Advertisment

ଜନ୍ମଦିନ ପାଳନ କରୁଥିଲେ ଶତାୟୁ ମହିଳା, ହାତକଡି ପକାଇଲା ପୁଲିସ

କାନ୍‌ବେରା: ଜନ୍ମଦିନ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଲୋକେ ସେଲିବ୍ରେସନ୍‌ କରିଥା’ନ୍ତି। ଏହି ଉତ୍ସବରେ ଯଦି କେହି ବାଧା ଦିଅନ୍ତି ତେବେ ମନ ଭାଙ୍ଗିଯାଏ। ଏହା ଭାବିବା ମାତ୍ରେ ମନ କଷ୍ଟ ହୁଏ। ହେଲେ ଜଣେ ବୃଦ୍ଧାଙ୍କ ସହ ବାସ୍ତବରେ ଏହିପରି ଘଟିଛି। ବୃଦ୍ଧା ଜଣକ ନିଜ ୧୦୦ତମ ଜନ୍ମଦିନ ପାଳନ କରୁଥିଲେ। ଠିକ୍‌ ସେତିକିବେଳେ ଅଷ୍ଟ୍ରେଲିଆ ପୁଲିସ୍ ଏକ ଅଜବ କାରଣ ଦର୍ଶାଇ ସେହି ମହିଳାଙ୍କୁ ଗିରଫ […]

author-image
Sonali Kabi
ଜନ୍ମଦିନ ପାଳନ କରୁଥିଲେ ଶତାୟୁ ମହିଳା, ହାତକଡି ପକାଇଲା ପୁଲିସ

woman arrested on 100th birthday

କାନ୍‌ବେରା: ଜନ୍ମଦିନ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଲୋକେ ସେଲିବ୍ରେସନ୍‌ କରିଥା'ନ୍ତି। ଏହି ଉତ୍ସବରେ ଯଦି କେହି ବାଧା ଦିଅନ୍ତି ତେବେ ମନ ଭାଙ୍ଗିଯାଏ। ଏହା ଭାବିବା ମାତ୍ରେ ମନ କଷ୍ଟ ହୁଏ। ହେଲେ ଜଣେ ବୃଦ୍ଧାଙ୍କ ସହ ବାସ୍ତବରେ ଏହିପରି ଘଟିଛି। ବୃଦ୍ଧା ଜଣକ ନିଜ ୧୦୦ତମ ଜନ୍ମଦିନ ପାଳନ କରୁଥିଲେ। ଠିକ୍‌ ସେତିକିବେଳେ ଅଷ୍ଟ୍ରେଲିଆ ପୁଲିସ୍ ଏକ ଅଜବ କାରଣ ଦର୍ଶାଇ ସେହି ମହିଳାଙ୍କୁ ଗିରଫ କରିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କାହିଁକି ବୃଦ୍ଧାଙ୍କ ଜନ୍ମଦିନରେ ତାଙ୍କୁ ଗିରଫ କରାଯାଇଛି ? ଜନ୍ମଦିନ ପାଳିବା କ’ଣ ସତରେ ଅପରାଧ ?

Advertisment

ନିକଟରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ପୂର୍ବତନ ନର୍ସ ଥିବା ଜିନ୍‌ ବିକେନ୍‌ଟୋନ୍‌ (Jean Bickenton) ତାଙ୍କ ୧୦୦ତମ ଜନ୍ମଦିନ ଉତ୍ସବ ପାଳନ କରୁଥିଲେ। ତେବେ ବର୍ଥ ଡେ' ପାର୍ଟି ଆରମ୍ଭ ହେବା କ୍ଷଣି ସେଠାରେ ପହଞ୍ଚି ଯାଇଥିଲା ପୁଲିସ୍ ଓ ତାଙ୍କୁ ଗିରଫ କରି ନେଇଥିଲା। ଯାହାର ଫଟୋକୁ ‘ଭିକ୍ଟୋରିଆ ପୁଲିସ୍’  ସୋଶାଲ ମିଡିଆରେ ଶେୟାର କରିଛି।

ନିଜକୁ ଗିରଫ କରାଇବା ପାଇଁ ଖୋଦ୍ ବୃଦ୍ଧା ମହିଳା ଜଣକ ଇଚ୍ଛା ଜାହିର କରିଥିଲେ। ତେଣୁ ତାଙ୍କ ଇଚ୍ଛା ମୁତାବକ ପୁଲିସ ତାଙ୍କୁ ଗିରଫ କରିଥିଲା। ବୃଦ୍ଧା ଜଣକ କହିଛନ୍ତି, ‘ଘଟଣାକୁ ନେଇ ଲୋକେ କିଛି ଭିନ୍ନ ଭାବିବେ। ହେଲେ ମୃତ୍ୟୁ ପୂର୍ବରୁ ଥରେ ଗିରଫ ହେ ପାଇଁ ମୋର ବହୁତ ଇଚ୍ଛା ଥିଲା।’

Advertisment

publive-image

ବୃଦ୍ଧାଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ର ୩ ଜଣିଆ ଟିମ୍‌ ନେଇ ତାଙ୍କ ଘରକୁ ଯାଇଥିଲେ। ଆଉ ତାଙ୍କ ହାତରେ ହତକଡ଼ି ପକାଇଥିଲେ। ନାଟକୀୟ ଢ଼ଙ୍ଗରେ ମହିଳାକୁ ଅପରାଧୀ ରୂପେ ଗିରଫ କରାଯାଇଥିବା ନେଇ ପୁଲିସ ଘୋଷଣା ମଧ୍ୟ କରିଥିଲା। ଗିରଫର କିଛି ସମୟ ପରେ ବୃଦ୍ଧାଙ୍କୁ ମୁକ୍ତ କରିଦେଇଥିଲା ପୁଲିସ। ଏହାପରେ ସୁରୁଖୁରୁରେ ଜନ୍ମଦିନ ପାଳନ କରିଥିଲେ ଶହେ ବର୍ଷିଆ ବୃଦ୍ଧା। ଏହି ଖବର ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।