Advertisment

କୂଅ ଖୋଳୁ ଖୋଳୁ କୋଟିପତି

କଲମ୍ବୋ: ଭାଗ୍ୟ କେତେବେଳେ କାହାର କେମିତି ବଦଳିଯିବ, ତାହା କହିବା ମୁସ୍‌କିଲ୍। କାହାକୁ ରାସ୍ତାରେ ଟଙ୍କା ପଡିଥିବା ମିଳିଯାଏ ତ ଆଉ କାହାକୁ ମାଟି ଖୋଳୁ ଖୋଳୁ ସୁନା। ନିକଟରେ ଏଭଳି କିଛି ଘଟଣା ଘଟିଛି ଶ୍ରୀଲଙ୍କାର କଲମ୍ବୋରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ସେ କୂଅ ଖୋଳୁ ଖୋଳୁ ରାତାରାତି କୋଟିପତି ପାଲଟି ଯାଇଛନ୍ତି। ଶ୍ରୀଲଙ୍କାର ରତ୍ନାପୁରା ସହରରେ ଜଣେ ବ୍ୟକ୍ତିଙ୍କ ଘରେ କୂଅ ଖୋଳା ଚାଲିଥିଲା। ଏହି ସମୟରେ ଖୋଳା ଯାଉଥିବା ସ୍ଥାନରୁ ଏକ […]

ଅଦ୍ୟତନ ହୋଇଛି
କୂଅ ଖୋଳୁ ଖୋଳୁ କୋଟିପତି

well

Advertisment

କଲମ୍ବୋ: ଭାଗ୍ୟ କେତେବେଳେ କାହାର କେମିତି ବଦଳିଯିବ, ତାହା କହିବା ମୁସ୍‌କିଲ୍। କାହାକୁ ରାସ୍ତାରେ ଟଙ୍କା ପଡିଥିବା ମିଳିଯାଏ ତ ଆଉ କାହାକୁ ମାଟି ଖୋଳୁ ଖୋଳୁ ସୁନା। ନିକଟରେ ଏଭଳି କିଛି ଘଟଣା ଘଟିଛି ଶ୍ରୀଲଙ୍କାର କଲମ୍ବୋରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ସେ କୂଅ ଖୋଳୁ ଖୋଳୁ ରାତାରାତି କୋଟିପତି ପାଲଟି ଯାଇଛନ୍ତି।

Advertisment

ଶ୍ରୀଲଙ୍କାର ରତ୍ନାପୁରା ସହରରେ ଜଣେ ବ୍ୟକ୍ତିଙ୍କ ଘରେ କୂଅ ଖୋଳା ଚାଲିଥିଲା। ଏହି ସମୟରେ ଖୋଳା ଯାଉଥିବା ସ୍ଥାନରୁ ଏକ ବିରାଟକାୟ ରତ୍ନ ପଥର ମିଳିଛି। ଏହି ପଥରର ଓଜନ ପ୍ରାୟ ୫୧୦ କିଲୋ ରହିଛି। ଯାହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୭୪୩ କୋଟି ୭୮ ଲକ୍ଷ ୬୦ ହଜାର ୭୬୯ ଟଙ୍କା।

[caption id="attachment_662508" align="aligncenter" width="650"]Worlds-largest-sapphire ଖୋଳା ଯାଉଥିବା ସ୍ଥାନରୁ ଏକ ବିରାଟକାୟ ରତ୍ନ ପଥର ମିଳିଛି।[/caption]

Advertisment

ଶ୍ରୀଲଙ୍କା ରାଷ୍ଟ୍ରୀୟ ରତ୍ନ ଏବଂ ଆଭୂଷଣ ପ୍ରାଧିକରଣ କହିଛି, ୫୧୦ କିଲୋଗ୍ରାମର ଏହି ରତ୍ନ ପଥର ନିଲମକୁ କିଣିବାକୁ ବିଦେଶରୁ ବହୁ ନିଲାମୀ ଡକାଯାଇଛି। ବର୍ତ୍ତମାନ କଲମ୍ବୋର ଏକ ଟ୍ରେଜରୀରେ ଏହି ନିଲମ ପଥରକୁ ରଖାଯାଇଛି।

ଖୋଳିବା ସମୟରେ ଏହି ରତ୍ନ ପଥର ମିଳିଥିବାରୁ ଏହାର ନାମ ସେରେଣ୍ଡିପିଟ୍ ସଫାୟାର ରଖାଯାଇଛି। ଏହି ପଥରକୁ ସଫା କରିବାକୁ ପ୍ରାୟ ୧ ବର୍ଷ ସମୟ ଲାଗିବ। ଯାଂଚ ଅଧିକାରୀ କହିଛନ୍ତି, ଏହା ଏକ ଦୁର୍ଲଭ ରତ୍ନ ପଥର। ବିଶେଷ କରି କଲମ୍ବୋରେ ଏଭଳି ନିଲମ ପଥର ମିଳେ, ଯାହାର ଦାମ୍ ସବୁଠାରୁ ଅଧିକ।

[caption id="attachment_662509" align="aligncenter" width="653"]World-Largest-Sapphire ଏହି ୨୫ ଲକ୍ଷ କ୍ୟାରେଟ୍ ରତ୍ନ ପଥରର ମାଲିକ ହେଉଛନ୍ତି ଡା. ଗମାଗେ।[/caption]

ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଏହି ୨୫ ଲକ୍ଷ କ୍ୟାରେଟ୍ ରତ୍ନ ପଥରର ମାଲିକ ହେଉଛନ୍ତି ଡା. ଗମାଗେ। କାରଣ ତାଙ୍କ ଘରୁ ହିଁ ଏହି ରତ୍ନ ପଥରଟି କୂଅ ଖୋଳିବା ସମୟରେ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଉକ୍ତ ରତ୍ନ ପଥରଟିକୁ ଏବେ ବ୍ୟାଙ୍କ ଅଫ୍ ସିଲୋନର ଏକ ଟ୍ରେଜରୀରେ ରଖାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe