Advertisment

'ଭାସିଗଲା ମୋ ବିରିୟାନୀ ହାଣ୍ଡି', ଭିଡିଓ ଭାଇରାଲ

ହାଇଦ୍ରାବାଦ: ବର୍ଷାରେ ଉବୁଟୁବୁ ହାଇଟେକ୍‌ ସହର ହାଇଦ୍ରାବାଦ୍‌। ଚାରିଆଡେ ଖାଲି ପାଣି ଆଉ ପାଣି। ଚାରି ଦିନ ହେଲା ଥମୁନି ବର୍ଷା। ଲଗାତର ଛେଚୁଛି। ସ୍ଥିତି ଏମିତି ହୋଇଛି ଯେ, ଦୋକାନ, ବଜାର, ଘର ଦ୍ୱାର, ରାସ୍ତାଘାଟ ଚାରିଆଡେ ଜଳମଗ୍ନ। ଲଗାଣ ବର୍ଷା ଭିତରେ ସାମ୍ନାକୁ ଆସିଛି ଏକ ରୋଚକ ଦୃଶ୍ୟ। ବର୍ଷା ପାଣିରେ ହୋଟେଲ୍‌ରୁ ଭାସି ଯାଇଛି ବିରିୟାନୀ ହାଣ୍ଡି। ସୋଶାଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସାହି ସାହି ବୁଲୁଛି […]

ଅଦ୍ୟତନ ହୋଇଛି
'ଭାସିଗଲା ମୋ ବିରିୟାନୀ ହାଣ୍ଡି', ଭିଡିଓ ଭାଇରାଲ

Floting biriyani

Advertisment

ହାଇଦ୍ରାବାଦ: ବର୍ଷାରେ ଉବୁଟୁବୁ ହାଇଟେକ୍‌ ସହର ହାଇଦ୍ରାବାଦ୍‌। ଚାରିଆଡେ ଖାଲି ପାଣି ଆଉ ପାଣି। ଚାରି ଦିନ ହେଲା ଥମୁନି ବର୍ଷା। ଲଗାତର ଛେଚୁଛି। ସ୍ଥିତି ଏମିତି ହୋଇଛି ଯେ, ଦୋକାନ, ବଜାର, ଘର ଦ୍ୱାର, ରାସ୍ତାଘାଟ ଚାରିଆଡେ ଜଳମଗ୍ନ। ଲଗାଣ ବର୍ଷା ଭିତରେ ସାମ୍ନାକୁ ଆସିଛି ଏକ ରୋଚକ ଦୃଶ୍ୟ। ବର୍ଷା ପାଣିରେ ହୋଟେଲ୍‌ରୁ ଭାସି ଯାଇଛି ବିରିୟାନୀ ହାଣ୍ଡି। ସୋଶାଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ସାହି ସାହି ବୁଲୁଛି ବିରିୟାନୀ ହାଣ୍ଡି। କେତେବେଳେ ଏ ସାହିରେ ଆଉ କେତେବେଳେ ଆଉ କେଉଁ ଗଳିରେ। ବର୍ଷା ପାଣିରେ ଭାସି ଭାସି ପୂରା ସହରର ଚକ୍କର କାଟୁଛି  ଦୁଇଟି ହାଣ୍ଡି। ଏଭଳି କିଛି ଦୃଶ୍ୟ ହାଇଦ୍ରାବାଦର ଏକ ଅଞ୍ଚଳରେ ଦେଖିବାକୁ ମିଳିଛି। କୁହାଯାଉଛି ଯେ ଦୋକାନୀ ବିରିୟାନୀ ଢ଼ାଳିବା ପାଇଁ ହାଣ୍ଡି ରଖିଥିଲେ। ଏହି ସମୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ତରବର ଭାବରେ ଦୋକାନୀ ହୋଟେଲ ଭିତରକୁ ଚାଲିଥିବା ବେଳେ ହାଣ୍ଡିକୁ ଉଠାଇବାକୁ ଭୁଲି ଯାଇଥିଲେ। ଫଳରେ ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ଜଳମଗ୍ନ ହେବା ସହ ବିରିୟାନୀ ହାଣ୍ଡି ମଧ୍ୟ ପାଣିରେ ଭାସିବାକୁ ଲାଗିଥିଲା। ଆଉ ଏହାକୁ ଦେଖି ଲୋକେ କହିଥିଲେ ଭାସମାନ ବିରିୟାନୀ।

https://twitter.com/IbnFaraybi/status/1552726930545573888?s=20&t=f2ewrU3WuBQULWVhIgoBAA

Advertisment

ସୋଶାଲ ମିଡିଆରେ ଏହି ଭିଡିଓଟି ଗୁଳି ବେଗରେ ଭାଇରାଲ ହେବରେ ଲାଗିଛି। ଅନେକ ୟୁଜର୍ସ ଏହି ଭିଡିଓକୁ ଦେଖି ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର୍ସ ଏହି ଭିଡିଓ ଶେଆର କରି ଲେଖିଛନ୍ତି, 'ଫ୍ଲୋଟିଂ ବିରିୟାନୀ'। ଆଉ ଜଣେ ୟୁଜର୍ସ ଲେଖିଛନ୍ତି, '  ଫୁଡ୍‌ ହୋମ୍‌ ଡେଲିଭରୀର ଏହା ନୂଆ ତରିକା କି?'

ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୩ ଓ ୪ ତାରିଖରେ ହାଇଦ୍ରାବାଦ ସମେତ ତେଲେଙ୍ଗାନା ଓ ବିଭିନ୍ନ ଅଞ୍ଚଳରେ ପ୍ରବଳ ଘଡ ଘଡି ସହ ବର୍ଷା ସମ୍ଭାବନା ରହିଛି। ଏଥିଯୋଗୁ ଏହି ସମୟରେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ମଧ୍ୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe