Advertisment

ଉତୁରିଗଲା ଷ୍ଟଣ୍ଟ ଦେଖାଇବା ନିଶା, ଡ୍ୟାମ୍‌ କାନ୍ଥ ଉପରେ ଚଢ଼ିବା ପଡିଲା ମହଙ୍ଗା

ବେଙ୍ଗାଲୁରୁ: ଉତୁରିଗଲା ଯୁବକଙ୍କ ଷ୍ଟଣ୍ଟ ଦେଖାଇବା ନିଶା। ଡ୍ୟାମ୍‌ର ୩୦ ଫୁଟ ଉଚ୍ଚା କାନ୍ଥ ଉପରେ ଚଢ଼ି ଷ୍ଟଣ୍ଟ ଦେଖାଇବା ପଡିଲା ମହଙ୍ଗା। ହସ୍ପିଟାଲରେ ଖୋଲିଲା ଆଖି। କାନ୍ଥ ଉପରେ ଚଢ଼ିବାକୁ ଚେଷ୍ଟା କରିବା ବେଳେ ତଳେ ଘୋଷାରି ପଡିବା ପରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କର୍ଣ୍ଣାଟକର ଚିକ୍କବାଲାପୁରରେ ଘଟିଛି ଏହି ଘଟଣା। ରବିବାର ପ୍ରାୟ ଅପରାହ୍ଣ ସାଢ଼େ ୪ଟା। ଜଣେ ୨୫ ବର୍ଷୀୟ ଯୁବକ କର୍ଣ୍ଣାଟକର ଚିକ୍କାବାଲାପୁର ଜିଲ୍ଲାର ଶ୍ରୀନିବାସା ସାଗରା ଡ୍ୟାମର ୩୦ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଉତୁରିଗଲା ଷ୍ଟଣ୍ଟ ଦେଖାଇବା ନିଶା, ଡ୍ୟାମ୍‌ କାନ୍ଥ ଉପରେ ଚଢ଼ିବା ପଡିଲା ମହଙ୍ଗା

youth-attempted-to-scale-wall

ବେଙ୍ଗାଲୁରୁ: ଉତୁରିଗଲା ଯୁବକଙ୍କ ଷ୍ଟଣ୍ଟ ଦେଖାଇବା ନିଶା। ଡ୍ୟାମ୍‌ର ୩୦ ଫୁଟ ଉଚ୍ଚା କାନ୍ଥ ଉପରେ ଚଢ଼ି ଷ୍ଟଣ୍ଟ ଦେଖାଇବା ପଡିଲା ମହଙ୍ଗା। ହସ୍ପିଟାଲରେ ଖୋଲିଲା ଆଖି। କାନ୍ଥ ଉପରେ ଚଢ଼ିବାକୁ ଚେଷ୍ଟା କରିବା ବେଳେ ତଳେ ଘୋଷାରି ପଡିବା ପରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କର୍ଣ୍ଣାଟକର ଚିକ୍କବାଲାପୁରରେ ଘଟିଛି ଏହି ଘଟଣା।

Advertisment

ରବିବାର ପ୍ରାୟ ଅପରାହ୍ଣ ସାଢ଼େ ୪ଟା। ଜଣେ ୨୫ ବର୍ଷୀୟ ଯୁବକ କର୍ଣ୍ଣାଟକର ଚିକ୍କାବାଲାପୁର ଜିଲ୍ଲାର ଶ୍ରୀନିବାସା ସାଗରା ଡ୍ୟାମର ୩୦ ଫୁଟ ଉଚ୍ଚା କାନ୍ଥ ଉପରକୁ ଚଢ଼ି ଷ୍ଟଣ୍ଟ ଦେଖାଇବା ପାଇଁ ଚେଷ୍ଟା କରିଥିଲେ। ଷ୍ଟଣ୍ଟ ଜରିଆରେ ଯୁବକ ଜଣକ ନିଜ ସାଙ୍ଗଙ୍କୁ ଇମ୍ପ୍ରେସ କରିବାକୁ ଚାହୁଁଥିଲେ। କିନ୍ତୁ ୨୫ ଫୁଟ କାନ୍ଥ ଉପରେ ଚଢ଼ିବା ପରେ ତାଙ୍କ ନିୟନ୍ତ୍ରଣ ବିଗିଡି ଯାଇଥିଲା। ଏହାପରେ ସେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେପଟେ ଆହତ ଯୁବକଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କନ୍ଥ ଉପରୁ ତଳେ ପଡିବା ପରେ ଯୁବକଙ୍କ ଗୁରୁତର ହୋଇଛନ୍ତି। ଯୁବକ ଜଣକ ଷ୍ଟଣ୍ଟ ଦେଖାଇବା ବେଳେ ଡ୍ୟାମ୍‌ ଆଖପାଖରେ ପ୍ରାୟ ୫୦ ଜଣ ଉପସ୍ଥିତ ଥିଲେ। ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ଏବଂ ପ୍ରଶାସନ ଡ୍ୟାମ୍‌ରେ ଏଭଳି ଷ୍ଟଣ୍ଟ ଦେଖାଇବା ଅନୁମତି ନଥିବା କହିଛନ୍ତି।

Advertisment

ବିପଦପୂର୍ଣ୍ଣ କାର୍ଯ୍ୟ ନକରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିବା ସତ୍ତ୍ୱେ କାନ୍ଥ ଉପରକୁ ଯିବାକୁ ଚେଷ୍ଟା କରୁଥିବା ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନଘଟେ ସେଥିପାଇଁ ପୁଲିସ ଚେତାବନୀ ମଧ୍ୟ ଜାରି କରିଛି।

https://twitter.com/rocksiddhartha7/status/1528631668483006464?s=20&t=2xc0YLhz8rc0t-CZbnvzQw