Advertisment

କନ୍ୟା ମୁଣ୍ଡରେ ଭଙ୍ଗାଗଲା ପାମ୍ପଡ଼, ଭିଡିଓ ଭାଇରାଲ୍

ଭାରତର ବିଭିନ୍ନ ରାଜ୍ୟରେ ଅନେକ ପରମ୍ପରା ରହିଛି। ବିଶେଷ କରି ହିନ୍ଦୁ ବିବାହରେ ବିଭିନ୍ନ ପ୍ରକାରର ରୀତିନୀତି ଦେଖିବାକୁ ମିଳେ। ଏହି ରୀତିନୀତିକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରନ୍ତି। ସୋଶାଲ୍ ମିଡିଆରେ ମଧ୍ୟ ବିବାହର କିଛି ରୋଚକ ଭିଡିଓ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଥାଏ, ଯେଉଁଥିରେ ଉଭୟ ବର-କନ୍ୟାଙ୍କୁ କିଛି ନିଆରା ରୀତିନୀତିର ପାଳନ କରୁଥିବା ଦେଖିବାକୁ ମିଳେ। କିନ୍ତୁ ଏବେ ସୋଶାଲ ମିଡିଆରେ ବିବାହର ଯେଉଁ ରୀତିନୀତିର ଭିଡିଓ ସାମ୍ନାକୁ ଆସିଛି, ତାହା ହୁଏତ ଆପଣମାନେ […]

ଅଦ୍ୟତନ ହୋଇଛି
କନ୍ୟା ମୁଣ୍ଡରେ ଭଙ୍ଗାଗଲା ପାମ୍ପଡ଼, ଭିଡିଓ ଭାଇରାଲ୍

viral-video

Advertisment

ଭାରତର ବିଭିନ୍ନ ରାଜ୍ୟରେ ଅନେକ ପରମ୍ପରା ରହିଛି। ବିଶେଷ କରି ହିନ୍ଦୁ ବିବାହରେ ବିଭିନ୍ନ ପ୍ରକାରର ରୀତିନୀତି ଦେଖିବାକୁ ମିଳେ। ଏହି ରୀତିନୀତିକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରନ୍ତି। ସୋଶାଲ୍ ମିଡିଆରେ ମଧ୍ୟ ବିବାହର କିଛି ରୋଚକ ଭିଡିଓ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଥାଏ, ଯେଉଁଥିରେ ଉଭୟ ବର-କନ୍ୟାଙ୍କୁ କିଛି ନିଆରା ରୀତିନୀତିର ପାଳନ କରୁଥିବା ଦେଖିବାକୁ ମିଳେ। କିନ୍ତୁ ଏବେ ସୋଶାଲ ମିଡିଆରେ ବିବାହର ଯେଉଁ ରୀତିନୀତିର ଭିଡିଓ ସାମ୍ନାକୁ ଆସିଛି, ତାହା ହୁଏତ ଆପଣମାନେ ପୂର୍ବରୁ କେବେ ଦେଖିଥିବେ ନା ଶୁଣିଥିବେ।

Advertisment

ଭାଇରାଲ ଭିଡିଓରେ ଜଣେ କନ୍ୟା ବସିଛି। କନ୍ୟା ଆଗରେ ଟେବୁଲ୍ ଉପରେ କିଛି ଗୁପଚୁପ୍ ରଖାଯାଇଥିବା ଦେଖିବାକୁ ମିଳୁଛି। କନ୍ୟା ବହୁତ ଖୁସି ଥିବା ଲାଗୁଛି। ଏହି ସମୟରେ କନ୍ୟା ପାଖରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡ ଉପରେ ଅନେକ ପାମ୍ପଡ ରଖି ଏହାକୁ ଭାଙ୍ଗୁଛନ୍ତି। ପାମ୍ପଡ ଭାଙ୍ଗିବା ମାତ୍ରକେ ତାହା ଚୁରମାର୍ ହୋଇ କନ୍ୟା ଉପରେ ପଡ଼ୁଛି।

Advertisment

ଏହି ଭିଡିଓ ଦେଖି ଲାଗୁଛି ଯେ ଏହା ବିବାହର କୌଣସି ଏକ ରୀତିନୀତି। ଏହି ଭିଡିଓକୁ arthibalajimakeoverstyles ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର୍ କରାଯାଇଛି। ଭିଡିଓକୁ ଲକ୍ଷାଧିକ ଲାଇକ୍ସ ମିଳିସାରିଛି। ବିବାହରେ କନ୍ୟାର ମୁଣ୍ଡ ଉପରେ ପାମ୍ପଡ଼ ଭଙ୍ଗାଯିବାର ରୀତିନୀତି ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ଜଣେ ୟୁଜର୍ ଲେଖିଛନ୍ତି, ଏହି ରୀତିନୀତି ବହୁତ ଭଲ ଲାଗୁଛି।

ଏହା ପୂର୍ବରୁ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓ ଦେଖିବାକୁ ମିଳିଥିଲା ଜଣେ କନ୍ୟା ଗୁପଚୁପର ମାଳି ପିନ୍ଧିଛି। ଏହା ପରେ ଜଣେ ଆସି ତାଙ୍କୁ ଗୁପଚୁପରେ ତିଆରି ହୋଇଥିବା ମୁକୁଟ ପିନ୍ଧାଉଛି। ଏହାବ୍ୟତୀତ କନ୍ୟା ଆଗରେ ଏକ ଟେବୁଲ ରଖାଯାଇଛି, ଯାହାର ଚାରି ପାଖରେ ମଧ୍ୟ ଗୁପଚୁପର ସାଜସଜ୍ଜା କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କନ୍ୟା ଜଣକ ଯେତେ ଗହଣା ପିନ୍ଧିଛନ୍ତି, ତା’ଠାରୁ ଅଧିକ ତାଙ୍କ ଡ୍ରେସରେ ଗୁପଚୁପର ସାଜସଜ୍ଜା ହୋଇଛି। ସୋଶାଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe