ହସ୍ପିଟାଲ ବେଡ୍‌ରେ ବୃଦ୍ଧ, ଭାଙ୍ଗଡା ନାଚିଲେ ପରିବାର

ନୂଆଦିଲ୍ଲୀ: ହସ୍ପିଟାଲ ବେଡ୍‌ରେ ଶୋଇଛନ୍ତି ବୃଦ୍ଧ। ଆଉ ବୃଦ୍ଧଙ୍କ ସାମ୍ନାରେ ଭାଙ୍ଗଡା ନାଚୁଛନ୍ତି ପରିବାର ଲୋକ। ଖୁସିରେ ନୁହେଁ ବରଂ ବୃଦ୍ଧଙ୍କ ମୁହଁରେ ହସ ଫୁଟାଇବା ପାଇଁ ପୁଅ, ଝିଅ, ନାତି ନାତୁଣି ମିଶି କରୁଛନ୍ତି ଡ୍ୟାନ୍ସ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ହସ୍ପିଟାଲରେ ବେଡ୍‌ରେ ପଡିଥିବା ବୃଦ୍ଧଙ୍କୁ ହସାଇବା ପାଇଁ ଲାଗିପଡିଛନ୍ତି ପରିବାର ଲୋକେ। ତାଙ୍କ ଆଗରେ ମ୍ୟୁଜିକ୍‌ର ତାଳେ ତାଳେ କରୁଛନ୍ତି ଭାଙ୍ଗଡା। ଏଥିସହ ବୃଦ୍ଧଙ୍କୁ ମଧ୍ୟ ନଚାଉଛନ୍ତି। ବୃଦ୍ଧଙ୍କ ପତ୍ନୀ ମଧ୍ୟ […]

family-performs-bhangra

Madhupriya Mistry
  • Published: Tuesday, 23 August 2022
  • , Updated: 23 August 2022, 03:35 PM IST

ନୂଆଦିଲ୍ଲୀ: ହସ୍ପିଟାଲ ବେଡ୍‌ରେ ଶୋଇଛନ୍ତି ବୃଦ୍ଧ। ଆଉ ବୃଦ୍ଧଙ୍କ ସାମ୍ନାରେ ଭାଙ୍ଗଡା ନାଚୁଛନ୍ତି ପରିବାର ଲୋକ। ଖୁସିରେ ନୁହେଁ ବରଂ ବୃଦ୍ଧଙ୍କ ମୁହଁରେ ହସ ଫୁଟାଇବା ପାଇଁ ପୁଅ, ଝିଅ, ନାତି ନାତୁଣି ମିଶି କରୁଛନ୍ତି ଡ୍ୟାନ୍ସ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ହସ୍ପିଟାଲରେ ବେଡ୍‌ରେ ପଡିଥିବା ବୃଦ୍ଧଙ୍କୁ ହସାଇବା ପାଇଁ ଲାଗିପଡିଛନ୍ତି ପରିବାର ଲୋକେ। ତାଙ୍କ ଆଗରେ ମ୍ୟୁଜିକ୍‌ର ତାଳେ ତାଳେ କରୁଛନ୍ତି ଭାଙ୍ଗଡା। ଏଥିସହ ବୃଦ୍ଧଙ୍କୁ ମଧ୍ୟ ନଚାଉଛନ୍ତି। ବୃଦ୍ଧଙ୍କ ପତ୍ନୀ ମଧ୍ୟ ନିଜ ରୋଗିଣା ସ୍ୱାମୀଙ୍କୁ ଖୁସ୍‌ କରାଇବା ପାଇଁ କରୁଛନ୍ତି ଭାଙ୍ଗଡା। ଏହି ପୂରା ଘଟଣାର ଭିଡିଓକୁ ଜଣେ ଆଇପିଏସ୍‌ ଅଧିକାରୀ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲରେ ଶେଆର କରିଛନ୍ତି।

https://twitter.com/hgsdhaliwalips/status/1561745078666002434?s=20&t=yJSLTEjLLY9c9zC2uH-2GA

ଏଚ୍‌ଜିଏସ୍‌ ଧାଲିବାଲ ଏହି ଭିଡିଓକୁ ଶେଆର କରି ଲେଖିଛନ୍ତି, 'ଏକ ପରିବାର ପଞ୍ଜାବୀ ଗାୟକ ଶାରି ମନ୍‌ଙ୍କ ଦ୍ୱାରା '୩ ପେଗ୍' ଗୀତର ଧୁନ୍‌ ନାଚୁଥିବା ଦେଖିବାକୁ ମିଳିଛି। ଜଣେ ଦୁର୍ବଳ ଏବଂ ଅସୁସ୍ଥ ବୃଦ୍ଧ ହସ୍ପିଟାଲ ବେଡ୍‌ରେ ଶୋଇଛନ୍ତି। ତାଙ୍କୁ ଖୁସି କରିବା ପାଇଁ ସମସ୍ତ ବଡ ଏବଂ ଛୋଟ ଏକତ୍ର ନାଚୁଛନ୍ତି। ଏହା ଦେଖି ବୃଦ୍ଧ ଜଣକ ମଧ୍ୟ ହସି ହସି ଗୀତର ତାଳେ ତାଳେ ହାତ ହଲାଉଛନ୍ତି। ଏ ହେଉଛି ପଞ୍ଜାବୀମାନଙ୍କ ଅମର ଭାବନା।'

ଭିଡିଓଟି କେଉଁଠିକାର, ହସ୍ପିଟାଲ ବେଡ୍‌ରେ ଶୋଇଥିବା ବୃଦ୍ଧ ଜଣକ କିଏ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ବର୍ତ୍ତମାନ ଯାଏଁ ୫୮ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଭିଡିଓରେ ଅନେକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, 'ଗୀତ ଚିକିତ୍ସା ରୂପେ କାମ କରେ। ରୋଗୀଙ୍କୁ ସୁସ୍ଥ ହେବାରେ ସାହାଯ୍ୟ ମଧ୍ୟ କରେ।'

Related story