Advertisment

ମ୍ୟାଚ ବେଳେ ବିରାଟଙ୍କ ନାଗିନ ଡ୍ୟାନ୍ସ!

ଲଣ୍ଡନ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଇଂଲଣ୍ଡର ଲର୍ଡସରେ ଚାଲିଛି। ଦଳ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୬୪ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଦ୍ୱିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା। ଏହି ଦ୍ୱିତୀୟ ଦିନରେ ବିରାଟ କୋହଲିଙ୍କ ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବିରାଟ କୋହଲିଙ୍କ ଏହି ଫଟୋ ଲର୍ଡସ ଷ୍ଟାଡିୟମର ଏକ ବାଲକୋନୀରେ ଛିଡ଼ା ହୋଇଥିବା ବେଳେ […]

ଅଦ୍ୟତନ ହୋଇଛି
ମ୍ୟାଚ ବେଳେ ବିରାଟଙ୍କ ନାଗିନ ଡ୍ୟାନ୍ସ!

Kohli-nagin-dance

Advertisment

ଲଣ୍ଡନ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଇଂଲଣ୍ଡର ଲର୍ଡସରେ ଚାଲିଛି। ଦଳ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୬୪ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଦ୍ୱିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା। ଏହି ଦ୍ୱିତୀୟ ଦିନରେ ବିରାଟ କୋହଲିଙ୍କ ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବିରାଟ କୋହଲିଙ୍କ ଏହି ଫଟୋ ଲର୍ଡସ ଷ୍ଟାଡିୟମର ଏକ ବାଲକୋନୀରେ ଛିଡ଼ା ହୋଇଥିବା ବେଳେ ଉଠାଯାଇଛି।

Advertisment

https://twitter.com/peachworld26/status/1426152511627436041?s=20

ଏହି ଫଟୋକୁ ଦେଖି ସୋଶାଲ ମିଡିଆରେ ଲୋକେ ଅନୁମାନ କରିଥିଲେ ଯେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ଲର୍ଡସ ବାଲକୋନୀରେ ନାଗିନ ଡ୍ୟାନ୍ସ କରୁଥିଲେ। ଯେଉଁଥିରେ ବିରାଟ କୋହଲିଙ୍କ ପୋଜ୍ ନାଗିନ ଡ୍ୟାନ୍ସ ପରି ଦେଖାଯାଉଛି। ଏହାକୁ ଦେଖି ମହମ୍ମଦ ସିରାଜ ଏବଂ କେ.ଏଲ୍ ରାହୁଲ ମଧ୍ୟ ହସୁ ଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସୋଶାଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ୟୁଜର।

https://twitter.com/imneha30/status/1426224707783651329?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1426224707783651329%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.timesnowhindi.com%2Fcricket%2Farticle%2Fvirat-kohli-dance-at-lords-balcony-people-predict-that-indian-captain-did-nagin-dance-india-vs-england%2F358502

Advertisment

ଦ୍ୱିତୀୟ ଦିନରେ ବିରାଟ କୋହଲିଙ୍କ ଫଟୋ ଭାଇରାଲ ହୋଇଥିବାବେଳେ ତୃତୀୟ ଦିନରେ ଅର୍ଥାତ୍ ଶନିବାର ଭାରତୀୟ ଖେଳାଳିଙ୍କ ପ୍ରତି ଭଲ ବ୍ୟବହାର ହୋଇନଥିବା ଦେଖିବାକୁ ମିଳିଛି। ଦର୍ଶକ ଟିମ୍ ଇଣ୍ଡିଆ ବ୍ୟାଟସମ୍ୟାନ କେ.ଏଲ୍ ରାହୁଲଙ୍କ ଉପରେ ଶାମ୍ପେନ୍ ବୋତଲରେ ଲାଗିଥିବା କର୍କକୁ ଫିଙ୍ଗିଥିଲେ। ଯାହାକୁ ଦେଖି ଦର୍ଶକଙ୍କ ଆଚରଣ ଉପରେ ଅଧିନାୟକ ବିରାଟ କୋହଲି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ସମୟରେ ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କୁ କୋହଲି କହିଛନ୍ତି ତାଙ୍କ ଆଡକୁ କର୍କ ଫିଙ୍ଗିବାକୁ।

ସୂଚନାଯୋଗ୍ୟ, ତୃତୀୟ ଦିନରେ ୩୬୪ ରନର ଟାର୍ଗେଟ ପିଛା କରି ଇଂଲଣ୍ଡ ଖବର ଲେଖା ହେବା ସୁଦ୍ଧା ୫ ୱିକେଟ୍ ହରାଇ ୩୦୯ ରନ୍ କରିଥିଲା। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚଟି ମ୍ୟାଚ୍ ଖେଳାଯିବ। ଏହି ସିରିଜର ପ୍ରଥମ ଟେଷ୍ଟ ଡ୍ର ରହିଥିଲା। ଶେଷ ଦିନରେ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୧୫୭ ରନ୍ ଆବଶ୍ୟକ ଥିଲା, କିନ୍ତୁ ବର୍ଷା ପାଇଁ ଗୋଟିଏ ବି ବଲ୍ ଖେଳାଯାଇ ପାରିନଥିଲା। ତେଣୁ ମ୍ୟାଚକୁ ଡ୍ର ରଖାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe