Advertisment

ତାଲିବାନୀଙ୍କ ବନ୍ଧୁକକୁ ଡରିଲେନି ମହିଳା, ଫଟୋ ଭାଇରାଲ

କାବୁଲ: ତାଲିବାନୀଙ୍କ ବନ୍ଧୁକକୁ ଭୟ ନାହିଁ। ବନ୍ଧୁକଧାରୀ ସହ ଆଖିରେ ଆଖି ମିଶାଲେ। ହେଲେ ଫେସ୍‌‌ ଟୁ ଫେସ୍‌। ଯେତେ ନାଲିଆଖି ଦେଖାଇଲେ ମଧ୍ୟ ରାସ୍ତା ମଝିରେ ଦମ୍ଭ ଧରି ଠିଆ ହୋଇ ରହିଲେ ମହିଳା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଫଗାନିସ୍ତାନର ରାଜଧାନୀ କାବୁଲ ସଡକ ଉପରେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଆଫଗାନିସ୍ତାନର ରାଜଧାନୀ କାବୁଳରେ ମଙ୍ଗଳବାର ପିକିସ୍ତାନ ବିରୋଧରେ ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ପାକିସ୍ତାନ ଦୂତାବାସ ଆଗରେ ବିକ୍ଷୋଭ […]

ତାଲିବାନୀଙ୍କ ବନ୍ଧୁକକୁ ଡରିଲେନି ମହିଳା, ଫଟୋ ଭାଇରାଲ

woman stand on gun point

Advertisment

କାବୁଲ: ତାଲିବାନୀଙ୍କ ବନ୍ଧୁକକୁ ଭୟ ନାହିଁ। ବନ୍ଧୁକଧାରୀ ସହ ଆଖିରେ ଆଖି ମିଶାଲେ। ହେଲେ ଫେସ୍‌‌ ଟୁ ଫେସ୍‌। ଯେତେ ନାଲିଆଖି ଦେଖାଇଲେ ମଧ୍ୟ ରାସ୍ତା ମଝିରେ ଦମ୍ଭ ଧରି ଠିଆ ହୋଇ ରହିଲେ ମହିଳା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଫଗାନିସ୍ତାନର ରାଜଧାନୀ କାବୁଲ ସଡକ ଉପରେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଆଫଗାନିସ୍ତାନର ରାଜଧାନୀ କାବୁଳରେ ମଙ୍ଗଳବାର ପିକିସ୍ତାନ ବିରୋଧରେ ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ପାକିସ୍ତାନ ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ରାଲିରେ ଅଧିକାଂଶ ମହିଳା ସାମିଲ ହୋଇଥିଲା। ଏହି ସମୟରେ ଜଣେ ଆଫଗାନ ମହିଳା ତାଲିବାନ ଯବାନକୁ ସାମ୍ନାକୁ କରିଥିଲେ।

ବିକ୍ଷୋଭ ପ୍ରଦର୍ଶନ ବନ୍ଦ କରିବା ପାଇଁ ତାଲିବାନ ଯବାନ ଜଣକ ମହିଳାଙ୍କ ଉପରକୁ ବନ୍ଧୁକ ଦେଖାଇଥିଲେ। କିନ୍ତୁ ମହିଳା ଜଣକ ବନ୍ଧୁକକୁ ଟିକେ ବି ଭୟ କରିନଥିଲେ। ଦମ୍ଭଧରୀ ଉକ୍ତ ତାଲିବାନୀର ସାମ୍ନାକୁ କରିଥିଲେ। ତାଲିବାନୀ ଆଗରେ ହିଁ ଲଗାଇଥିଲେ ପାକିସ୍ତାନ ମୁର୍ଦ୍ଦାବାଦ ନାରା।

Advertisment

ଟୋଲ ନ୍ୟୁଜ ସାମ୍ବାଦିକ ଜହରା ରହିମି ଏହି ଫଟୋକୁ ତାଙ୍କ ଟୁଇଟର ଆକାଉଣ୍ଟରେ ଶେଆର କରିଛନ୍ତି। ଏହାକୁ ଶେଆର କରି ସେ ଲଖିଛନ୍ତି, 'ତାଲିବାନ ବନ୍ଧୁକଧାରୀ ଆଗରେ ଜଣେ ଆଫଗାନ ମହିଳା ନିର୍ଭୟରେ ଠିଆ ହୋଇଛନ୍ତି।'

ସୂଚନା ମୁତାବକ ତାଲିବାନ ହାତକୁ ଚାଲିଯାଇଛି ଆଫଗାନିସ୍ତାନ। ଏହାପରେ ସେଠାରେ ତାଲିବାନ ପୁଣି ତା'ର ଦମନକାରୀ ଶାସନ ଦୋହରାଇବା ନେଇ ଆଶଙ୍କା କରାଯାଉଛି। ସେପଟେ ତାଲିବାନକୁ ସହଯୋଗ କରୁଛି ପାକିସ୍ତାନ। ଯାହାକୁ ନେଇ ଆଫଗାନବାସୀ ବିରୋଧ କରିଛନ୍ତି।

https://twitter.com/ZahraSRahimi/status/1435237441842159622?s=20

Viral Photo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe