Advertisment

ବାଘ ଆଖିରେ ଆଖି ମିଶାଇଲେ, କହିଲେ 'ହେଲୋ ବ୍ରଦର୍', ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ବାଘ ନାଁ ଶୁଣିଲେ ଲୋକେ ଭୟରେ ଥରନ୍ତି। ଯଦି ଜଣଙ୍କ ସାମ୍ନାରେ ବାଘକୁ ଛାଡ଼ି ଦିଆଯିବ, ତାହେଲେ ତାଙ୍କ ଅବସ୍ଥା କ’ଣ ହେବ, ତାହା ସମସ୍ତଙ୍କୁ ଜଣା। କିନ୍ତୁ ଜଣେ ବ୍ୟକ୍ତି ନିଜେ ବାଘ ଆଗରେ କେବଳ ଛିଡ଼ା ହୋଇନାହାନ୍ତି ବରଂ ବାଘ ଆଖିରେ ଆଖି ମିଶାଇଛନ୍ତି। ଏହାର ଭିଡିଓ ଭାଇରାଲ୍ ହୋଇଛି, ଯାହାକୁ ଦେଖିବା ପରେ ମୁହଁରେ ହସ ଆସିଯିବ। ଏହି ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ଜଙ୍ଗଲରେ ଟାଇଗର୍ ଆଗରେ ଛିଡ଼ା ହୋଇ […]

ଅଦ୍ୟତନ ହୋଇଛି
ବାଘ ଆଖିରେ ଆଖି ମିଶାଇଲେ, କହିଲେ 'ହେଲୋ ବ୍ରଦର୍', ଭିଡିଓ ଭାଇରାଲ୍

tiger

Advertisment

ନୂଆଦିଲ୍ଲୀ: ବାଘ ନାଁ ଶୁଣିଲେ ଲୋକେ ଭୟରେ ଥରନ୍ତି। ଯଦି ଜଣଙ୍କ ସାମ୍ନାରେ ବାଘକୁ ଛାଡ଼ି ଦିଆଯିବ, ତାହେଲେ ତାଙ୍କ ଅବସ୍ଥା କ'ଣ ହେବ, ତାହା ସମସ୍ତଙ୍କୁ ଜଣା। କିନ୍ତୁ ଜଣେ ବ୍ୟକ୍ତି ନିଜେ ବାଘ ଆଗରେ କେବଳ ଛିଡ଼ା ହୋଇନାହାନ୍ତି ବରଂ ବାଘ ଆଖିରେ ଆଖି ମିଶାଇଛନ୍ତି। ଏହାର ଭିଡିଓ ଭାଇରାଲ୍ ହୋଇଛି, ଯାହାକୁ ଦେଖିବା ପରେ ମୁହଁରେ ହସ ଆସିଯିବ।

Advertisment

ଏହି ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ଜଙ୍ଗଲରେ ଟାଇଗର୍ ଆଗରେ ଛିଡ଼ା ହୋଇ ତାକୁ କହୁଛି 'ହେଲୋ ବ୍ରଦର୍'। ଟାଇଗର୍ ମଧ୍ୟ ବଡ଼ ଆଖିରେ ଉକ୍ତ ବ୍ୟକ୍ତିଙ୍କୁ ଚାହିଁ ରହୁଛି। ଭିଡିଓଟି ହେଉଛି ଲଖିମପୁର ଖିରି ଜିଲ୍ଲାର। ଏଠାକାର ଇଣ୍ଡୋ-ନେପାଳ ବର୍ଡରର ତିନୋନିଆର ଜଙ୍ଗଲରେ ପୂର୍ବ ଷ୍ଟେସନ୍ ପାଖରେ ଗୋଟିଏ ବାଘକୁ ବୁଲୁଥିବାର ଦେଖିବାକୁ ମିଳେ। ଏହି ବାଘଟି ଏପର୍ଯ୍ୟନ୍ତ ୪ଜଣ ଲୋକଙ୍କୁ ତା'ର ଶିକାର ବନାଇ ସାରିଛି।

https://twitter.com/kamalkhan_NDTV/status/1417076234408775688?s=20

ଏହି ବାଘର ସନ୍ଧାନରେ ବନ ବିଭାଗର ଟିମର ସେଠାରେ କମ୍ବିଂ କରୁଛି, କିନ୍ତୁ ଏପର୍ଯ୍ୟନ୍ତ ଟିମ୍ ତା' ପାଖରେ ପହଞ୍ଚି ପାରିନାହିଁ। କାରଣ ବାଘଟି ବନ ବିଭାଗ ଟିମକୁ ଦେଖିବା ମାତ୍ରକେ ଜଙ୍ଗଲ ଭିତରେ ଲୁଚି ଯାଏ। ଏହି ଭିଡିଓର ଭାଇରାଲ୍ ହେବା ପରେ ପୁଲିସ୍ ସେହି ବ୍ୟକ୍ତିକୁ ଖୋଜୁଛି, ଯିଏ ଟାଇଗରକୁ "ହେଲୋ ବ୍ରଦର୍" କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe