Advertisment

ବିରଳ ପ୍ରଜାତିର ହରିଣ ଚିହ୍ନଟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ହରିଣ ନିଶ୍ଚିତ ସମସ୍ତେ ଦେଖିଥିବେ। ହେଲେ କେବେ ଧଳା ରଙ୍ଗର ହରିଣ ଦେଖିଛନ୍ତି କି? ଆଜ୍ଞା ହଁ, ଶୁଣିବାକୁ ହୁଏତ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ କଥାଟି ଏକଦମ୍ ସତ। ସୋସିଆଲ ମିଡିଆରେ ଏବେ ଏକ ଧଳା ହରିଣର ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ନିଜ ଆଖି ଉପରେ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ। ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଧଳା ହରିଣଟିଏ ଦେଖିବାକୁ ମିଳିଛି। […]

ବିରଳ ପ୍ରଜାତିର ହରିଣ ଚିହ୍ନଟ, ଦେଖନ୍ତୁ ଭିଡିଓ

White Moose

Advertisment

ନୂଆଦିଲ୍ଲୀ: ହରିଣ ନିଶ୍ଚିତ ସମସ୍ତେ ଦେଖିଥିବେ। ହେଲେ କେବେ ଧଳା ରଙ୍ଗର ହରିଣ ଦେଖିଛନ୍ତି କି? ଆଜ୍ଞା ହଁ, ଶୁଣିବାକୁ ହୁଏତ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ କଥାଟି ଏକଦମ୍ ସତ। ସୋସିଆଲ ମିଡିଆରେ ଏବେ ଏକ ଧଳା ହରିଣର ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ନିଜ ଆଖି ଉପରେ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ।

Advertisment

ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଧଳା ହରିଣଟିଏ ଦେଖିବାକୁ ମିଳିଛି। ହରିଣଟି କେବଳ ବୁଲୁଛି ତାହା ନୁହେଁ ବରଂ ଏକ ଜଳାଶୟରେ ପହଁରୁଥିବାର ମଧ୍ୟ ଦେଖିବାକୁ ମିଳିଛି।

ତେବେ ଏହି ଭିଡିଓଟି ହୁଏତ ପୁରୁଣା ହୋଇଥାଇପାରେ ହେଲେ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଯୋଗୁଁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓଟି Gabriele Corno ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ଶେୟାର କରାଯାଇଛି। କ୍ୟାପସନରେ ଧଳା ହରିଣଟି ସ୍ୱିଡ଼େନର ଏକ ଅଞ୍ଚଳରେ ଠାବ ହୋଇଛି ବୋଲି ଲେଖାଯାଇଛି। ଏହାସହ ଫଟୋ କ୍ରେଡିଟରେ ହାଂସ ନିଲସନ୍ ନାମ ଲେଖାଯାଇଛି। ଭିଡିଓକୁ ୧ କୋଟିରୁ ଉର୍ଦ୍ଧ୍ୱ ଲୋକ ଦେଖି ସାରିଥିବାବେଳେ ୬୨୪ ହଜାର ୟୁଜର୍ସ ଲାଇକ୍ କରିଛନ୍ତି।

Advertisment

https://twitter.com/i/status/1559108395801759745

ଧଳା ହରିଣ ବିଷୟରେ କିଛି ଜାଣିବା କଥା:

ବିଶ୍ୱରେ ଧଳା ହରିଣ(White Moose)ର ପ୍ରଜାତି ଲୋପ ପାଇବାକୁ ବସିଲାଣି। ଏହି ଦୁର୍ଲଭ ପ୍ରଜାତିର ହରିଣ ସ୍ୱିଡେନ୍ ବ୍ୟତୀତ ଆମେରିକା, କାନାଡ଼ା, ଆଲାସ୍କାରେ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ପ୍ରଜାତିର ହରିଣମାନେ ଏକ ସ୍ୱତନ୍ତ୍ର ତାପମାତ୍ରାରେ ରହିଥାନ୍ତି। ୫୦ ଡିଗ୍ରୀ ତାପମାତ୍ରା ଉପରେ ରହିବା ଏମାନଙ୍କ ସ୍ୱାସ୍ଥ୍ୟପ୍ରତି ହାନୀକାରକ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe