Advertisment

ଯୁଦ୍ଧ ଭିତରେ ଭୋ ଭୋ କାନ୍ଦିଲେ ରୁଷ ସୈନ୍ୟ, ଛାଡ଼ିଲେ ହତିଆର

କିଭ୍‌: ମିସାଇଲ ମାଡ଼ ସହ ଲଗାତର ଫୁଟୁଛି ଗୁଳି। ରାସ୍ତା ଉପରେ ବହି ଚାଲିଛି ରକ୍ତ। ଧ୍ୱଂସ ବିଧ୍ୱଂସ ହୋଇଗଲାଣି ୟୁକ୍ରେନ୍‌। ଛାରଖାର ହୋଇଗଲାଣି ବଡ଼ ବଡ଼ ଅଟ୍ଟାଳିକା। ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଭାବପ୍ରବଣ ଦୃଶ୍ୟ। ଘମାଘୋଟ ଯୁଦ୍ଧ ଭିତରେ ଭୋ ଭୋ ହୋଇ କାନ୍ଦିଛନ୍ତି ରୁଷର ଜଣେ ସୈନ୍ୟ। ଆଉ ଛାଡ଼ିଦେଇଛନ୍ତି ନିଜ ହତିଆର। ୟୁକ୍ରେନ୍‌ବାସୀଙ୍କ ଆଗରେ କରିଛନ୍ତି ଆତ୍ମସର୍ମପଣ। ଗୋଟିଏ ପଟେ ନିଷ୍ଠୁରତାର ସବୁ ସୀମା ପାର୍‌ କରୁଛି ରୁଷ। ଅନ୍ୟପଟେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଯୁଦ୍ଧ ଭିତରେ ଭୋ ଭୋ କାନ୍ଦିଲେ ରୁଷ ସୈନ୍ୟ, ଛାଡ଼ିଲେ ହତିଆର

russian-soldier cry

କିଭ୍‌: ମିସାଇଲ ମାଡ଼ ସହ ଲଗାତର ଫୁଟୁଛି ଗୁଳି। ରାସ୍ତା ଉପରେ ବହି ଚାଲିଛି ରକ୍ତ। ଧ୍ୱଂସ ବିଧ୍ୱଂସ ହୋଇଗଲାଣି ୟୁକ୍ରେନ୍‌। ଛାରଖାର ହୋଇଗଲାଣି ବଡ଼ ବଡ଼ ଅଟ୍ଟାଳିକା। ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଭାବପ୍ରବଣ ଦୃଶ୍ୟ। ଘମାଘୋଟ ଯୁଦ୍ଧ ଭିତରେ ଭୋ ଭୋ ହୋଇ କାନ୍ଦିଛନ୍ତି ରୁଷର ଜଣେ ସୈନ୍ୟ। ଆଉ ଛାଡ଼ିଦେଇଛନ୍ତି ନିଜ ହତିଆର। ୟୁକ୍ରେନ୍‌ବାସୀଙ୍କ ଆଗରେ କରିଛନ୍ତି ଆତ୍ମସର୍ମପଣ।

Advertisment

ଗୋଟିଏ ପଟେ ନିଷ୍ଠୁରତାର ସବୁ ସୀମା ପାର୍‌ କରୁଛି ରୁଷ। ଅନ୍ୟପଟେ ଆତ୍ମସମର୍ପଣ କରିଥିବା ସୈନ୍ୟଙ୍କୁ ସୁରକ୍ଷା ଦେଉଛନ୍ତି ୟୁକ୍ରେନ୍‌ ନାଗରିକ। କେବଳ ସୁରକ୍ଷା ଦେଉଛନ୍ତି ତାହା ନୁହେଁ ଖାଇବାକୁ ବି ଦେଉଛନ୍ତି। କେବଳ ସେତିକି ନୁହେଁ ତାଙ୍କୁ ସ୍ୱାଗତ କରିବା ସହ ଫୋନ ଯୋଗେ ସେହି ସୈନ୍ୟଙ୍କ ମା’ ଙ୍କ ସହିତ କଥାବାର୍ତ୍ତା ବି କରାଉଛନ୍ତି ୟୁକ୍ରେନବାସୀ। ମା’ ଙ୍କ ସହିତ କଥା ହେବା ବେ​‌ଳେ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି ରୁଷର ଏହି ସୈନ୍ୟ। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Viral Video: Russian Soldier in Tears as Ukrainians Offer Him Food, Tea, Help Him Call His Mom. Watch

ଏହି  ଭିଡିଓକୁ ମାଥ୍ୟୁ ଲକ୍ସମୋରେ ନାମକ ଜଣେ ସାମ୍ବାଦିକ ସୋସିଆଲ ମିଡିଆରେ ଶେଆର କରିଛନ୍ତି। ଭିଡିଓର କ୍ୟାପସନରେ ଲେଖା ଅଛି ରୁଷ ସୈନ୍ୟ ତୁମେ ଆତ୍ମ ସମର୍ପଣ କରିଦିଅ, ୟୁକ୍ରେନ୍‌ ଲୋକେ ତୁମକୁ ଖାଦ୍ୟ ଦେବେ। କେବଳ ତୁମେ ଆତ୍ମ ସମର୍ପଣ କରିଦିଅ। ଯୁଦ୍ଧ ମୁହଁରୁ ଆସିଥିବା ଏଭଳି ଦୃଶ୍ୟ ଏବେ ସମସ୍ତଙ୍କୁ ଭାବବିହ୍ୱଳ କରିପକାଇଛି। ଏହି ଭିଡିଓ ସାମ୍ନକୁ ଆସିବା ପରେ ରୁଷ ସେନାଙ୍କ ଦମ୍ଭ ଏବେ ଭାଙ୍ଗିବାରେ ଲାଗିଛି। ସେ ବିନା ଲଢ଼ି ଆତ୍ମସମର୍ପଣ କରୁଥିବା ଦାବି କରାଯାଉଛି।

Advertisment

ଦୀର୍ଘ ୮ ଦିନ ହେବ ଜାରି ରହିଛି ୟୁକ୍ରେନ୍‌-ରୁଷ ଯୁଦ୍ଧ। ଦୁଇ ଦେଶର ଏହି ଲଢ଼େଇରେ ଗଲାଣି ଅନେକ ଜୀବନ। ତଥାପି ଥମୁନି ଯୁଦ୍ଧ, ଥମୁନି ଧ୍ୱଂସର ତାଣ୍ଡବ ଲୀଳା। ମିସାଇଲ ଆଉ ରକେଟ୍‌ ମାଡ଼ ଭିତରେ ବାଜିରେ ଲାଗିଛି ଅନେକ ଜୀବନ। ଅନେକ ଲୋକେ ବଙ୍କର  ଭିତରେ ମୁଣ୍ଡ ଗୁଞ୍ଜିଛନ୍ତି ଆଉ କିଏ ହସ୍ପିଟାଲ ଭିତରେ ଲୁଚି ରହିଛନ୍ତି। ସେହିପରି ଅନେକ ଲୋକ ଜୀବନ ବିକଳରେ ୟୁକ୍ରେନ୍‌ ସୀମା ପାର୍‌ କରି ଅନ୍ୟ ଦେଶକୁ ଯିବା ପାଇଁ ଚାଲୁଛନ୍ତି ମାଇଲ୍ ମାଇଲ୍‌ ବାଟ।

https://twitter.com/ChristopherJM/status/1499060828817043474?s=20&t=0QPtuJaeUaNy3goRc3HnmA

Russia-Ukraine War