Advertisment

ସ୍ୱାମୀଙ୍କ ପାଇଁ ମନ୍ଦିର ତୋଳିଲେ ସ୍ତ୍ରୀ

ଅମରାବତୀ: ସ୍ୱାମୀ ଇହକାଳ ପରକାଳ ଦେବତା । ସେ ହିଁ ଦେବାତା ସେ ହଁ ସ୍ୱର୍ଗ…। ସମସ୍ତେ ଦେବାଦେବୀଙ୍କୁ ପୂଜା କରନ୍ତି। କିନ୍ତୁ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ମୂର୍ତ୍ତି ଗଢ଼ି ତାଙ୍କୁ ଦେବତା ଭଳି ପୂଜା କରୁଛନ୍ତି ଜଣେ ମହିଳା। କେବଳ ସେତିକି ନୁହେଁ ସେ ସ୍ୱାମୀଙ୍କ ପାଇଁ ତୋଳି ଦେଇଛନ୍ତି ମନ୍ଦିର। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ। ଆନ୍ଧ୍ରପ୍ରଦେଶ ପୋଡିଲି ମଣ୍ଡଳର ପଦ୍ମାବତୀ। ନିଜ ସ୍ୱାମୀଙ୍କ ପ୍ରତି ସମ୍ମାନ […]

ସ୍ୱାମୀଙ୍କ ପାଇଁ ମନ୍ଦିର ତୋଳିଲେ ସ୍ତ୍ରୀ

temple build for husbend

Advertisment

ଅମରାବତୀ: ସ୍ୱାମୀ ଇହକାଳ ପରକାଳ ଦେବତା । ସେ ହିଁ ଦେବାତା ସେ ହଁ ସ୍ୱର୍ଗ…। ସମସ୍ତେ ଦେବାଦେବୀଙ୍କୁ ପୂଜା କରନ୍ତି। କିନ୍ତୁ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ମୂର୍ତ୍ତି ଗଢ଼ି ତାଙ୍କୁ ଦେବତା ଭଳି ପୂଜା କରୁଛନ୍ତି ଜଣେ ମହିଳା। କେବଳ ସେତିକି ନୁହେଁ ସେ ସ୍ୱାମୀଙ୍କ ପାଇଁ ତୋଳି ଦେଇଛନ୍ତି ମନ୍ଦିର। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ।

Advertisment

ଆନ୍ଧ୍ରପ୍ରଦେଶ ପୋଡିଲି ମଣ୍ଡଳର ପଦ୍ମାବତୀ। ନିଜ ସ୍ୱାମୀଙ୍କ ପ୍ରତି ସମ୍ମାନ ଜଣାଇ ତାଙ୍କ ସ୍ମୃତିରେ ତିଆରି କରିଛନ୍ତି ମନ୍ଦିର। ଏଠାରେ ସେ ପ୍ରତିଦିନ ସ୍ୱାମୀଙ୍କୁ ପୂଜା କରୁଛନ୍ତି।  ରିପୋର୍ଟ ଅନୁଯାୟୀ, ଏହି ମନ୍ଦିରଟି ପୂରାପୁରି ମାର୍ବଲରେ ନିର୍ମିତ ଯେଉଁଠି ପଦ୍ମାବତୀଙ୍କ ସ୍ୱାମୀ ପ୍ରକାଶ ଆଙ୍କେରେଡିଙ୍କ ପ୍ରତିମା ସ୍ଥାପିତ ହୋଇଛି।

ସୂଚନା ମୁତାବକ ୪ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ପଦ୍ମାବତୀ ତାଙ୍କ ସ୍ୱାମୀ ପ୍ରକାଶଙ୍କୁ ହରାଇ ଦେଇଥିଲେ। ଏହି ଘଟଣା ପରଠାରୁ ତାଙ୍କ ଜୀବନ ବେଶ କଠିନ ପରିସ୍ଥିତି ଦେଇ ଗତି କରିଥିଲା। ହେଲେ ସେ ସବୁ କଠିନ ପରିସ୍ଥିତିର ସାମ୍ନା କରି ଆଗକୁ ବଢ଼ିଥିଲେ। ପିଲା ଛୁଆ ଏବଂ ପରିବାରକୁ ସମ୍ଭାଳିଥିଲେ।  ପଦ୍ମାବତୀ କୁହନ୍ତି, ମୃତ୍ୟୁର କିଛି ଦିନ ପରେ ସ୍ୱାମୀ ପ୍ରକାଶ ତାଙ୍କ ସ୍ୱପ୍ନରେ ଆସିଥିଲେ ଏବଂ ମନ୍ଦିର ତିଆରି କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।

Advertisment

ପଦ୍ମାବତୀ ଆହୁରି କହିଛନ୍ତି, 'ସ୍ୱାମୀ ସ୍ଥାନୀୟ ମନ୍ଦିରରେ ୧୩ ବର୍ଷ ଧରି କାମ କରିଥିଲେ। ସ୍ୱାମୀଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ସେ ଏପରି କରିଛନ୍ତି। ସେ ପ୍ରତିଦିନ ସ୍ୱାମୀଙ୍କୁ ପୂଜା କରନ୍ତି ଏବଂ ପରିବାରର ମଙ୍ଗଳ କାମନା କରନ୍ତି। ସ୍ୱାମୀଙ୍କ ଜନ୍ମଦିନ ତଥା ବିଶେଷ ଦିନଗୁଡିକରେ ପୂଜା ତଥା ଅଭିଷେକ ହୁଏ। ସ୍ୱାମୀଙ୍କ ସାଙ୍ଗସାଥୀଙ୍କ ସହାୟତାରେ ପ୍ରତି ପୂର୍ଣ୍ଣମୀ ଦିନ ମନ୍ଦିରରେ ଗିରବ ଲୋକଙ୍କୁ ମାଗଣା ଭୋଜନ ମଧ୍ୟ ଦିଆଯାଏ।'

ସୂଚନା ମୁତାବକ, ରାଜ୍ୟର ପ୍ରକାଶ ଜିଲ୍ଲାରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ଏପରିକି ଗ୍ରାମବାସୀ ମଧ୍ୟ ଦର୍ଶନ ପାଇଁ ମନ୍ଦିରକୁ ଆସନ୍ତି । ଖାଲି ସେତିକି ନୁହେଁ ସେ ତାଙ୍କ ସ୍ୱାମୀଙ୍କୁ ପୂଜା କରୁଥିବା ଭିଡିଓ ବି ଏବେ ଭାଇରାଲ ହେବାରେ ଲାଗିଛି।

https://twitter.com/ANI/status/1426444209796521995?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe