Advertisment

ବିମାନ ଭିତରେ ମାସ୍କ ପିନ୍ଧି ନଥିଲେ ଯାତ୍ରୀ, ମହିଳା ଆସି ଢ଼ୋ.. ଢ଼ା.. ପିଟିଲେ

ନୂଆଦିଲ୍ଲୀ: ସାରା ବିଶ୍ୱରେ ପୁଣି ଥରେ ମହାମାରୀ କରୋନା ତାର କାୟା ମେଲାଇଛି। ଦୀର୍ଘ ଦିନ ହେବ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ମାମଲା ଚାରିଆଡେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ହୋଇପଡିଛି। ସେହିପରି ଅନେକ ସ୍ଥାନରେ କଟକଣା ମଧ୍ୟ ପୁଣି ଲାଗୁ ହୋଇଛି। ଏହାରି ଭିତରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ନା କଟକଣା ପାଳନ କରନ୍ତି, ନା ହିଁ ମାସ୍କ […]

ଅଦ୍ୟତନ ହୋଇଛି
ବିମାନ ଭିତରେ ମାସ୍କ ପିନ୍ଧି ନଥିଲେ ଯାତ୍ରୀ, ମହିଳା ଆସି ଢ଼ୋ.. ଢ଼ା.. ପିଟିଲେ

Woman slap man for mask

Advertisment

ନୂଆଦିଲ୍ଲୀ: ସାରା ବିଶ୍ୱରେ ପୁଣି ଥରେ ମହାମାରୀ କରୋନା ତାର କାୟା ମେଲାଇଛି। ଦୀର୍ଘ ଦିନ ହେବ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ମାମଲା ଚାରିଆଡେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ହୋଇପଡିଛି। ସେହିପରି ଅନେକ ସ୍ଥାନରେ କଟକଣା ମଧ୍ୟ ପୁଣି ଲାଗୁ ହୋଇଛି। ଏହାରି ଭିତରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ନା କଟକଣା ପାଳନ କରନ୍ତି, ନା ହିଁ ମାସ୍କ ପିନ୍ଧନ୍ତି। ସେମାନେ ନିଜ ଜୀବନ ପ୍ରତି ସଜାଗ ରୁହନ୍ତି ନାହିଁ ଆଉ ବେପରୁଆ ହୋଯାଆନ୍ତି। ଏଭଳି ହିଁ ଜଣେ ବେପରୁଆ ବ୍ୟକ୍ତିଙ୍କୁ ପାନେ ଦେଇଛନ୍ତି ମହିଳା। ସମସ୍ତଙ୍କ ସାମ୍ନାରେ ଉକ୍ତ ବ୍ୟକ୍ତି ସେ ମାଡ ମାରିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବିମାନ ଭିତରେ ଜଣେ ବୃଦ୍ଧ ଯାତ୍ରୀଙ୍କୁ ମାଡ ମାରିଛନ୍ତି ମହିଳା। ବୃଦ୍ଧ ବ୍ୟକ୍ତି ଜଣକ ମାସ୍କ ପିନ୍ଧିନଥିବାବରୁ ମହିଳା ଜଣକ ରାଗି ଯାଇ, ନିଜ ସିଟ୍‌ରୁ ଉଠି ଆସି ଢ଼ୋ..ଢ଼ା କସିଛନ୍ତି। ଫ୍ଲୋରିଡାର ତାମ୍ପା ଠାରୁ ଜର୍ଜିଆର ଆଟଲାଣ୍ଟା ଅଭିମୁଖେ ଯାଉଥିବା ଏକ ଡେଲଟା ବିମାନ ଭିତରେ ଜଣେ ମହିଳା ଏଭଳି ହଙ୍ଗାମା କରିଛନ୍ତି। ତାଙ୍କୁ ଯେତେ ଅଟକାଇଲେ ବି ସେ ରାଗି ଯାଇ ବୃଦ୍ଧ ଜଣଙ୍କୁ ଆକ୍ରମଣ କରିଛନ୍ତି। ଚାପୁଡା ମାରିବା ସହ ବୃଦ୍ଧଙ୍କ ବେକ ମଧ୍ୟ ଧରିଦେଇଛନ୍ତି।

ଭିଡିଓରେ ନଜର ଆସୁଥିବା ଏହି ମହିଳା ଜଣକ ହେଉଛନ୍ତି ପ୍ୟାଟ୍ରିଶିଆ କାର୍ଣ୍ଣୱାଲ। ସେ ଅତ୍ୟନ୍ତ କ୍ରୋଧିତ ଥିବା ଦେଖାଯିବା ସହ ସାମ୍ନାରେ ବସିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ପାଇଁ କହୁଛନ୍ତି। ଏହାପରେ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହେଉଛି। ପରେ ମହଳା ଜଣକ ରାଗି ଯାଇ ଉକ୍ତ ବ୍ୟକ୍ତିଙ୍କୁ ଚାପୁଡା ମାରି ଦେଉଛନ୍ତି। କେବଳ ସେତିକି ନୁହେଁ ଅଭଦ୍ର ଭାଷାରେ ଗାଳି ଗୁଲଜ ମଧ୍ୟ କରୁଛନ୍ତି।

Advertisment

ତେବେ ଆଶ୍ଚର୍ଯ୍ୟର କଥା ବୟସ୍କ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ କହି ଚାପୁଡା ମାରିଥିବା ଉକ୍ତ ମହିଳା ଜଣକ ନିଜେ କିନ୍ତୁ ମାସ୍କ ତଳକୁ କରିଦେଇଥିବା ଦେଖିବାକୁ ମିଳିଛି। ଏହି ପୂରା ଘଟଣାର ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ କେହି ଜଣେ ଶେଆର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି। ସେପଟେ ଘଟଣା ପରେ ଉକ୍ତ ମହିଳାଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe