Advertisment

'ଗବ୍ବର' ସାଜି ଫସିଗଲେ ପୁଲିସ୍ ବାବୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଝାବୁଆରେ କିଛି ଏମିତି ଘଟଣା ଘଟିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ସେଠାରେ ଜଣେ ପୁଲିସକର୍ମୀ ବିଚ୍ ରାସ୍ତାରେ ଫିଲ୍ମି ଅନ୍ଦାଜରେ ଡାଇଲଗ୍ ମାରିଛନ୍ତି, ଯାହା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ପୁଲିସକର୍ମୀ ଜଣକ ପେଟ୍ରୋଲିଂ ସମୟରେ ଜିପ୍ ଭିତରୁ ମାଇକ୍ ବାହାର କରି ପ୍ରଖ୍ୟାତ ଫିଲ୍ମ ‘ଶୋଲେ’ର ଡାଇଲଗର ମାରିଥିଲେ। ସେ ନିଜକୁ ଗବ୍ବର କହି ସମ୍ବୋଧିତ କରିଥିଲେ ଏବଂ ଫିଲ୍ମର ଫେମସ୍ ଡାଇଲଗ୍ ‘୫୦-୫୦ ଦୂର…’କୁ ନିଜ ଅନ୍ଦାଜରେ କହିଥିଲେ। Show-cause […]

ଅଦ୍ୟତନ ହୋଇଛି
'ଗବ୍ବର' ସାଜି ଫସିଗଲେ ପୁଲିସ୍ ବାବୁ

mp1

Advertisment

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଝାବୁଆରେ କିଛି ଏମିତି ଘଟଣା ଘଟିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ସେଠାରେ ଜଣେ ପୁଲିସକର୍ମୀ ବିଚ୍ ରାସ୍ତାରେ ଫିଲ୍ମି ଅନ୍ଦାଜରେ ଡାଇଲଗ୍ ମାରିଛନ୍ତି, ଯାହା ତାଙ୍କ ପାଇଁ ମହଙ୍ଗା ପଡ଼ିଛି।

Advertisment

ପୁଲିସକର୍ମୀ ଜଣକ ପେଟ୍ରୋଲିଂ ସମୟରେ ଜିପ୍ ଭିତରୁ ମାଇକ୍ ବାହାର କରି ପ୍ରଖ୍ୟାତ ଫିଲ୍ମ 'ଶୋଲେ'ର ଡାଇଲଗର ମାରିଥିଲେ। ସେ ନିଜକୁ ଗବ୍ବର କହି ସମ୍ବୋଧିତ କରିଥିଲେ ଏବଂ ଫିଲ୍ମର ଫେମସ୍ ଡାଇଲଗ୍ '୫୦-୫୦ ଦୂର…'କୁ ନିଜ ଅନ୍ଦାଜରେ କହିଥିଲେ।

https://twitter.com/Anurag_Dwary/status/1328187845652058114?s=20

ସୋଶାଲ୍ ମିଡିଆରେ ତାଙ୍କର ସେହି ଭିଡିଓ ଭାଇରାଲ୍ ହେବା ପରେ ବିଭାଗ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି। ଝାବୁଆର କଲ୍ୟାଣପୁର ଥାନାର ଇନ୍ସପ୍ଟେକ୍ଟର କେଏଲ୍ ଡାଙ୍ଗି ନିଜକୁ ଗବ୍ବର କହିଥିଲେ। ୧୫ ସେକେଣ୍ଡର ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏବେ ଏହି ମାମଲାର ତଦନ୍ତ କରାଯିବା ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଝାବୁଆର ଆଡିସନାଲ୍ ଏସପି ଆନନ୍ଦ ସିଂହ ବାସ୍କେଲ୍।

Advertisment

ସୂଚନାଯୋଗ୍ୟ, ୧୯୭୫ରେ ରମେଶ ସିପ୍ପିଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହୋଇଥିବା 'ଶୋଲେ' ଫିଲ୍ମର ସବୁ ଡାଇଲଗ୍ ଆଜି ବି ଲୋକଙ୍କ ମନରେ ତାଜା ଅଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe