଥିବା ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ୩୦ ସେକେଣ୍ଡର ଏହି ଭାଇରାଲ୍‌ ଭିଡିଓରେ ପ୍ରଥମେ ଏଣ୍ଡୁଅଟି ଗଛର ଏକ ଡାଳରେ ବସିଥିବା ଦେଖାଯାଇଛି। ଏହାର କିଛି ସମୟ ପରେ […]

ଅଣ୍ଡା ନା ଛୁଆ ଜନ୍ମ ଦିଏ ଏଣ୍ଡୁଅ, ଭାଇରାଲ୍ ଭିଡିଓରେ ଦେଖନ୍ତୁ..

champ

Advertisment

ନୂଆଦିଲ୍ଲୀ : ଆପଣ କେବେ ଏଣ୍ଡୁଅକୁ ଅଣ୍ଡା ଦେବା ପରିବର୍ତ୍ତେ ଛୁଆ ଜନ୍ମ କରିବାର ଦେଖିଛନ୍ତି କି ? ଯଦି ଦେଖିନାହାନ୍ତି, ତେବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଟିକୁ ଦେଖନ୍ତୁ। ସବୁଜ ରଙ୍ଗର ଏହି ଏଣ୍ଡୁଅଟି ଛୁଆ ଜନ୍ମ କରୁଥିବା ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି।

Advertisment

୩୦ ସେକେଣ୍ଡର ଏହି ଭାଇରାଲ୍‌ ଭିଡିଓରେ ପ୍ରଥମେ ଏଣ୍ଡୁଅଟି ଗଛର ଏକ ଡାଳରେ ବସିଥିବା ଦେଖାଯାଇଛି। ଏହାର କିଛି ସମୟ ପରେ ଛୁଆଟିକୁ ଜନ୍ମ ଦେଉଛି। ଯାହାର ଆକାର ଏକ ଛୋଟ ମାଂସ ପିଣ୍ଡୁଳା ପରି ଜଣାପଡୁଛି। ହେଲେ ପରେ ଏହି ବଲ୍‌ ଆକାରର ମାଂସ ପିଣ୍ଡୁଳାଟି ମା’ ଏଣ୍ଡୁଅର ପେଟରୁ ବାହାରି ପତ୍ର ଉପରେ ପଡୁଛି। ଧିରେ ଧିରେ ଛୁଆ ଏଣ୍ଡୁଅଟି ଚାଲିବା ଆରମ୍ଭ କରୁଛି। ଏହି ଦୃଶ୍ୟ ୟୁଜରଙ୍କୁ ଆକୃଷ୍ଟ କରିଛି। ଯାହାକୁ ପୂର୍ବରୁ କେହି କେବେ ଦେଖିନଥିବେ।

Advertisment

ଟ୍ୱିଟରରେ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ଭିଡିଓଟିକୁ ଦେଖିବା ପରେ କିଛି ୟୁଜର କହିଛନ୍ତି, ଆମେ ଭାବୁଥିଲୁ, ଏଣ୍ଡୁଅ ଅଣ୍ଡା ଦିଅନ୍ତି। କିନ୍ତୁ ଏଠାରେ ଆମେ ଆମେ ସିଧାସଳଖ ଛୁଆକୁ ଜନ୍ମ ହେଉଥିବାର ଦେଖୁଛୁ।

ସେହିପରି କିଛି ୟୁଜର ଏହାକୁ ପ୍ରକୃତିର ନିୟମ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନ୍ୟ କିଛି ଏଣ୍ଡୁଅ ଅଣ୍ଡା ପରିବର୍ତ୍ତେ ଛୁଆ ଜନ୍ମ କରନ୍ତି ବୋଲି ବିଶ୍ୱାସ କରିପାରୁନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe