tiger
ମୁମ୍ୱାଇ : ଆପଣ ପିଲାଦିନେ ଭାଲୁ ଓ ଦୁଇ ସାଙ୍ଗର କାହାଣୀ ଶୁଣିଥିବେ। ଜଙ୍ଗଲରେ ଭାଲୁଠାରୁ ରକ୍ଷା ପାଇବା ପାଇଁ କିପରି ଜଣେ ସାଙ୍ଗ ଗଛରେ ଚଢ଼ି ଯାଇଥିଲା ଓ ଅନ୍ୟ ଜଣେ ନିଃଶ୍ୱାସ ବନ୍ଦ କରି ଭୂମି ଉପରେ ପଡ଼ି ମରିବାର ଅଭିନୟ କରିଥିଲା। ପିଲାଟିକୁ ମୃତ ଭାବି ଭାଲୁ ନଖାଇ ଛାଡ଼ି ଚାଲିଯାଇଥିଲା। ଏହିପରି ଏକ ଘଟଣା ମହାରାଷ୍ଟ୍ରରେ ଏକ କ୍ଷେତରେ ଦେଖିବାକୁ ମିଳିଛି। ମରିବାର ଅଭିନୟ କରିବା ଯୋଗୁଁ ଜଣେ ବ୍ୟକ୍ତି ବାଘ ମୁହଁରୁ ନିଜ ଜୀବନକୁ ବଞ୍ଚାଇ ପାରିଛନ୍ତି। ଯାହାର ଏକ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ଶନିବାର ମହାରାଷ୍ଟ୍ରର ବାନ୍ଦ୍ରା ଜିଲ୍ଲାରେ କିଛି ଲୋକ ବାଘକୁ ଘଉଡ଼ାଉଥିବା ସମୟରେ ଏହି ଘଟଣା ଘଟିଛି। ଏହି ସମୟରେ ଜଣେ ବ୍ୟକ୍ତି ତଳେ ପଡ଼ି ଯାଇଥିଲେ ଏବଂ ବାଘଟି ତାଙ୍କ ଉପରକୁ ଆକ୍ରମଣ କରିଥିଲା। କିନ୍ତୁ ବ୍ୟକ୍ତି ଜଣକ ଚତୁରତାର ସହିତ ନିଃଶ୍ୱାସ ବନ୍ଦ କରି ତଳେ ପଡ଼ି ରହିଥିଲେ। ବ୍ୟକ୍ତି ଜଣଙ୍କୁ ମୃତ ଭାବି ବାଘ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲା। ଭିଡିଓଟିକୁ ପରବିନ୍ କସୱାନ୍ ନାମରେ ଜଣେ ବନବିଭାଗ ଅଧିକାରୀ ଟ୍ୱିଟରରେ ଶେଆର୍ କରିଛନ୍ତି।
ଭିଡିଓ ଶେଆର୍ କରି ସେ କ୍ୟାପସନ୍ରେ ଲେଖିଛନ୍ତି, ‘ଆପଣ ଏଠାରେ ଦେଖିପାରିବେ ଯେ ବ୍ୟକ୍ତି ଜଣକ କିପରି ମୃତ୍ୟୁ ମୁହଁରୁ ନିଜକୁ ବଞ୍ଚାଇ ପାରିଛନ୍ତି। ବାଘ ଏହି ବ୍ୟକ୍ତିଙ୍କୁ ଶିକାର କରିପାରିଥା’ନ୍ତା। କିନ୍ତୁ ଅଧିକ ଭିଡ଼ ଯୋଗୁଁ ବାଘ ଡରି ଯାଇଥିଲା। ଭଗବାନଙ୍କୁ ଧନ୍ୟବାଦ ଏହି ବ୍ୟକ୍ତିଙ୍କର କୌଣସି କ୍ଷତି ହୋଇନାହିଁ।’
ଶେଆର୍ ହେବା ପରେ ଭିଡିଓଟିକୁ ୟୁଜର ପସନ୍ଦ କରିବା ସହିତ ଶେଆର୍ ମଧ୍ୟ କରୁଛନ୍ତି। ୨୫ ଜାନୁଆରୀରେ ଏହି ଭିଡିଓଟିକୁ ପୋଷ୍ଟ କରାଯାଇଛି। ଶେଆର୍ ହେବା ପରେ ଏପର୍ଯ୍ୟନ୍ତ ଭିଡିଓକୁ ୩୦ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଆହୁରି ମଧ୍ୟ ଭିଡିଓକୁ ୨ ହଜାରରୁ ଅଧିକ ଲାଇକ୍ ଓ ୫୦୦ରୁ ଅଧିକ ରିଟ୍ୱିଟ୍ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/tiger-2.jpg)