Advertisment

ପାର୍କରେ ବୁଲୁ ବୁଲୁ କୋଟିପତି

ୱାଶିଂଟନ: ପାର୍କରେ ବୁଲୁ ବୁଲୁ ଚମକିଲା ଭାଗ୍ୟ। ରାତାରାତି କୋଟିପତି ପାଲଟି ଗଲେ ମହିଳା। ‘ଭଗବାନ ଯେବେ ବି ଦିଅନ୍ତି ଛପର ଫାଡି ଦିଅନ୍ତି।’ ଏହି ଉକ୍ତିଟି ଜଣେ ମହିଳାଙ୍କ ନିକଟରେ ସତ୍ୟ ପ୍ରମାଣିତ ହୋଇଛି। ପାର୍କରେ ବୁଲୁଥିବା ବେଳେ ଜଣେ ମହିଳାଙ୍କୁ ମିଳିଛି ଦୁର୍ଲଭ ହୀରା। କାଲିଫର୍ଣ୍ଣିଆର ଜଣେ ମହିଳାଙ୍କ ଏଭଳି ଭାଗ୍ୟ ଚମକିଛି। ନୋରେନ୍‌ ୱେଡବର୍ଗ ନାମକ ମହିଳା ଗତ ସେପ୍ଟେମ୍ବର ୨୩ ତାରିଖରେ ‘କ୍ରେଟର ଅଫ୍ ଡାଇମଣ୍ଡସ୍‌ ଷ୍ଟେଟ ପାର୍କ’ ବୁଲିବାକୁ ଯାଇଥିଲେ। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପାର୍କରେ ବୁଲୁ ବୁଲୁ କୋଟିପତି

Woman in park

ୱାଶିଂଟନ: ପାର୍କରେ ବୁଲୁ ବୁଲୁ ଚମକିଲା ଭାଗ୍ୟ। ରାତାରାତି କୋଟିପତି ପାଲଟି ଗଲେ ମହିଳା। 'ଭଗବାନ ଯେବେ ବି ଦିଅନ୍ତି ଛପର ଫାଡି ଦିଅନ୍ତି।' ଏହି ଉକ୍ତିଟି ଜଣେ ମହିଳାଙ୍କ ନିକଟରେ ସତ୍ୟ ପ୍ରମାଣିତ ହୋଇଛି। ପାର୍କରେ ବୁଲୁଥିବା ବେଳେ ଜଣେ ମହିଳାଙ୍କୁ ମିଳିଛି ଦୁର୍ଲଭ ହୀରା।

Advertisment

କାଲିଫର୍ଣ୍ଣିଆର ଜଣେ ମହିଳାଙ୍କ ଏଭଳି ଭାଗ୍ୟ ଚମକିଛି। ନୋରେନ୍‌ ୱେଡବର୍ଗ ନାମକ ମହିଳା ଗତ ସେପ୍ଟେମ୍ବର ୨୩ ତାରିଖରେ 'କ୍ରେଟର ଅଫ୍ ଡାଇମଣ୍ଡସ୍‌ ଷ୍ଟେଟ ପାର୍କ' ବୁଲିବାକୁ ଯାଇଥିଲେ। ସେଠାରେ ସେ ବୁଲିବା ବେଳେ ତାଙ୍କୁ ଅଚାନକ ଏକ ହଳଦିଆ ରଙ୍ଗର ୪.୩୮ କ୍ୟାରେଟ୍‌ର ହୀରା ଖଣ୍ଡ ମିଳିଥିଲା। ନୋରେନ୍‌ଙ୍କୁ ଯେଉଁ ହୀରା ମିଳିଥିଲା ତା'ର ଦାମ୍‌ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ହେବ।

[caption id="attachment_682830" align="aligncenter" width="650"]woman-finds -yellow-diamond ନୋରେନ୍‌ ୱେଡବର୍ଗ ନାମକ ମହିଳାଙ୍କୁ ପାର୍କ ଭିତରୁ ହଳଦିଆ ରଙ୍ଗର ହୀରା ମିଳିଛି[/caption]

Advertisment

ଉକ୍ତ ମହିଳା ଜଣକ କହିଛନ୍ତି, ସେ ଜାଣି ନଥିଲେ ଯେ‌, ତାଙ୍କ ହାତରେ ଏତେ ଦାମୀ ହୀରା ଲାଗିଛି। ତଳେ ପଡିଥିବା ଏକ ଚକମକ କରୁଥିବା ହଳଦିଆ ରଙ୍ଗର ପଥରକୁ ସେ ଉଠାଇଥିଲେ ବୋଲି କହିଛନ୍ତି। ନୋରେନ୍‌ ଏହି ହୀରାକୁ ନିଜ ଘରକୁ ନେଇ ଯାଇଛନ୍ତି।

ୟୁଏସ୍‌ଏ ଟୁଡେ ମୁତାବକ, ନୋରେନ୍‌ଙ୍କୁ ୧୯୦୬ ପରଠାରୁ ବର୍ତ୍ତମାନର ସବୁଠାରୁ ବଡ଼ ହୀରା ମିଳିଛି। ୧୯୭୨ରେ 'କ୍ରେଟର ଅଫ୍ ଡାଇମଣ୍ଡସ୍‌' ଷ୍ଟେଟ୍‌ ପାର୍କରେ ପରିଣତ ହୋଇଥିଲା। ଏହି ପାର୍କକୁ ସାଧାରଣ ଲୋକେ ଆସି ହୀରା ଖୋଜି ପାରିବେ। ଯଦି ସନ୍ଧାନ ବେଳେ କାହାକୁ ହୀରା ମିଳେ ତେବେ ଉକ୍ତ ବ୍ୟକ୍ତି ସେହି ହୀରାକୁ ନିଜ ପାଖରେ ରଖିପାରିବେ ଏବଂ ଇଚ୍ଛା ଅନୁଯାୟୀ ବିକ୍ରି ମଧ୍ୟ କରିପାରିବେ।

ବର୍ତ୍ତମାନ ଯାଏଁ ଏହି ପାର୍କ ଭିତରୁ ପ୍ରାୟ ୭୫,୦୦୦ଟି ହୀର ମିଳିସାରିଲାଣି। ଚଳିତ ବର୍ଷ ହିଁ ଏହି ପାର୍କରୁ ୨୫୮ଟି ହୀରା ମିଳିଥିବା ସୂଚନା ରହିଛି।