ଉତ୍କଟ ହେଉଛି ଜଳ ସଙ୍କଟ; ଆମେ କେବେ ବୁଝିବା ପାଣିର ମୂଲ୍ୟ? ଏହି ଭିଡିଓ ଦେଖନ୍ତୁ ଜାଣିବେ ବାସ୍ତବ ସ୍ଥିତି

ଚେନ୍ନାଇ: ପିଇବା ପାଣି ମିଳିବା ଆଜିକା ଦୁନିଆରେ ସବୁଠୁ ବଡ଼ ସମସ୍ୟା। ଦିନକୁ ଦିନ ମଧୁର ଜଳର ପରିମାଣ କମି ଆସୁଥିବା ବେଳେ ଯେଉଁମାନଙ୍କ ପାଖରେ ଏହା ମିଳୁଛି ଯେ, ସେମାନେ ଏହାର ମୁଲ୍ୟ ନ ବୁଝି ଅଯଥା ଅପବ୍ୟୟ କରୁଛନ୍ତି। ପ୍ରାୟ ସବୁଦିନ ଲୋକମାନେ ଲକ୍ଷ ଲକ୍ଷ ଲିଟର୍‌ ସଫା ପାଣିକୁ ନଷ୍ଟ କରୁଛନ୍ତି। କିନ୍ତୁ ଚେନ୍ନାଇର ଏହି ଭିଡିଓ ଦେଖିଲା ପରେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହେବେ ଯେ, ଦିନେ ଆମକୁ ଏହି […]

a11

Rosalin Rath
  • Published: Wednesday, 26 June 2019
  • , Updated: 26 June 2019, 11:50 AM IST

ଚେନ୍ନାଇ: ପିଇବା ପାଣି ମିଳିବା ଆଜିକା ଦୁନିଆରେ ସବୁଠୁ ବଡ଼ ସମସ୍ୟା। ଦିନକୁ ଦିନ ମଧୁର ଜଳର ପରିମାଣ କମି ଆସୁଥିବା ବେଳେ ଯେଉଁମାନଙ୍କ ପାଖରେ ଏହା ମିଳୁଛି ଯେ, ସେମାନେ ଏହାର ମୁଲ୍ୟ ନ ବୁଝି ଅଯଥା ଅପବ୍ୟୟ କରୁଛନ୍ତି। ପ୍ରାୟ ସବୁଦିନ ଲୋକମାନେ ଲକ୍ଷ ଲକ୍ଷ ଲିଟର୍‌ ସଫା ପାଣିକୁ ନଷ୍ଟ କରୁଛନ୍ତି।

କିନ୍ତୁ ଚେନ୍ନାଇର ଏହି ଭିଡିଓ ଦେଖିଲା ପରେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହେବେ ଯେ, ଦିନେ ଆମକୁ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିବନି ତ?

https://twitter.com/vimlendu/status/1143174284803637255

ସାରା ଦେଶରେ ଖରାଦିନେ ଜଳ ସଙ୍କଟ ଉତ୍କଟ ରୂପ ନେଇଥାଏ। ସହରଠୁ ଆରମ୍ଭ କରି ଗାଁ ସବୁଠି ଲୋକମାନ ଏହି ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ଏହି ବର୍ଷ କିନ୍ତୁ ତାମିଲ୍‌ନାଡୁରେ ପାଣି ଲୋକମାନଙ୍କର ଶୋଷ ମେଣ୍ଟାଇ ପାରିନାହିଁ। ଆଉ ଏହାର କାରଣ କମ୍‌ ବର୍ଷା।

ଭିମ୍‌ଲେନ୍ଦୁ ଝା ନାମକ ବ୍ୟକ୍ତି ଏହି ଭିଡିଓ ଶେଆର୍‌ କଲା ପରେ ତାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ପାଣି ପାଇଁ କିପରି ପାତ୍ରମାନ ଧାଡ଼ି ଧାଡ଼ି କରି ରାସ୍ତା କଡ଼ରେ ମାଇଲ ମାଇଲ ବ୍ୟାପି ରଖାଯାଇଛି, ତାହା ଆପଣଙ୍କ ଆଖି ପାଇବନି। ଗାଡିରେ ରାସ୍ତା ଅତିକ୍ରମ କରି ଯିବା ସମୟରେ ମଧ୍ୟ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଥିବା ପାତ୍ରମାନ ଦେଖିବାକୁ ପାଇବେ।

ଯାହାକି ଆପଣଙ୍କୁ ବ୍ୟଥିତ କରିବ।  ପାଣି ଭର୍ତ୍ତି  ଏକ ଟ୍ୟାଙ୍କର୍‌ ପାଣି ଦେଉଛି, ଆଉ ତା ପାଖକୁ ପାଖ ଲାଗି ପାଣି ଭର୍ତ୍ତି କରିବା ପାତ୍ରମାନ ରଖାଯାଇଛି। ଯେତେବେଳେ  ଯାହା ନମ୍ବର ଆସିବ ସେତେବେଳେ ଟ୍ୟାଙ୍କର ପାଣି ଦେବ। ଆଉ ନମ୍ବର ଆସିବ ନା ନାହିଁ ତାହା ମଧ୍ୟ ଜଣାନାହିଁ। କାରଣ ଏତେ ଲୋକଙ୍କୁ ପାଣି ଦେବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ମଧ୍ୟ ନାହିଁ।

ଏକ ରିପୋର୍ଟ ଅନୁସାରେ, ତାମିଲନାଡୁରେ ପାଣି ପାଇଁ ଏପରି ଅବସ୍ଥା ହୋଇଛି ଯେ, ସେଠାକାର ଆଇଟି କମ୍ପାନୀ ଘରେ କିଛି କାମ କରିବାକୁ ନିଜ କର୍ମଚାରୀଙ୍କୁ କହିଛନ୍ତି। ବିଷେଶଜ୍ଞଙ୍କ କହିବା ଅନୁସାରେ ବର୍ଷା ହେଲେ ଏହି ସ୍ଥିତି ଦୂର ହେବ। ଆଉ ଜରୁରୀ ବିଷୟ ହେଲା ବର୍ଷା ପାଣିକୁ ଆମେ ସଂରକ୍ଷଣ କରିବା ଆବଶ୍ୟକ।

Related story