Advertisment

ଦୋଳି ଖେଳୁଥିଲେ: ହଠାତ୍‌ ଏମିତି କିଛି ହେଲା, ତଳକୁ ଖସିଗଲେ ମହିଳା

ମେକ୍ସିକୋ: ସମୟ ସହ ଦୋଳି ମଧ୍ୟ ବଦଳୁଛି। ଆଜିକାଲି ବିଭିନ୍ନ ପାର୍କ ଓ ମେଳାରେ ଭିନ୍ନ ଭିନ୍ନ ପ୍ରକାରର ରୋମାଞ୍ଚକ ଦୋଳି ସବୁ ଆସିଲାଣି। ଆଉ ସେହି ଦୋଳିରେ ବସିବାର ମଜା ନେବା ପାଇଁ ଲୋକ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି। ନିକଟରେ ଏଭଳି ଏକ ଜୀବନକୁ ବାଜି ଲଗାଇବା ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳା ଦୋଳିରେ ଝୁଲୁ ଝୁଲୁ ଦୁର୍ଘଣାର ଶିକାର ହୋଇଛନ୍ତି। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ […]

ଅଦ୍ୟତନ ହୋଇଛି
ଦୋଳି ଖେଳୁଥିଲେ: ହଠାତ୍‌ ଏମିତି କିଛି ହେଲା, ତଳକୁ ଖସିଗଲେ ମହିଳା

Jhula

Advertisment

ମେକ୍ସିକୋ: ସମୟ ସହ ଦୋଳି ମଧ୍ୟ ବଦଳୁଛି। ଆଜିକାଲି ବିଭିନ୍ନ ପାର୍କ ଓ ମେଳାରେ ଭିନ୍ନ ଭିନ୍ନ ପ୍ରକାରର ରୋମାଞ୍ଚକ ଦୋଳି ସବୁ ଆସିଲାଣି। ଆଉ ସେହି ଦୋଳିରେ ବସିବାର ମଜା ନେବା ପାଇଁ ଲୋକ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି। ନିକଟରେ ଏଭଳି ଏକ ଜୀବନକୁ ବାଜି ଲଗାଇବା ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳା ଦୋଳିରେ ଝୁଲୁ ଝୁଲୁ ଦୁର୍ଘଣାର ଶିକାର ହୋଇଛନ୍ତି। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ମୁତାବକ, ଗତ ଶୁକ୍ରବାର ମେକ୍ସିକୋର କଟାପ୍ଲମ ଆମ୍ୟୁଜମେଣ୍ଟ ପାର୍କରେ ଏହି ଘଟଣା ଘଟିଛି। ଯାହାର ଭାଇରାଲ ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଅମ୍ୟୁଜମେଣ୍ଟ ପାର୍କରେ ଅନେକ ଲୋକ ଏକ ଦୋଳିରେ ବସିଛନ୍ତି। ଆରମ୍ଭରେ ଦୋଳି ଆଗ-ପଛ ହେଉଛି।  ଧୀରେ ଧୀରେ ଏହାର ବେଗ ବଢ଼ିବା ସହ ଏହା ୩୬୦ ଡିଗ୍ରୀରେ ବୁଲିଯାଇ ସମ୍ପୂର୍ଣ୍ଣ ଓଲଟିଯାଉଛି।

ଏହି ସମୟରେ ଜଣେ ମହିଳା ଦୋଳିରୁ ତଳକୁ ଓହଳି ପଡ଼ୁଛନ୍ତି । ଦୋଳି ବୁଲି ଆସି ତାଙ୍କ ଦେହରେ ବାଜିଲା ପରେ ସେ ଛିଟକି ତଳେ ପଡ଼ିଯାଉଛନ୍ତି। ଆଉ ଏହାପରେ ସେଠି ଉପସ୍ଥିତ ଲୋକେ ମହିଳାଙ୍କ ପାଖକୁ ଦୌଡ଼ି ଯାଉଛନ୍ତି। ଭିଡିଓଟିକୁ ବର୍ତ୍ତମାନ ୧ଲକ୍ଷରୁ ଅଧିକ ଥର ଦେଖାସରିଲାଣି।

Advertisment

ଘଟଣା ପରେ ସେଠାକାର ମେୟର ଫେସ୍‌ବୁକ୍‌ରେ ସେହି ପାର୍କର କିଛି ଫଟୋ ଶେଆର କରି ଲେଖିଛନ୍ତି ଯେ ଏହି ଦୋଳିଟି ବିନା ଅନୁମତିରେ ଚାଲିଥିଲା। ଘଟଣା ପରେ ଏହାକୁ ଅସ୍ଥାୟୀ ରୂପେ ବନ୍ଦ କରିଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe