Advertisment

'ମୋନିକା ଓ ମାଇ ଡାର୍ଲିଂ' ଗୀତରେ ଯବାନଙ୍କ ଫୁଲ୍‌ ଡ୍ରେସ୍‌ ରିହର୍ସାଲ୍

ନୂଆଦିଲ୍ଲୀ: ଫିଲ୍ମ ଗୀତରେ ଫୁଲ୍‌ ଡ୍ରେସ୍‌ ରିର୍ହସାଲ୍‌। ନାଚିଲେ ନୌସେନା ଯବାନ। ମ୍ୟୁଜିକ୍‌ର ତାଳେ ତାଳେ କଦମ ସହ କଦମ ମିଶାଇଲେ। ରାଜପଥରେ ‘ମୋନିକା ଓ ମାଇ ଡାର୍ଲିଂ’ ଗୀତରେ ଯବାନମାନେ କଲେ ଫୁଲ୍‌ ଡ୍ରେସ୍‌ ରିର୍ହସାଲ। ୭୩ତମ ଗଣତନ୍ତ୍ର ଦିବସ ପାଇଁ ଚାଲିଛି ପ୍ରସ୍ତୁତି। ଦୀଲ୍ଲୀ ରାଜପଥରେ ଯବାନମାନଙ୍କ ଫୁଲ୍‌ ଡ୍ରେସ୍‌ ପରେଡ୍‌ ରର୍ହସାଲ ଚାଲିଛି। ତେବେ ଏହି ଅବସରରେ ଯବାନମାନେ କୌଣସି ଜାତୀୟ ଗୀତରେ ନୁହେଁ ବରଂ ବଲିଉଡ ଫିଲ୍ମରେ ଗୀତରେ କରିଛନ୍ତି ରିହର୍ସାଲ। […]

ଅଦ୍ୟତନ ହୋଇଛି
'ମୋନିକା ଓ ମାଇ ଡାର୍ଲିଂ' ଗୀତରେ ଯବାନଙ୍କ ଫୁଲ୍‌ ଡ୍ରେସ୍‌ ରିହର୍ସାଲ୍

navy

Advertisment

ନୂଆଦିଲ୍ଲୀ: ଫିଲ୍ମ ଗୀତରେ ଫୁଲ୍‌ ଡ୍ରେସ୍‌ ରିର୍ହସାଲ୍‌। ନାଚିଲେ ନୌସେନା ଯବାନ। ମ୍ୟୁଜିକ୍‌ର ତାଳେ ତାଳେ କଦମ ସହ କଦମ ମିଶାଇଲେ। ରାଜପଥରେ 'ମୋନିକା ଓ ମାଇ ଡାର୍ଲିଂ' ଗୀତରେ ଯବାନମାନେ କଲେ ଫୁଲ୍‌ ଡ୍ରେସ୍‌ ରିର୍ହସାଲ।

Advertisment

୭୩ତମ ଗଣତନ୍ତ୍ର ଦିବସ ପାଇଁ ଚାଲିଛି ପ୍ରସ୍ତୁତି। ଦୀଲ୍ଲୀ ରାଜପଥରେ ଯବାନମାନଙ୍କ ଫୁଲ୍‌ ଡ୍ରେସ୍‌ ପରେଡ୍‌ ରର୍ହସାଲ ଚାଲିଛି। ତେବେ ଏହି ଅବସରରେ ଯବାନମାନେ କୌଣସି ଜାତୀୟ ଗୀତରେ ନୁହେଁ ବରଂ ବଲିଉଡ ଫିଲ୍ମରେ ଗୀତରେ କରିଛନ୍ତି ରିହର୍ସାଲ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଏକ ଭିଡିଓରେ ଦେଖିବାକୁ ମିଳିଛି, ନୌସେନାର ବ୍ୟାଣ୍ଡମାଷ୍ଟର ବଲିଉଡ ଫିଲ୍ମ ଗୀତର ଧୁନ୍‌ ବଜାଉଛନ୍ତି ଓ ଯବାନମାନେ ସେହି ଧୁନ୍‌ର ତାଳେ ତାଳେ ପାଦ ସହ ପାଦ ମିଶାଇ ନାଚୁଛନ୍ତି। ନୂଆଦିଲ୍ଲୀ ବିଜୟ ଚୌକ୍‌ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ନୌସେନା ଯବାନମାନେ ୟୁନିଫର୍ମ ପିନ୍ଧି ହାତରେ ରାଇଫଲ ଧରି 'ଅପ୍‌ନା ଦେଶ', 'ଦୁନିଆ ମେଁ ଲୋଗୋ କୋ ଧୋକା କଭି ହୋ ଜାତା ହୈ' ଧୁନ୍‌ରେ ନାଚିଛନ୍ତି। ଏହି ଗୀତର ଧୁନ୍‌କୁ ପ୍ରସିଦ୍ଧ ତଥା ଦିବଙ୍ଗତ ମ୍ୟୁଜିକ କମ୍ପୋଜର ଆର୍‌ଡି ବର୍ମନ ତିଆରି କରିଥିଲେ ଆଉ ଏହାକୁ ଗାଇଥିଲେ ତାଙ୍କ ପତ୍ନୀ ଆଶା ଭୋସଲେ।

୨ମିନିଟ୍‌ ୨୫ ସେକେଣ୍ଡର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ବର୍ତ୍ତମାନ ଯାଏଁ ଏହାକୁ ପ୍ରାୟ ୨.୫ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି। ଏହି ଭିଡିଓର କ୍ୟାପସନରେ ଲେଖାଅଛି, 'କ'ଣ ଏହି ଅଦ୍ଭୁତ ଦୃଶ୍ୟ! ଏହି ଭିଡିଓକୁ ଦେଖି ନିଶ୍ଚିତ ରୂପେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଆପଣମାନେ ଆମ ସହ ଭବ୍ୟ ୭୩ତମ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରସ୍ତୁତ କି? ଆଜି ହିଁ ପଞ୍ଜିକରଣ କରି ଇ-ସିଟ୍‌ ବୁକ୍‌ କରନ୍ତୁ।'

ସୂଚନା ମୁତାବକ, ଏହି ଗୀତଟିକୁ କେବଳ ରିର୍ହସାଲ ପାଇଁ ବ୍ୟବହାର କରାଯାଇଛି। ଏହା ଗଣତନ୍ତ୍ର ସମାରୋହର ଅଂଶ ନୁହେଁ। ସାଧାରଣତଃ ରୂପେ ଯବାନମାନଙ୍କୁ ସକାଳୁ ସକାଳୁ ୱାର୍ମ-ଅପ୍‌ କରିବା ପାଇଁ ଏହି ଗୀତକୁ ବଜା ଯାଇଥିଲା। ଏହା ପରେଡ୍‌ର ଅଂଶ ହେବ ନାହିଁ। କେବଳ ଅଭ୍ୟାସ ପାଇଁ ବ୍ୟବହାର କରାଯାଇଥିଲା ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

https://twitter.com/mygovindia/status/1484872308108201996?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe