/odisha-reporter/media/post_attachments/uploads/2021/07/fire-dosa.jpg)
fire-dosa
ଭୋପାଲ: ଆପଣମାନେ ସମସ୍ତେ ନିଶ୍ଚିତ ରୂପେ କେବେ ନା କେବେ ଦୋସା ଖାଇଥିବେ। ଏହା ଏକ ସାଉଥ୍ ଇଣ୍ଡିଆନ୍ ଖାଦ୍ୟ। ଏବେ କିନ୍ତୁ ଏହି ଦୋସା ଚାରିଆଡେ ପ୍ରସିଦ୍ଧ। ବଜାରରେ ମସଲା ଦୋସା, ରାୱା ଦୋସା, ପେପର ଦୋସା, ସେଜୱାନ୍ ଦୋସା, ଚିଜ ଚିଲ୍ଲି ଦୋସା ଭଳି କି ଭଳି ଦୋସା ମିଳେ। କିନ୍ତୁ କେବେ ଆପଣମାନେ ଫାୟାର ଦୋସା ବା ଜଳନ୍ତା ଦୋସା ଖାଇଛନ୍ତି କି। ଏହି ଫାୟାର ଦୋସା ଏବେ ଇଣ୍ଟରନେଟ୍ରେ ନିଆଁ ଲଗାଇଛି। ସମସ୍ତଙ୍କୁ ଆକର୍ଷିତ କରିଛି ଏହି ସ୍ପେଶାଲ ଦୋସା।
ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ବ୍ୟକ୍ତି ଏହି ଫାୟାର ଦୋସା ତିଆରି କରୁଛନ୍ତି। ଏହି ଅଦ୍ଭୁତ ଡିସ୍କୁ ଦେଖି ଜଣେ ବ୍ଲଗର ତାଙ୍କ ଇନଷ୍ଟାଗ୍ରାମ ଏହାର ଭିଡିଓ ସେଆର କରିଛନ୍ତି। ଏହି ଭିଡିଓଟି ଏବେ ଇଣ୍ଟରନେଟ୍ରେ ଛାଇ ଯାଇଛି।
ଭିଡିଓରେ ଜଣେ ବ୍ୟକ୍ତି ଦୋସା ତିଆରି କରୁଛନ୍ତି। ପ୍ରଥମେ ତାୱାକୁ ଭଲ କରି ଗରମ କରୁଛନ୍ତି। ଏହାପରେ ସେଥିରେ ଅଳ୍ପ ପାଣି ପକାଇ ଦୋସାର ଆଣ ପକାଉଛନ୍ତି। ଏହାପରେ ଦୋସା ଉପରେ ଚିଜ୍ ପକାଉଛନ୍ତି। ଚିଜ୍ ତରଳିବାକୁ ସେ ଟେବୁଲ ଫ୍ୟାନ୍ର ବ୍ୟବହାର କରି ନିଆଁର ଆଂଚକୁ ବଢ଼ାଉଛନ୍ତି। ଏହାପରେ ଦେଖୁ ଦେଖୁ ସେ ଦୋସାରେ ନିଆଁ ଲଗାଇ ଦେଉଛନ୍ତି। ଏହି ସ୍ପେଶାଲ ଦୋସାର ଦାମ୍ ୧୮୦ ଟଙ୍କା ରହିଛି।
ଇନ୍ଦୋର ଷ୍ଟ୍ରିଟ୍ ଫୁଡ୍ ପାଇଁ ପ୍ରସିଦ୍ଧ। ଏହା ପୂର୍ବରୁ ଇନ୍ଦୋରର ଫ୍ଲାଇଂ ଦହି ବରାର ଭିଡିଓ ଭାଇରାଲ ହୋଇଥିଲା। ବରା ହେଉ ଅବା ଦୋସା, ଉଭୟ ଦକ୍ଷିଣ ଭାରତର ଲୋକପ୍ରିୟ ଖାଦ୍ୟ, କିନ୍ତୁ ବର୍ତ୍ତମାନ ଭାରତର ଅନ୍ୟ ସହରମାନଙ୍କରେ ମଧ୍ୟ ଏହି ଖାଦ୍ୟକୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
