Advertisment

ଥାନା ଭିତରେ କନଷ୍ଟେବଳଙ୍କ `ହଳଦି ସେରିମୋନି'

ଜୟପୁର: ଥାନା ଭିତରେ ଚାଲିଛି ହଳଦି ସେରିମୋନି। ଡ୍ୟୁଟିରେ ଥାଇ କନଷ୍ଟେବଳଙ୍କ ପାଳନ ହେଲା ହଳଦି ରସମ୍‌। ପୁରା ରିତିନୀତିରେ ଜଣଙ୍କ ପରେ ଜଣେ ଥାନା କର୍ମଚାରୀ ଆସି କନଷ୍ଟେବଳଙ୍କୁ ଲଗାଇଲେ ହଳଦି। ଗୀତ ଗାଇ ନାଚି ହସଖୁସିରେ ନିଜ ସହକର୍ମୀଙ୍କ ପାଇଁ ସାଜିଲେ ବରଯାତ୍ରୀ ଓ କନ୍ୟା ଯାତ୍ରୀ । ଏଭଳି ଏକ ନିଆରା ହଳଦି ସେରେମୋନିର ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଡୁଙ୍ଗରପୁର ଥାନରେ। ରାଜସ୍ଥାନର ମହିଳା କନଷ୍ଟେବଳଙ୍କୁ ଡ୍ୟୁଟିରୁ ଛୁଟି ନମିଳିବାରୁ ସେ […]

ଅଦ୍ୟତନ ହୋଇଛି
ଥାନା ଭିତରେ କନଷ୍ଟେବଳଙ୍କ `ହଳଦି ସେରିମୋନି'

Cop's Haldi At Police Station

Advertisment

ଜୟପୁର: ଥାନା ଭିତରେ ଚାଲିଛି ହଳଦି ସେରିମୋନି। ଡ୍ୟୁଟିରେ ଥାଇ କନଷ୍ଟେବଳଙ୍କ ପାଳନ ହେଲା ହଳଦି ରସମ୍‌। ପୁରା ରିତିନୀତିରେ ଜଣଙ୍କ ପରେ ଜଣେ ଥାନା କର୍ମଚାରୀ ଆସି କନଷ୍ଟେବଳଙ୍କୁ ଲଗାଇଲେ ହଳଦି। ଗୀତ ଗାଇ ନାଚି ହସଖୁସିରେ ନିଜ ସହକର୍ମୀଙ୍କ ପାଇଁ ସାଜିଲେ ବରଯାତ୍ରୀ ଓ କନ୍ୟା ଯାତ୍ରୀ । ଏଭଳି ଏକ ନିଆରା ହଳଦି ସେରେମୋନିର ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଡୁଙ୍ଗରପୁର ଥାନରେ।

Advertisment

ରାଜସ୍ଥାନର ମହିଳା କନଷ୍ଟେବଳଙ୍କୁ ଡ୍ୟୁଟିରୁ ଛୁଟି ନମିଳିବାରୁ ସେ ଥାନାରେ ନିଜର ହଲଦୀ ରସମ କରିଛନ୍ତି । ରାଜସ୍ଥାନ ଡୁଙ୍ଗରପୁର ଥାନାରେ ଏମିତି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି, ଥାନା ପରିସରରେ ଚାଲିଛି ନାଚଗୀତ । ହଳଦିଆ ରଙ୍ଗର ସାଲୱାର ପିନ୍ଧି ପୁରା ସଜବାଜ ହୋଇ ବସିଛନ୍ତି ମହିଳା କନଷ୍ଟେବଳ। ତାଙ୍କୁ ହଲଦି ଲଗାଇଦେଉଛନ୍ତି ତାଙ୍କ ସହକର୍ମୀ । ବନ୍ଧୁ ପରିଜନ ସାଜି ସହକର୍ମୀମାନେ ଖୁସି ବାଣ୍ଟିଛନ୍ତି । କନଷ୍ଟେବଳଙ୍କୁ ଉପରକୁ ଉଠାଇ ସମସ୍ତେ ଖୁସିରେ ଛୁମୁଛନ୍ତି।

ସୂଚନା ମତାବକ କରୋନା କାଳ ଭିତରେ ଆସନ୍ତା ୩୦ରେ ବିବାହ କରିବେ ମହିଲା ପୁଲିସ କନଷ୍ଟେବଳ ଆଶା । ତେବେ କୋଭିଡ କାରଣରୁ ଆଶାଙ୍କୁ ନିଜ ହଳଦି ରସମ ପାଇଁ ଛୁଟି ମିଳି ନଥିଲା । ଫଳରେ ସେ ବାଧ୍ୟହୋଇ ଥାନାରେ ହିଁ ନିଜର ହଳଦି ସେରିମୋନି ପାଳନ କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ମହିଳା କନଷ୍ଟେବଳଙ୍କୁ ପ୍ରଶଂସା କରାଯଉଛି । ଗତବର୍ଷ ଆଶାଙ୍କର ବିବାହ କରିବାର ଥିଲା । କିନ୍ତୁ ଦେଶବ୍ୟାପୀ ଲକଡାଉନ ଚାଲିଥିବରୁ ସମ୍ଭବ ହୋଇପାରିନଥିଲା।

Advertisment

ଭୟଙ୍କର ହେଉଛି କରୋନର ଦ୍ୱିତୀୟ ଲହର। କରୋନା ମହାମାରୀର ବଢ଼ୁଥିବା ମାମଲକୁ ନେଇ ଚାରିଆଡେ ହାହାକାର ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ଘରେ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହାର ମୁକାବିଲା ପାଇଁ ଡାକ୍ତର ଓ ପୁଲିସ କର୍ମୀମାନେ ଆଗକୁ ଆସିଛନ୍ତି। ଫଳରେ ସେମାନଙ୍କୁ କୋଭିଡ ଡ୍ୟୁଟି ଯୋଗୁଁ ଛୁଟି ମିଳିପାରୁ ନାହିଁ। ଲଗାତାର ଡ୍ୟୁଟି କରିବାକୁ ପଡୁଛି। ଅନେକ ସ୍ଥାନରେ ସରକାରୀ ଅଫିସର ମାନଙ୍କର ଛୁଟିକୁ ରଦ୍ଦ କରାଯାଇଛି । କିଏ ପେଟରେ ଛୁଆ ଧରି ଡ୍ୟୁଟି କରୁଛି ତ, ଆଉ କେହି ଛୁଆକୁ ସାଙ୍ଗରେ ଧରି ନିଜର କର୍ତ୍ତବ୍ୟ କରୁଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe