ତୁରନ୍ତ ଅଫିସ୍‌ ଡ଼ାକ, ନଚେତ୍‌ ବିବାହ ଭାଙ୍ଗି ଦେବ 'ୱାର୍କ ଫ୍ରମ୍‌ ହୋମ୍‌'

ନୂଆଦିଲ୍ଲୀ: ବୈବାହିକ ଜୀବନ ପାଇଁ ଏବେ କାଳ ହୋଇଛି ୱାର୍କ ଫ୍ରମ୍‌ ହୋମ୍‌। ଦେଉଛି ଦୁନିଆ ଟେନ୍‌ସନ୍‌। ନା ଶୁଆଇ ଦେଉଛି ନା ବସାଇ ଦେଉଛି। ଘରେ ବସି କାମ କରୁଛନ୍ତି ସ୍ୱାମୀ। କିନ୍ତୁ ହଇରାଣ ହେଉଛନ୍ତି ସ୍ତ୍ରୀ। ଏହି ୱାର୍କ ଫ୍ରମ୍‌ ହୋମ ଏବେ ବିବାହ ଭାଙ୍ଗିବାର କାରଣ ହୋଇପାରେ ବୋଲି ଜଣେ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି। ଏନେଇ ସେ ସ୍ୱାମୀଙ୍କ ବସ୍‌ଙ୍କୁ ଚିଠି ଲେଖି ଜଣାଇଛନ୍ତି। ମହାମାରୀ କରୋନା ଲୋକଙ୍କ ଜୀବନଶୈଳୀ ବଦଳାଇ ଦେଇଛି। […]

Women Angry On Husband's Work From Home

Madhupriya Mistry
  • Published: Monday, 13 September 2021
  • , Updated: 13 September 2021, 04:16 PM IST

ନୂଆଦିଲ୍ଲୀ: ବୈବାହିକ ଜୀବନ ପାଇଁ ଏବେ କାଳ ହୋଇଛି ୱାର୍କ ଫ୍ରମ୍‌ ହୋମ୍‌। ଦେଉଛି ଦୁନିଆ ଟେନ୍‌ସନ୍‌। ନା ଶୁଆଇ ଦେଉଛି ନା ବସାଇ ଦେଉଛି। ଘରେ ବସି କାମ କରୁଛନ୍ତି ସ୍ୱାମୀ। କିନ୍ତୁ ହଇରାଣ ହେଉଛନ୍ତି ସ୍ତ୍ରୀ। ଏହି ୱାର୍କ ଫ୍ରମ୍‌ ହୋମ ଏବେ ବିବାହ ଭାଙ୍ଗିବାର କାରଣ ହୋଇପାରେ ବୋଲି ଜଣେ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି। ଏନେଇ ସେ ସ୍ୱାମୀଙ୍କ ବସ୍‌ଙ୍କୁ ଚିଠି ଲେଖି ଜଣାଇଛନ୍ତି।

ମହାମାରୀ କରୋନା ଲୋକଙ୍କ ଜୀବନଶୈଳୀ ବଦଳାଇ ଦେଇଛି। ଏହା କାର୍ଯ୍ୟ କରିବା ପ୍ରଣାଳୀକୁ ଅଧିକ ପ୍ରଭାବିତ କରିଛି। ଏଥିପାଇଁ ଲୋକେ ଘରେ ରହି କାମ କରୁଛନ୍ତି। ଅନ୍‌ଲାଇନ୍‌ କ୍ଲାସ୍‌ ଏବଂ ୱାର୍କ ଫ୍ରମ୍‌ ହୋମ୍‌ ଏବେ ନୂଆ ଟ୍ରେଣ୍ଡ ପାଲଟିଛି। ତେବେ କିଛି ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ପାଇଁ ୱାର୍କ ଫର୍ମ ହୋମ୍‌ ପାଲଟିଛି ମୁଣ୍ଡବିନ୍ଧାର କାରଣ। ଏହି ଟ୍ରେଣ୍ଡ ତାଙ୍କୁ କରିସାରିଲାଣି ବିରକ୍ତ। ବିଶେଷ କରି ଗୃହିଣୀମାନେ ଏଥିପାଇଁ ଘାଣ୍ଟି ହୋଇଗଲେଣି।

ନିକଟରେ ଏଭଳି ହିଁ ଜଣେ ଗୃହିଣୀଙ୍କ ଅଭିଯୋଗଭରା ଚିଠି ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଳ ହେବାରେ ଲାଗିଛି। ୱାର୍କ ଫ୍ରମ୍‌ ହୋମ୍‌ରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବସ୍‌ ଉଦ୍ଦେଶ୍ୟରେ ଏକ ମଜାଦାର ଚିଠି ଲେଖିଛନ୍ତି। ଏଥିରେ ସେ ତାଙ୍କୁ ଧର୍ମସଙ୍କଟରୁ ରକ୍ଷା କରିବାକୁ ନିବେଦନ କରିଛନ୍ତି। ୱାର୍କ ଫ୍ରମ୍ ହୋମ୍ ବନ୍ଦ କରି ୱାର୍କ ଆଟ୍ ଅଫିସ୍ ଆରମ୍ଭ କରିବାକୁ ସେ ଅପିଲ କରିଛନ୍ତି। ଏହି ଚିଠିଟି ପ୍ରସିଦ୍ଧ ଶିଳ୍ପପତି ହର୍ଷ ଗୋଏଙ୍କାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି। ହର୍ଷ ଗୋଏଙ୍କା ନିଜେ ଏହି ଚିଠିକୁ ତାଙ୍କ ଟ୍ୱିଟରରେ ଶେୟାର କରିଛନ୍ତି।

ଡିଅର୍‌ ସର୍‌, ମୁଁ ଆପଣଙ୍କ ଜଣେ କର୍ମଚାରୀଙ୍କ ପତ୍ନୀ। ଦୟାକରି ଅଫିସ ଆରମ୍ଭ କରନ୍ତୁ। ୱାର୍କ ଫ୍ରମ୍ ହୋମରେ ସ୍ୱାମୀ ଦିନକୁ ୧୨ରୁ ୧୩ ଥର କଫି କରି ଆଣିବାକୁ ବରାଦ ଦେଉଛନ୍ତି। ଏହାସହ ବିଭିନ୍ନ ପ୍ରକାର ସୁଆଦିଆ ଆଇଟମର ତିଆରି କରି ଖୁଆଇବାକୁ ବାଧ୍ୟ କରୁଛନ୍ତି। ଅଫିସ୍ କାମ ସରିବା ପରେ ଘରେ କେବଳ ଶୋଇ ରହୁଛନ୍ତି। ପୂର୍ବ ପରି କୌଣସି କାମରେ ସାହାଯ୍ୟ କରୁନାହାନ୍ତି। ଘରେ ରହି ରହି ମାନ୍ଦା ହୋଇଗେଲଣି। ଘରେ ଦୁଇଟି ପିଲାଥିବା ବେଳେ ଘରେ କାମ କରୁଥିବା ସ୍ୱାମୀଙ୍କ ଡିମାଣ୍ଡ୍ ପୂରଣ କରି କରି ମୁଁ ଥକି ଗଲେଣି ବୋଲି ମହିଳା ଜଣକ ଚିଠିରେ ଅଭିଯୋଗ କରିଛନ୍ତି।

ମହିଳା ଜଣଙ୍କ ଆହୁରି ଲେଖନ୍ତି, ଟିକାର ଉଭୟ ଡୋଜ୍ ନେଇ ସାରିଛନ୍ତି ସ୍ୱାମୀ। ଏବେ ଅଫିସ୍ ଯିବାରେ କୌଣସି ଅସୁବିଧା ନାହିଁ। କୋଭିଡ୍ ପ୍ରଟୋକଲ୍ ମାନି ସ୍ୱାମୀ କାମ କରିପାରିବେ। ୱର୍କ ଫ୍ରମ୍ ହୋମ୍ ଏବେ ତାଙ୍କ ପାଇଁ ବୋଝ ପାଲଟି ଗଲାଣି। ତୁରନ୍ତ ସ୍ୱାମୀଙ୍କୁ ଅଫିସରେ କାମ କରିବାକୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି ସ୍ତ୍ରୀ। ଯଦି ଏପରି ୱାର୍କ ଫ୍ରମ୍ ହୋମ୍ ଜାରି ରୁହେ ତେବେ ତାଙ୍କ ବୈବାହିକ ଜୀବନ ଅଧିକ ଦିନ ତିଷ୍ଠି ପାରିବନି। ଖୁବଶୀଘ୍ର ବିବାହ ଭାଙ୍ଗିଯିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ତେବେ ଶିଳ୍ପପତି ହର୍ଷ ଗୋଏଙ୍କା କ’ଣ ଉତ୍ତର ଦେବେ ଜାଣି ପାରୁନାହାନ୍ତି। ଏହି ଚିଠିକୁ ଶେୟାର କରି ହର୍ଷ ଗୋଏଙ୍କା ଲେଖିଛନ୍ତି, ମୁଁ ଏବେ ହରଡଘଣାରେ ପଡ଼ିଛି, କ'ଣ କରିବି ଜାଣି ପାରୁନି। ଏହି ଚିଠିଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଚାରିଆଡେ ସୋଶାଲ ମିଡିଆରେ ଭାଇରାଲ ହୋଇଛି ମହିଳାଙ୍କ ଏହି ଚିଠି। ଲୋକେ ଏଥିରେ ମଜାଦାର ଢ଼ଙ୍ଗରେ କମେଣ୍ଟ ମଧ୍ୟ କରୁଛନ୍ତି।

https://twitter.com/hvgoenka/status/1435958125719293959?s=20

Related story