Advertisment

ହାରିଗଲା ମୃତ୍ୟୁ, ଜିତିଲା ଜୀବନ: ଲୌହ ଦାନବକୁ ଚକ୍‌ମା ଦେଲେ ମହିଳା

ଲକ୍ଷ୍ନୌ: ଯମ ଆସିଥିଲା ଜୀବନ ନେବାକୁ। ବୋଧହୁଏ ବିଧିର ବିଧାନ କିଛି ଅଲଗା ଥିଲା। ଆଉ ଖାଲି ହାତରେ ଫେରିଗଲା ମୃତ୍ୟୁ। ଏକ ନିଶ୍ଚିତ ମରଣମୁଖରୁ ଜଣେ ମହିଳା ବଞ୍ଚିଯିବା ସମସ୍ତଙ୍କୁ ଚକିତ କରିଦେଇଛି। ଏହାରି ଏକ ଜ୍ୱଳନ୍ତ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୃତ୍ୟୁକୁ ମାତ୍‌ ଦେଇଦେଲେ ମହିଳା। ଟ୍ରେନ୍‌ ଟ୍ରାକ୍‌ରେ ଖସିପଡିଲେ, କିନ୍ତୁ ଲୌହ ଦାନବକୁ ଦେଲେ ଚକ୍‌ମା। ଉତ୍ତରପ୍ରଦେଶର ଫିରୋଜାବାଦ ରେଲୱେ ଷ୍ଟେସନରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ହାରିଗଲା ମୃତ୍ୟୁ, ଜିତିଲା ଜୀବନ: ଲୌହ ଦାନବକୁ ଚକ୍‌ମା ଦେଲେ ମହିଳା   

woman-falls-while-boarding-train

ଲକ୍ଷ୍ନୌ: ଯମ ଆସିଥିଲା ଜୀବନ ନେବାକୁ। ବୋଧହୁଏ ବିଧିର ବିଧାନ କିଛି ଅଲଗା ଥିଲା। ଆଉ ଖାଲି ହାତରେ ଫେରିଗଲା ମୃତ୍ୟୁ। ଏକ ନିଶ୍ଚିତ ମରଣମୁଖରୁ ଜଣେ ମହିଳା ବଞ୍ଚିଯିବା ସମସ୍ତଙ୍କୁ ଚକିତ କରିଦେଇଛି। ଏହାରି ଏକ ଜ୍ୱଳନ୍ତ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମୃତ୍ୟୁକୁ ମାତ୍‌ ଦେଇଦେଲେ ମହିଳା। ଟ୍ରେନ୍‌ ଟ୍ରାକ୍‌ରେ ଖସିପଡିଲେ, କିନ୍ତୁ ଲୌହ ଦାନବକୁ ଦେଲେ ଚକ୍‌ମା। ଉତ୍ତରପ୍ରଦେଶର ଫିରୋଜାବାଦ ରେଲୱେ ଷ୍ଟେସନରେ ଦେଖିବାକୁ ମିଳିଛି କିଛି ଏଭଳି ଛାତିଥରା ଦୃଶ୍ୟ। ଏଠାରେ ଜଣେ ମହିଳା ଗୋମତି ଏକ୍ସପ୍ରେସ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ଟ୍ରେନରୁ ଖସି ଟ୍ରାକ୍‌ ତଳେ ପଡ଼ିଯାଇଥିଲେ। ଆଉ ତାଙ୍କ ଉପରେ ମାଡି ଚାଲିଯାଇଥିଲା ଟ୍ରେନ୍‌। ତେବେ ସୌଭାଗ୍ୟବଶତଃ ଉକ୍ତ ମହିଳାଙ୍କ ଜୀବନ ବଞ୍ଚି ଯାଇଛି।

କୁସୁମ ଲତା ଶର୍ମା ନାମକ ଏହି ମହିଳା ଜଣକ ଟ୍ରେନରୁ ଖସିପଡି ଟ୍ରାକ ଏବଂ ପ୍ଲାଟଫର୍ମର କାନ୍ଥ ମଝିରେ ଅଟକି ରହିଯାଇଥିଲେ। ତେବେ ଟ୍ରେନ୍‌ ଯିବା ପରେ ତାଙ୍କୁ ଉଦ୍ଧାର କରାଯାଇଛି। ଜିଆର୍‌ପି ପୁଲିସ ଓ ପ୍ଲାଟଫର୍ମରେ ଉପସ୍ଥିତ କିଛି ଲୋକେ ତାଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। କୁସୁମ କେବଳ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯିବା ପରେ ସେଠାରେ ଥିବା ଲୋକେ 'ବନୱାରି ଲାଲ କି ଜୟ' ସ୍ଲୋଗାନ ଦେଇଛନ୍ତି। ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

https://twitter.com/Surendr45402288/status/1508812134842609671?s=20&t=om3LJuhk6IRET9itDArKIg