Advertisment

ଦିବ୍ୟାଙ୍ଗ ଯୁବତୀଙ୍କୁ ଫେରାଇ ଦେଲା ରେଷ୍ଟୁରାଣ୍ଟ, କହିଲା- ହ୍ୱିଲ୍‌ଚେଆର୍‌ ମନା

ନୂଆଦିଲ୍ଲୀ: ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଫେରାଇ ଦେଲା ରେଷ୍ଟୁରାଣ୍ଟ। ତାଙ୍କୁ ଭିତରକୁ ଯିବା ପାଇଁ ମନା କରିଦେଲେ ରେଷ୍ଟୁରାଣ୍ଟ କର୍ମଚାରୀ। ରେଷ୍ଟୁରାଣ୍ଟ ଭିତରକୁ ହ୍ୱିଲ୍‌ଚେଆର୍‌ରେ ପ୍ରେବଶ କରିପାରିବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଲେ। ଏଭଳି କିଛି ଅଭିଯୋଗ ଆସିଛି ଦିଲ୍ଲୀ ସହରକୁ ଲାଗି ରହିଥିବା ଗୁଡଗାଓଁରୁ। ଗୁଡଗାଓଁରରେ ଥିବା ଏକ ନାମିଦାମୀ ରେଷ୍ଟୁରାଣ୍ଟକୁ ପରିବାର ସହ ଜଣେ ଦିବ୍ୟାଙ୍ଗ ମହିଳା ଯାଇଥିଲେ। ତେବେ ରେଷ୍ଟୁରାଣ୍ଟ ଗେଟ୍‌ ମୁହଁରେ ହିଁ ତାଙ୍କୁ ଅଟକାଇ ଦେଇଥିଲେ କର୍ମଚାରୀ। ରେଷ୍ଟୁରାଣ୍ଟ […]

author-image
Madhupriya Mistry
ଦିବ୍ୟାଙ୍ଗ ଯୁବତୀଙ୍କୁ ଫେରାଇ ଦେଲା ରେଷ୍ଟୁରାଣ୍ଟ, କହିଲା- ହ୍ୱିଲ୍‌ଚେଆର୍‌ ମନା

physical-disability

ନୂଆଦିଲ୍ଲୀ: ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଫେରାଇ ଦେଲା ରେଷ୍ଟୁରାଣ୍ଟ। ତାଙ୍କୁ ଭିତରକୁ ଯିବା ପାଇଁ ମନା କରିଦେଲେ ରେଷ୍ଟୁରାଣ୍ଟ କର୍ମଚାରୀ। ରେଷ୍ଟୁରାଣ୍ଟ ଭିତରକୁ ହ୍ୱିଲ୍‌ଚେଆର୍‌ରେ ପ୍ରେବଶ କରିପାରିବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଲେ। ଏଭଳି କିଛି ଅଭିଯୋଗ ଆସିଛି ଦିଲ୍ଲୀ ସହରକୁ ଲାଗି ରହିଥିବା ଗୁଡଗାଓଁରୁ।

Advertisment

ଗୁଡଗାଓଁରରେ ଥିବା ଏକ ନାମିଦାମୀ ରେଷ୍ଟୁରାଣ୍ଟକୁ ପରିବାର ସହ ଜଣେ ଦିବ୍ୟାଙ୍ଗ ମହିଳା ଯାଇଥିଲେ। ତେବେ ରେଷ୍ଟୁରାଣ୍ଟ ଗେଟ୍‌ ମୁହଁରେ ହିଁ ତାଙ୍କୁ ଅଟକାଇ ଦେଇଥିଲେ କର୍ମଚାରୀ। ରେଷ୍ଟୁରାଣ୍ଟ ଭିତରକୁ ହ୍ୱିଲ୍‌ ଚେଆର ପ୍ରବେଶ କରିପାରିବ ନାହିଁ ବୋଲି କହିଥିଲେ। ଏପରିକି ତାଙ୍କ ଯୋଗୁଁ ଅନ୍ୟ ଗ୍ରାହକମାନଙ୍କୁ ସମସ୍ୟା ହେବ ବୋଲି କହିଥିବା ନେଇ ଅଭିଯୋଗ ଆଣିଛନ୍ତି ଦିବ୍ୟାଙ୍ଗ ମହିଳା।

ପିଡିତା ମହିଳା ଜଣକ ହେଉଛନ୍ତି ସୃଷ୍ଟି ପାଣ୍ଡେ। ସେ ଟ୍ୱିଟ୍‌ କରି ପୂରା ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି- 'ଶୁକ୍ରବାର ଦିନ ସାଙ୍ଗସାଥୀ ଏବଂ ପରିବାର ସହ ଦୀର୍ଘ ଦିନ ପରେ ପ୍ରଥମଥର ପାଇଁ ଆଉଟିଂ ପାଇଁ ଯାଇଥିଲି। କିନ୍ତୁ ରେଷ୍ଟୁରାଣ୍ଟର ଫ୍ରଣ୍ଟ ଡେସ୍କରେ ଥିବା କର୍ମଚାରୀମାନେ ହ୍ୱିଲ୍‌ଚେଆର ଭିରତକୁ ଯାଇପାରିବ ନାହିଁ ବୋଲି କହିଥିଲେ।'

Advertisment

ଏହି ଘଟଣା ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଚାରିଆଡୁ ରେଷ୍ଟୁରାଣ୍ଟ ଓ ତା'ର କର୍ମଚାରୀଙ୍କୁ ୟୁଜର୍ସମାନେ ସମାଲୋଚନା କରିଛନ୍ତି। ଚାରିଆଡୁ ଟ୍ରୋଲ ହେବା ପରେ ଗୁଡଗାଓଁ ଡିଏଲ୍‌ଏଫ୍‌ ସାଇବର ହମ୍‌ରେ ଥିବା ରେଷ୍ଟୁରାଣ୍ଟ 'ରାସ୍ତା' ସଂସ୍ଥାପକ ଏହି ଘଟଣାକୁ ନେଇ ପିଡିତା ଦିବ୍ୟାଙ୍ଗ ମହିଳାଙ୍କୁ କ୍ଷମା ମାଗିଛନ୍ତି। ପୂରା ଘଟଣାର ଯାଂଚ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ଗୁଡଗାଓଁ ପୁଲିସ ମଧ୍ୟ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

https://twitter.com/Srishhhh_tea/status/1492442657028964352?s=20&t=4uw4ldQ7g0dN7jwJHqOulQ

https://twitter.com/Srishhhh_tea/status/1492444940277886977?s=20&t=TPrHMb6eRqbx_tRPcAS1fg

https://twitter.com/goumtesh/status/1492483333841768448?s=20&t=ClwTS45XdPWJF2WoRVsMvQ