Advertisment

ବୃଦ୍ଧାଙ୍କୁ ଡ଼ରିଗଲା ବାଘ

ମୁମ୍ବାଇ: ବୃଦ୍ଧାଙ୍କୁ ଡରିଗଲା ବାଘ। ବାଘ ସହ ମୁହାଁମୁହିଁ ହେଲେ ବୟସ୍କ ମହିଳା। ସାହସିକତାର ସହ ମୁକାବିଲା କରି କଲରାପତରିଆ ବାଘକୁ ଡରାଇ ଦେଲେ। ବାଘ ମଧ୍ୟ ମହିଳାଙ୍କୁ ଡରି ଉକ୍ତ ସ୍ଥାନ ଛାଡି ଦୌଡି ପଳାଇଲା।  ମୁମ୍ବାଇର ଆରେ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଛାତି ଥରାଇଲାଭଳି ଘଟଣା, ଯାହାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏକ ଜନବସତି ଅଞ୍ଚଳରେ ଘଟିଛି ଏହି ଘଟଣା। ରାତିରେ ୫୫ ବର୍ଷୀୟ ନିର୍ମଳା ଦେବୀ ନାମକ ଜଣେ […]

author-image
Madhupriya Mistry
ବୃଦ୍ଧାଙ୍କୁ ଡ଼ରିଗଲା ବାଘ

woman fights with leopard

ମୁମ୍ବାଇ: ବୃଦ୍ଧାଙ୍କୁ ଡରିଗଲା ବାଘ। ବାଘ ସହ ମୁହାଁମୁହିଁ ହେଲେ ବୟସ୍କ ମହିଳା। ସାହସିକତାର ସହ ମୁକାବିଲା କରି କଲରାପତରିଆ ବାଘକୁ ଡରାଇ ଦେଲେ। ବାଘ ମଧ୍ୟ ମହିଳାଙ୍କୁ ଡରି ଉକ୍ତ ସ୍ଥାନ ଛାଡି ଦୌଡି ପଳାଇଲା।  ମୁମ୍ବାଇର ଆରେ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଛାତି ଥରାଇଲାଭଳି ଘଟଣା, ଯାହାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

Advertisment

ଏକ ଜନବସତି ଅଞ୍ଚଳରେ ଘଟିଛି ଏହି ଘଟଣା। ରାତିରେ ୫୫ ବର୍ଷୀୟ ନିର୍ମଳା ଦେବୀ ନାମକ ଜଣେ ବୃଦ୍ଧା ଘରୁ ବାହାରି ତାଙ୍କ ବାରଣ୍ଡାରେ ଆସି ବସିଥିଲେ। ତେବେ ସେଠାରେ ଏକ କଲରାପତରିଆ ବାଘ ପୂର୍ବରୁ ବୁଲୁଥିଲା। ବୃଦ୍ଧାଜଣକ ବାଘକୁ ନେଇ ସାମନ୍ୟତମ ଟେର ପାଇନଥିଲେ। ତେବେ ସେ ବସିବା ପରେ ବାଘଟି ରାତିର ଅନ୍ଧାରର ଫାଇଦା ଉଠାଇ ହଠାତ୍ ତାଙ୍କ ଉପରକୁ ଝାମ୍ପି ପଡିଥିଲା।

ବାଘର ଆକ୍ରମଣରେ ବୃଦ୍ଧା ଜଣକ ପ୍ରଥମେ ଗଳି ପଡିଥିଲେ ହେଲେ ପରେ ସେ ଉଠିପଡି ଧରିଥିବା ଆଶା ବାଡି ସାହାଯ୍ୟରେ ବାଘଟିକୁ ଘଉଡାଇ ସାହସିକତାର ସହ ମୁକାବିଲା କରିଥିଲେ। ପରେ ବାଘଟି ତାଙ୍କୁ ଡରି ସେଠାରୁ ଦଉଡି ପଳାଇଥିଲା।

Advertisment

ବୃଦ୍ଧାଙ୍କ ଚିତ୍କାର ଶୁଣି ଅନ୍ୟ ଲୋକେ ମଧ୍ୟ ଜମା ହୋଇଯାଇଥିଲେ ମିଳିଥିବା ସୂଚନା ଅନୁଯାୟୀ ବୃଦ୍ଧାଙ୍କର ଏଥିରେ ମୁହଁ ଓ ବେକରେ ସାମାନ୍ୟ କ୍ଷତ ହୋଇଥିଲା। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଇଛି। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଦେଖିବା ପରେ କିଛି ଲୋକ ଚକିତ ହୋଇଯାଇଥିବା ବେଳେ ଆଉ କିଛି ଲୋକ ବୃଦ୍ଧାଙ୍କ ସାହସିକତାକୁ ନେଇ ପ୍ରଶଂସା କରିଛନ୍ତି।

ସୂଚନା ଯୋଗ୍ୟ ଯେ, ମୁମ୍ବାଇର ଏହି ଅଞ୍ଚଳରେ ବାଘ ବୁଲିବା ତୃତୀୟ ଘଟଣା। ଏହାପୂର୍ବରୁ ଏକ କଳରାପତରିଆ ବାଘ ଉକ୍ତ ଅଞ୍ଚଳରେ ଏକ ୪ ବର୍ଷ ଶିଶୁ ଉପରେ ଆକ୍ରମଣ କରିଥିଲା। କିନ୍ତୁ ସୌଭାଗ୍ୟବଶତଃ ସ୍ଥାନୀୟ ଲୋକଙ୍କ ସହାୟତାରେ ଶିଶୁଟିର ଜୀବନ ବଞ୍ଚି ଯାଇଥିଲା।

https://twitter.com/Aruneel_S/status/1443407612414869509?s=20