Advertisment

ପୋଲ ତିଆରି କଲେ ପିମ୍ପୁଡ଼ି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ‘ଏକତା ହିଁ ବଳ’ ଢ଼େଗକୁ ଆପଣ ସ୍କୁଲ, କଲେଜ କିମ୍ୱା କାର୍ଯ୍ୟସ୍ଥଳରେ ଶୁଣିବାକୁ ପାଇଥିବେ। ଯେଉଁଥିରେ ଏକ ଟିମ୍‌ ସାମିଲ ହୋଇଥାଏ। କାମ ଯାହା ହେଉନା କାହିଁକି ସମସ୍ତେ ମିଳିମିଶି କାମ କଲେ, କାର୍ଯ୍ୟଟି ଶୀଘ୍ର ସମ୍ପନ୍ନ ହୋଇଥାଏ। ଏକତା କଥା କହିବା ସମୟରେ ଆମେ ପିମ୍ପୁଡିଙ୍କର ଉଦାହରଣ ଦେଇଥାଉ। ତେଣୁ ଗୋଟିଏ ଛୋଟ ପିଲାକୁ ପିମ୍ପୁଡ଼ିଙ୍କ କାର୍ଯ୍ୟ ପ୍ରଣାଳୀକୁ ଦେଖାଇ ଏକତା ବିଷୟରେ ବୁଝା ଯାଇଥାଏ। ପ୍ରକୃତି ସୃଷ୍ଟି କରିଥିବା ଏହି ଛୋଟ ଜୀବ […]

author-image
Puspanjali Panda
ପୋଲ ତିଆରି କଲେ ପିମ୍ପୁଡ଼ି, ଦେଖନ୍ତୁ ଭିଡିଓ

aaaa

ନୂଆଦିଲ୍ଲୀ: ‘ଏକତା ହିଁ ବଳ’ ଢ଼େଗକୁ ଆପଣ ସ୍କୁଲ, କଲେଜ କିମ୍ୱା କାର୍ଯ୍ୟସ୍ଥଳରେ ଶୁଣିବାକୁ ପାଇଥିବେ। ଯେଉଁଥିରେ ଏକ ଟିମ୍‌ ସାମିଲ ହୋଇଥାଏ। କାମ ଯାହା ହେଉନା କାହିଁକି ସମସ୍ତେ ମିଳିମିଶି କାମ କଲେ, କାର୍ଯ୍ୟଟି ଶୀଘ୍ର ସମ୍ପନ୍ନ ହୋଇଥାଏ। ଏକତା କଥା କହିବା ସମୟରେ ଆମେ ପିମ୍ପୁଡିଙ୍କର ଉଦାହରଣ ଦେଇଥାଉ। ତେଣୁ ଗୋଟିଏ ଛୋଟ ପିଲାକୁ ପିମ୍ପୁଡ଼ିଙ୍କ କାର୍ଯ୍ୟ ପ୍ରଣାଳୀକୁ ଦେଖାଇ ଏକତା ବିଷୟରେ ବୁଝା ଯାଇଥାଏ।

Advertisment

ପ୍ରକୃତି ସୃଷ୍ଟି କରିଥିବା ଏହି ଛୋଟ ଜୀବ ଟିମ୍‌ରେ କିପରି କାର୍ଯ୍ୟ କରିଥାନ୍ତି, ଏହି ଭାଇରାଲ୍‌ ଭିଡିଓଟିକୁ ଦେଖିଲେ ଆପଣ ଜାଣିପାରିବେ। ଏହି ଭିଡିଓଟିକୁ ସ୍ୱାତୀ ଲାକ୍ରା ନାମ୍ନୀ ଜଣେ ଆଇପିଏସ ଅଫିସର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି।

https://twitter.com/IGWomenSafety/status/1172345677151522816

ଏହି ଭିଡିଓରେ ଦେଖାଯାଇଛି ଯେ, ପିମ୍ପୁଡ଼ିଙ୍କର ଏକ ଗୋଷ୍ଠୀ ଏକ ଲୁହାର ରୋଲ୍‌ରକୁ ଟପିବା ପାଇଁ ପରସ୍ପରର ସାହାଯ୍ୟରେ ଏକ ଛୋଟ ପୋଲ ତିଆରି କରି ଯିବାଆସିବା କରୁଛନ୍ତି। ଭିଡିଓକୁ ଶେଆର କରି ସ୍ୱାତୀ କ୍ୟାପସନ୍‌ରେ ଲେଖିଛନ୍ତି, ‘ଏମାନଙ୍କଠାରୁ ପ୍ରେରଣା ନେବା ଉଚିତ୍‌। କିପରି ଏମାନେ ଏକାଠି ହୋଇ ଟିମ୍‌ ୱାର୍କ ବା ଏକତାର ପ୍ରମାଣ ଦେଇଛନ୍ତି।’ ଏହି ଭିଡିଓଟିକୁ ଇଣ୍ଟରନେଟ୍‌ରେ ବହୁଳ ମାତ୍ରାରେ ଶେଆର କରାଯାଉଛି।

Advertisment

ଏହିପରି ପ୍ରେରଣା ଦାୟକ ଭିଡିଓକୁ ସ୍ୱାତୀ ତାଙ୍କ ସୋଶାଲ ମିଡିଆରେ ଆକାଉଣ୍ଟରେ ଶେଆର୍‌ କରିଥାନ୍ତି। ସ୍ୱାତୀଙ୍କର ୪୮ ହଜାର ଫଲୋୟର ରହିଛନ୍ତି।