Advertisment

ଚା’ ଦେଲେ ୭୩,୦୦୦ର ପୁରସ୍କାର ନେଲେ

ତେଲେଙ୍ଗାନା: କରୋନା ଭାଇରସ୍ ଦ୍ୱିତୀୟ ଲହର ପାଇଁ ଏବେ ଅଧିକାଂଶ ସ୍ଥାନରେ ଲାକଡାଉନ୍ ଲାଗୁ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଦେଲେ ଦୋକାନ ବଜାର ସବୁ ବନ୍ଦ ହୋଇପଡିଛି। ହୋଟେଲ, ବାର୍‌, ରେଷ୍ଟୁରାଣ୍ଟ ଏପରିକି ଛୋଟ ଛୋଟ ଚା’ ଦୋକାନ ମଧ୍ୟ ଖୋଲା ନାହିଁ। ଏଭଳି ସ୍ଥିତିରେ ଘରେ ରହି ଲୋକେ ବାହାର ଖାଦ୍ୟର ମଜା ନେବା ପାଇଁ ଅନ୍‌ଲାଇନ୍ ଫୁଡ୍ ଅର୍ଡର କରୁଛନ୍ତି । କିଏ ଅନ୍‌ଲାଇନ୍ ଫୁଡ୍ ଡେଲିଭରୀ ସଂସ୍ଥା ସ୍ୱିଗିରୁ ଖାଇବା ମଗାଉଛି […]

ଚା’ ଦେଲେ ୭୩,୦୦୦ର ପୁରସ୍କାର ନେଲେ

tea

Advertisment

ତେଲେଙ୍ଗାନା: କରୋନା ଭାଇରସ୍ ଦ୍ୱିତୀୟ ଲହର ପାଇଁ ଏବେ ଅଧିକାଂଶ ସ୍ଥାନରେ ଲାକଡାଉନ୍ ଲାଗୁ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଦେଲେ ଦୋକାନ ବଜାର ସବୁ ବନ୍ଦ ହୋଇପଡିଛି। ହୋଟେଲ, ବାର୍‌, ରେଷ୍ଟୁରାଣ୍ଟ ଏପରିକି ଛୋଟ ଛୋଟ ଚା’ ଦୋକାନ ମଧ୍ୟ ଖୋଲା ନାହିଁ। ଏଭଳି ସ୍ଥିତିରେ ଘରେ ରହି ଲୋକେ ବାହାର ଖାଦ୍ୟର ମଜା ନେବା ପାଇଁ ଅନ୍‌ଲାଇନ୍ ଫୁଡ୍ ଅର୍ଡର କରୁଛନ୍ତି । କିଏ ଅନ୍‌ଲାଇନ୍ ଫୁଡ୍ ଡେଲିଭରୀ ସଂସ୍ଥା ସ୍ୱିଗିରୁ ଖାଇବା ମଗାଉଛି ତ ଆଉ କଏ ଜୋମାଟୋରୁ। ଏହି ସଂସ୍ଥା ଗୁଡିକ ଅର୍ଡର କରିବାର ୩୦ରୁ ୪୫ ମିନିଟ୍‌ ମଧ୍ୟରେ ଖାଦ୍ୟ ଘରେ ନେଇ ପହଞ୍ଚାଇ ଦେଉଛନ୍ତି । ତେବେ ନିକଟରେ ଫୁଡ୍ ଡେଲିଭରୀ ସଂସ୍ଥା ଜୋମାଟୋର ଜଣେ କର୍ମଚାରୀ କିନ୍ତୁ ସୁଫରଫାଷ୍ଟ ଡେଲିଭରୀ ବୟ ପାଲଟିଛନ୍ତି । ସାଇକଲ ଯୋଗେ ସେ ଗ୍ରାହକଙ୍କୁ ୧୫ ମିନିଟ୍‌ରେ ଏକ ଚା’ ପହଞ୍ଚାଇ ପାଇଛନ୍ତି ପୁରସ୍କାର।

Advertisment

[caption id="attachment_652762" align="aligncenter" width="650"]publive-image ଗ୍ରାହକଙ୍କୁ ୧୫ ମିନିଟ୍‌ରେ ଏକ ଚା’ ପହଞ୍ଚାଇ ପାଇଛନ୍ତି ପରସ୍କାର[/caption]

ମହମ୍ମଦ ଅକିଲ। ସେ ହାଇଦ୍ରାବାଦରେ ଜୋମାଟୋ ବୟ ଭାବେ ଫୁଡ୍ ଡେଲିଭରୀ କରନ୍ତି । ପ୍ରତିଦିନ ସାଇକଲରେ ସେ ୨୧ କିଲୋମିଟର ଯାତ୍ରା କରନ୍ତି। ପ୍ରାୟ ୨୦ରୁ ଅଧିକ ଅର୍ଡର ଫୁଡ୍ ଡେଲିଭରୀ କରନ୍ତି। ତେବେ ନିକଟରେ ହାଇଦ୍ରାବାର କୋଟା ଅଞ୍ଚଳରେ ବାସ କରୁଥିବା ରବିନ୍ ମୁକେଶ ଜୋମାଟୋରୁ ସକାଳ ୧୦ଟାରେ ଏକ ଚା’ ଅର୍ଡର କରିଥିଲେ। ତେବେ ସେ ଅର୍ଡର କରିବାର ଠିକ୍ ୧୫ ମିନିଟ୍ ଭିତରେ ମହମ୍ମଦ ମେହଦିପଟ୍ଟନମ୍ ଅଞ୍ଚଳରୁ ସାଇକଲ ଯୋଗେ ଆସି ରବିନ୍‌ଙ୍କ ପାଖରେ ଚା’ ପହଞ୍ଚାଇଥିଲେ। ଜୋମାଟୋ ବୟ ମହମ୍ମଦକୁ ଦେଖି ରବିନ୍ ଚକିତ ହୋଇଯାଇଥିଲେ। ଏତେ ଦୂରରୁ ମାତ୍ର ୧୫ ମିନିଟ୍‌ରେ କିଭଳି ଆସିଲ ବୋଲି ସେ ମହମ୍ମଦଙ୍କୁ ପ୍ରଶ୍ନ କରିଥିଲେ। ଏହାପରେ ମହମ୍ମଦ କହିଥିଲେ ସେ ଗତ ୧ ବର୍ଷ ହେଲା ସାଇକଲରେ ହିଁ ଫୁଡ୍ ଡେଲିଭରି କରୁଛନ୍ତି।

Advertisment

ମହମ୍ମଦଙ୍କ ଏଭଳି ପରିଶ୍ରମକୁ ଦେଖି ରବିନ୍ ବେଶ୍ ପ୍ରଭାବିତ ହୋଇଥିଲେ। ଏହାପରେ ସେ ଇଂଜିନିଅରିଂ ପାଠ ପଢ଼ୁଥିବା ମହମ୍ମଦଙ୍କୁ ସହାଯ୍ୟ କରିବା ପାଇଁ ଫୁଡ୍ ଆଣ୍ଡ ଟ୍ରାଭେଲ ଫେସ୍‌ବୁକ୍ ପେଜ୍‌ରେ ଏକ ଫଟୋ ପୋଷ୍ଟ କରି ପୂରା ଘଟଣା ବର୍ଣ୍ଣନା କରିଥିଲେ। ଏହାପରେ ମହମ୍ମଦଙ୍କ ପାଇଁ ଚାରିଆଡୁ ସହାୟତାର ହାତ ବଢ଼ାଇଥିଲେ ଲୋକେ। ଆମେରିକାର ଜଣେ ମହିଳା ମହମ୍ମଦଙ୍କ ପାଇଁ ୩୦ ହଜାର ଟଙ୍କା ଦେଇଥିଲେ। ଅନ୍ୟମାନେ ମଧ୍ୟ ଦେଇଥିବା ସହାୟତା ମିଶାଇ ନଗର ୭୩ ହଜାର ଟଙ୍କା ଏକାଠି ହୋଇଥିଲା। ଏହାପରେ ମହମ୍ମଦଙ୍କୁ ରବିନ୍ ଏକ ମୋଟର ସାଇକେଲ କିଣି ତାଙ୍କୁ ଉପହାର ଦେଇଥିଲେ। ଏଥିସହ ତାଙ୍କ କଲେଜ ଫିସ୍ ବାବଦକୁ ବଳକା ୫ ହଜାର ଟଙ୍କା ମଧ୍ୟ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe