ଚୋରାଇ ନେଉଥିଲେ କାର୍‌, ହେଲେ...

ସ୍ପେନ୍‌:ପଣ୍ଡ ହେଲା କାର୍‌ ଚୋରି ଉଦ୍ୟମ। ଗାଡ଼ି ନେଇ ଚମ୍ପଟ ମାରିବାବେଳେ ମେଟ୍ରୋ ଷ୍ଟେସନ୍‌ର ସିଡ଼ିରେ ଫସିଗଲା କାର୍‌। ଆଉ ଏହାକୁ ଉଦ୍ଧାର କରିବାକୁ ବହୁ ପରିଶ୍ରମ କରିଥିଲେ ଅଗ୍ନିଶମ କର୍ମଚାରୀ। ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ବେଳେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିକଟରେ ସ୍ପେନ୍‌ର ରାଜଧାନୀ ମାଡ୍ରିଡ୍‌ର ଏକ ମେଟ୍ରୋ ଷ୍ଟେସନ୍‌ରେ ଜଣେ ଯୁବକ କାର୍‌ ଚୋରି କରିବାକୁ ପ୍ରୟାସ କରିଥିଲେ। ହେଲେ ସେ କାର୍‌ଟିକୁ ଚୋରି କରି […]

car metro

car metro

Sonali Kabi
  • Published: Thursday, 25 August 2022
  • Updated: 25 August 2022, 05:11 PM IST

Sports

Latest News

ସ୍ପେନ୍‌:ପଣ୍ଡ ହେଲା କାର୍‌ ଚୋରି ଉଦ୍ୟମ। ଗାଡ଼ି ନେଇ ଚମ୍ପଟ ମାରିବାବେଳେ ମେଟ୍ରୋ ଷ୍ଟେସନ୍‌ର ସିଡ଼ିରେ ଫସିଗଲା କାର୍‌। ଆଉ ଏହାକୁ ଉଦ୍ଧାର କରିବାକୁ ବହୁ ପରିଶ୍ରମ କରିଥିଲେ ଅଗ୍ନିଶମ କର୍ମଚାରୀ। ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ବେଳେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ନିକଟରେ ସ୍ପେନ୍‌ର ରାଜଧାନୀ ମାଡ୍ରିଡ୍‌ର ଏକ ମେଟ୍ରୋ ଷ୍ଟେସନ୍‌ରେ ଜଣେ ଯୁବକ କାର୍‌ ଚୋରି କରିବାକୁ ପ୍ରୟାସ କରିଥିଲେ। ହେଲେ ସେ କାର୍‌ଟିକୁ ଚୋରି କରି ନେବାରେ ବିଫଳ ହୋଇଥିଲେ। ତାଙ୍କର ଏହି କଳାକାରନାମା ଯୋଗୁଁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା। ଅନେକ ଘଣ୍ଟାର ପ୍ରୟାସ ପରେ କାର୍‌ଟିକୁ ସିଡ଼ିରୁ ଉଦ୍ଧାର କରାଯାଇଥିଲା।

ଭାଇରାଲ ଭିଡିଓଟିକୁ ମାଡ଼୍ରିଡ୍‌ ପ୍ରଶାସନର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓରେ ଏକ ଧଳା ରଙ୍ଗର କାର୍‌ ମଟ୍ରୋ ଷ୍ଟେସନ୍‌ର ସିଡ଼ିରେ ଅଟକି ରହିଛି। ଆଉ ସେହି କାର୍‌କୁ ବାହାର କରିବା ପାଇଁ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଉଦ୍ୟମ କରୁଛନ୍ତି। ଲୁହା ଚେନ୍‌ ବାନ୍ଧି ସେମାନେ କାର୍‌ଟିକୁ ଉପରକୁ ଟାଣୁଛନ୍ତି।

https://twitter.com/EmergenciasMad/status/1561873637237481472?s=20&t=YqcWfdSHc3gLmPJMrl3sCw

କାର୍‌ ଡ୍ରାଇଭର ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ କେହି ମୃତାହାତ ହୋଇନାହାନ୍ତି। କାର୍‌ ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରାଯାଉଛି ବୋଲି ସ୍ଥାନୀୟ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos