Advertisment

ମହଙ୍ଗା ପଡ଼ିଲା ସିଂହ ସହ ଖେଳ, ଝାମ୍ପି ନେଲା ଆଙ୍ଗୁଠି

ନୂଆଦିଲ୍ଲୀ: ପିଞ୍ଜରା ଭିତରେ ବନ୍ଦ ଥିବା ପଶୁଙ୍କୁ ବିରକ୍ତି କରିବା ଠିକ୍‌ ନୁହେଁ। କେତେବେଳେ ସେମାନେ ବିଚଳିତ ହୋଇପଡିବେ ତାହା କହିହେବନି। ଏହାର ପରିଣାମ ବେଶ୍‌ ଭୟଙ୍କର ହୋଇପାରେ। ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ପିଞ୍ଜରା ଭିତରେ ବନ୍ଦ ଥିବା  ସିଂହ ସହ ଖେଳିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି। ରାଗି ଯାଇ ସିଂହଟି ତାଙ୍କ ଆଙ୍ଗୁଠି ଖାଇଯାଇଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଜମାଇକାର ଏକ […]

ମହଙ୍ଗା ପଡ଼ିଲା ସିଂହ ସହ ଖେଳ, ଝାମ୍ପି ନେଲା ଆଙ୍ଗୁଠି

Zookeeper Has Finger Bitten Off By Lion

Advertisment

ନୂଆଦିଲ୍ଲୀ: ପିଞ୍ଜରା ଭିତରେ ବନ୍ଦ ଥିବା ପଶୁଙ୍କୁ ବିରକ୍ତି କରିବା ଠିକ୍‌ ନୁହେଁ। କେତେବେଳେ ସେମାନେ ବିଚଳିତ ହୋଇପଡିବେ ତାହା କହିହେବନି। ଏହାର ପରିଣାମ ବେଶ୍‌ ଭୟଙ୍କର ହୋଇପାରେ। ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ପିଞ୍ଜରା ଭିତରେ ବନ୍ଦ ଥିବା  ସିଂହ ସହ ଖେଳିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି। ରାଗି ଯାଇ ସିଂହଟି ତାଙ୍କ ଆଙ୍ଗୁଠି ଖାଇଯାଇଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ନିକଟରେ ଜମାଇକାର ଏକ ପ୍ରାଣୀ ଉଦ୍ୟାନର କର୍ମଚାରୀଙ୍କ ଆଙ୍ଗୁଠିକୁ ସିଂହ କାମୁଡି ଖାଇଯାଇଛି। ପ୍ରକୃତରେ ପ୍ରାଣୀ ଉଦ୍ୟାନର ଉକ୍ତ କର୍ମଚାରୀ ପିଞ୍ଜରାରେ ବନ୍ଦ ଥିବା ସିଂହ ସହ ଖେଳୁଥିଲେ। ପିଞ୍ଜରା ଭିତରେ ଆଙ୍ଗୁଠି ପୂରାଇ ସିଂହଟିକୁ ଆଉଁସି ଦେଉଥିଲେ। ହେଲେ ଜଙ୍ଗଲର ରାଜା ସିଂହଙ୍କୁ କିନ୍ତୁ ଏହା କରିବା ପସନ୍ଦ ଆସିନଥିଲା। ବିରକ୍ତି ହୋଇ ରାଗିଯାଇ ସିଂହଟି କାମୁଡି ନେଇଥିଲା ଉକ୍ତ ପ୍ରାଣୀ ଉଦ୍ୟାନ କର୍ମଚାରୀଙ୍କ ଆଙ୍ଗୁଠି। ଏହାପରେ ସିଂହ ପାଟି ଭିତରୁ ନିଜ ଆଙ୍ଗୁଠିକୁ ଛଡାଇବା ପାଇଁ ବ୍ୟକ୍ତି ଜଣକ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଶେଷରେ ତାଙ୍କୁ ନିଜ ଆଙ୍ଗୁଠି ହରାଇବାକୁ ପଡିଛି।

https://twitter.com/Morris_Monye/status/1528317584512368640?s=20&t=rjL-KJ_Yza0_8ESuEGIZtQ

Advertisment

ଉକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଜମାଇକାର ଏହି ପ୍ରାଣୀ ଉଦ୍ୟାନରେ ଆତଙ୍କ ଖେଳିଯାଇଛି। କର୍ମଚାରୀମାନେ ସିଂହର ଚିକିତ୍ସା ଉପରେ ଆଲୋଚନା ଆରମ୍ଭ କରିଦେଇଛନ୍ତି। ଜାମାଇକା ପର୍ଯ୍ୟବେକ୍ଷକଙ୍କ ଅନୁଯାୟୀ ଜାମାଇକା ସୋସାଇଟି ଫର ପ୍ରିଭେନସନ୍ ଅଫ୍ କ୍ରୁଏଲିଟି ଟୁ ଆନିମଲ୍ସର ପରିଚାଳନା ନିର୍ଦ୍ଦେଶକ ପାମେଲା ଲସନ୍ କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ।

ଜମାଇକା ପ୍ରାଣୀ ଉଦ୍ୟାନ କହିଛି, 'ପ୍ରାଣୀ ଉଦ୍ୟାନ ଉଭୟ ସାଧାରଣ ଜନତା ଏବଂ ପଶୁମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଯାହା ଘଟିବା ଉଚିତ ନୁହେଁ। ଆମେ ପ୍ରାଣୀ ଉଦ୍ୟାନର କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରୁଛୁ।'

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe