Advertisment

ଗାଡ଼ି ବନେଟ୍ ଉପରେ ଟ୍ରାଫିକ୍ ପୁଲିସଙ୍କୁ ଟାଣି ନେଲେ ଚାଳକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଏବେ ପୁଲିସ୍ ଅସୁରକ୍ଷିତ ବୋଲି ମନେ ହେଉଛି। କେତେବେଳେ ଦିଲ୍ଲୀ ପୁଲିସର ଯବାନଙ୍କ ଉପରେ କାର୍ ଚଢ଼ାଇବାକୁ ପ୍ରୟାସ କରାଯାଉଛି ତ କେତେବେଳେ ସେମାନଙ୍କ ଉପରେ ଆକ୍ରମଣ ମଧ୍ୟ କରାଯାଉଛି। ଏବେ ଦିଲ୍ଲୀ ପୁଲିସ୍ ଉପରକୁ ଆକ୍ରମଣ କରିବାର ଜ୍ଜ୍ୱଳନ୍ତ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। ଏଥର ଦିଲ୍ଲୀରେ ଜଣେ ପୁଲିସକର୍ମୀଙ୍କୁ ଏକ କାର୍ ଚାଳକ ବନେଟ୍ ଉପରେ ଟାଣିକି ନେବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହାର ଭିଡିଓ ଏବେ ଖୁବ୍ […]

ଗାଡ଼ି ବନେଟ୍ ଉପରେ ଟ୍ରାଫିକ୍ ପୁଲିସଙ୍କୁ ଟାଣି ନେଲେ ଚାଳକ

car

Advertisment

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଏବେ ପୁଲିସ୍ ଅସୁରକ୍ଷିତ ବୋଲି ମନେ ହେଉଛି। କେତେବେଳେ ଦିଲ୍ଲୀ ପୁଲିସର ଯବାନଙ୍କ ଉପରେ କାର୍ ଚଢ଼ାଇବାକୁ ପ୍ରୟାସ କରାଯାଉଛି ତ କେତେବେଳେ ସେମାନଙ୍କ ଉପରେ ଆକ୍ରମଣ ମଧ୍ୟ କରାଯାଉଛି। ଏବେ ଦିଲ୍ଲୀ ପୁଲିସ୍ ଉପରକୁ ଆକ୍ରମଣ କରିବାର ଜ୍ଜ୍ୱଳନ୍ତ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। ଏଥର ଦିଲ୍ଲୀରେ ଜଣେ ପୁଲିସକର୍ମୀଙ୍କୁ ଏକ କାର୍ ଚାଳକ ବନେଟ୍ ଉପରେ ଟାଣିକି ନେବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Advertisment

https://twitter.com/ANI/status/1316598225957126144?s=20

ଟ୍ରାଫିକ୍ ନିୟମ ଉଲ୍ଲଙ୍ଗନ କରିଥିବା ଏକ କାରକୁ ରୋକିବା ପାଇଁ ଟ୍ରାଫିକ୍ ପୁଲିସ୍ ପ୍ରୟାସ କରିଥିଲେ। ହେଲେ ସେହି ସମୟରେ କାର୍ ଚାଳକ ଜଣକ ଟ୍ରାଫିକ୍ କନଷ୍ଟେବଳକୁ ନିଜ କାରର ବନେଟ୍ ଉପରେ ଟାଣିକି ନେଇଯାଇଥିଲେ। ଏପରିକି କାର୍ ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇ ପୁଲିସକର୍ମୀଙ୍କୁ କଚାଡ଼ିବା ପାଇଁ ପ୍ରୟାସ କରିଥିଲେ। ପ୍ରାୟ ୫୦୦ ମିଟର୍ ଟାଣିବା ପରେ ପୁଲିସକର୍ମୀ ଜଣକ ସନ୍ତୁଳନ ହରାଇ ତଳେ ପଡ଼ିଯାଇଥିଲେ।

ଏହା ପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଯାହା ପରେ ପୁଲିସ୍ ଏହି ମାମଲାରେ ଅଭିଯୁକ୍ତ କାର୍ ଚାଳକଙ୍କ ବିରୋଧରେ ମୋକଦ୍ଦମା ଦାୟର କରିଥିଲେ। ଅଭିଯୁକ୍ତଙ୍କ ନାମ ଶୁଭମ୍ ବୋଲି କୁହାଯାଉଛି। କାର୍ ଚାଳକ ଟ୍ରାଫିକ୍ ପୁଲିସଙ୍କୁ ଯେଉଁଭଳି ଭାବେ ବିଚ୍ ରାସ୍ତାରେ କଚାଡ଼ିଲେ, ଏହା ଦ୍ୱାରା ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଦେଖା ଦେଇଥିଲା। କିନ୍ତୁ ସୌଭାଗ୍ୟବଶତଃ, ପୁଲିସ୍ ଜଣକ ଯେଉଁଠାରେ ପଡ଼ିଲେ, ସେଠାରେ କୌଣସି ବଡ଼ ଯାନ ଆସୁନଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe