Advertisment

ଅଚେତ ଯୁବକଙ୍କୁ କାନ୍ଧରେ ବୋହି ନେଲେ ମହିଳା ଇନ୍‌ସ୍ପେକ୍ଟର

ଚେନ୍ନାଇ: ମମତା ଦେଖାଇଲେ ମହିଳା ପୁଲିସ। ପ୍ରବଳ ବର୍ଷା ଭିତରେ ଅଚେତ ଯୁବକଙ୍କ ରକ୍ଷା କଲେ ଜୀବନ। ଯୁବକଙ୍କୁ କାନ୍ଧରେ ବୋହି ନେଲେ। ଖାଲି ପାଦରେ ଯୁବକଙ୍କୁ କାନ୍ଧରେ ଟେକି ଅଟୋରେ ବସାଇ ହସ୍ପିଟାଲ ପହଞ୍ଚାଇଲେ। ଜଣେ ମହିଳା ପୁଲିସଙ୍କ ଏଭଳି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚର୍ଚ୍ଚାରେ ଚେନ୍ନାଇର ମହିଳା ଇନ୍‌ସ୍ପେକ୍ଟର ରାଜେଶ୍ୱରୀ। ପ୍ରକୃତରେ ଚେନ୍ନାଇରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଶ୍ମଶାନରେ ଥିବା ଜଣେ ଯୁବକ […]

ଅଚେତ ଯୁବକଙ୍କୁ କାନ୍ଧରେ ବୋହି ନେଲେ ମହିଳା ଇନ୍‌ସ୍ପେକ୍ଟର

Police carries man on her shoulders

Advertisment

ଚେନ୍ନାଇ: ମମତା ଦେଖାଇଲେ ମହିଳା ପୁଲିସ। ପ୍ରବଳ ବର୍ଷା ଭିତରେ ଅଚେତ ଯୁବକଙ୍କ ରକ୍ଷା କଲେ ଜୀବନ। ଯୁବକଙ୍କୁ କାନ୍ଧରେ ବୋହି ନେଲେ। ଖାଲି ପାଦରେ ଯୁବକଙ୍କୁ କାନ୍ଧରେ ଟେକି ଅଟୋରେ ବସାଇ ହସ୍ପିଟାଲ ପହଞ୍ଚାଇଲେ। ଜଣେ ମହିଳା ପୁଲିସଙ୍କ ଏଭଳି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଚର୍ଚ୍ଚାରେ ଚେନ୍ନାଇର ମହିଳା ଇନ୍‌ସ୍ପେକ୍ଟର ରାଜେଶ୍ୱରୀ। ପ୍ରକୃତରେ ଚେନ୍ନାଇରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଶ୍ମଶାନରେ ଥିବା ଜଣେ ଯୁବକ ଅଚେତ ହୋଇଯାଇଥିଲେ। ଏ ବିଷୟରେ ଜାଣିବା ପରେ ମହିଳା ପୁଲିସ ଇନ୍‌ସ୍ପେକ୍ଟର ତୁରନ୍ତ ତାଙ୍କୁ କାନ୍ଧରେ ପକାଇ ଅଟୋ ପାଖକୁ ନେଇଯିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ମହିଳା ପୁଲିସ ଇନ୍ସପେକ୍ଟରଙ୍କ କାମକୁ ପ୍ରଶଂସା କରିବାରେ ଲାଗିଛନ୍ତି।

ରିପୋର୍ଟ ମୁତାବକ, ଜଣେ ୨୮ ବର୍ଷୀୟ ଯୁବକ ଚେନ୍ନାଇର ଟିପି ଛତ୍ରମ ଅଞ୍ଚରେ ଥିବା ଏକ ଶ୍ମଶାନରେ ଅଚେତ ହୋଇପଡିଥିଲେ। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଭର୍ତ୍ତି ହୋଇରହିବା ସହ ରାସ୍ତାରେ ଗଛ ଉପୁଡି ପଡିଥିଲା। ଏହି ସୂଚନା ପାଇବା ପାରେ ଘଟଣାସ୍ଥଳରେ ଇନ୍‌ସ୍ପେକ୍ଟର ରଜେଶ୍ୱରୀ ପହଞ୍ଚିଥିଲେ। ସେ ଆଉ କାହାକୁ ଅପେକ୍ଷା ନକରି ଏକାକୀ ଅଚେତ ହୋଇପଡିଥିବା ଯୁବକଙ୍କୁ କାନ୍ଧରେ ଟେକି ନେଇଥିଲେ। କିଛି ବାଟ ଯାଇ ତାଙ୍କ ଅଟୋରେ ବସାଇ ମହିଳା ପୁଲିସ ଡାକ୍ତରଖାନାରେ ପହଞ୍ଚାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ସେପଟେ ସଠିକ ସମୟରେ ଯୁବକଙ୍କୁ ଡାକ୍ତରଖାନା ନିଆଯିବାରୁ ତାଙ୍କର ଜୀବନ ବଞ୍ଚାଯାଇଥିବା ଜଣାପଡ଼ିଛି। ଉକ୍ତ ଯୁବକଙ୍କ ନାଁ ଉଦୟ କୁମାର। ସେ ଶ୍ମାଶନରେ କାମ କରୁଥିବା ପୁଲିସ ସୂଚନାରୁ ଜଣାପଡିଛି।

Advertisment

ଏହି ଭିଡିଓ ଭାଇରାଲ ହେବା ପରେ ଇନ୍‌ସ୍ପେକ୍ଟର ରାଜେଶ୍ୱରୀଙ୍କ ଏହି କାମକୁ କିଏ ମାନବିକତାର ଉଦାହରଣ ବୋଲି କହୁଥିବା ବେଳେ ଆଉ କେହି ମହିଳା ସଶକ୍ତିକରଣ ବୋଲି କହିଛନ୍ତି।

ଚେନ୍ନାଇର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଭର୍ତ୍ତି ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଲୋକେ ବାସହରା ହୋଇଛନ୍ତି। ରାସ୍ତାଘାଟ ସବୁ ଜଳମଗ୍ନ ହୋଇଯାଇଛି। କେବଳ ସେତିକି ନୁହେଁ ବର୍ଷା ଯୋଗୁଁ ଏଯାଏଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଆଗକୁ ପରିସ୍ଥିତି ବିଗିଡ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି।

https://twitter.com/ANI/status/1458725092720930820?s=20

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe