Advertisment

ବିମାନ କର୍ମଚାରୀଙ୍କୁ ପସନ୍ଦ ଆସିଲାନି ଡ୍ରେସ, କହିଲେ-ଲାତ ମାରି ବାହାର କରିଦେବି

ନୂଆଦିଲ୍ଲୀ: ବିମାନ ଯାତ୍ରାବେଳେ କିଏ ସଟ୍‌ସ୍‌ ପିନ୍ଧିବାକୁ ଭଲ ପାଏ ତ ଆଉ କିଏ ଜିନ୍ସ। ସେହିପରି ଆଉ କିଏ କିଏ ଟ୍ରାଉଜର ସାଙ୍ଗ କ୍ରପଟପ ପିନ୍ଧନ୍ତି। ଯାତ୍ରା ସମୟରେ ସମସ୍ତେ ନିଜ ଆରମ ମୁତାବକ ପୋଷକା ପିନ୍ଧିବାକୁ ଭଲ ପାଆନ୍ତି। କିନ୍ତୁ ନିକଟରେ ବିମାନ ଯାତ୍ରା ସମୟରେ ଜଣେ ଯୁବତୀଙ୍କୁ ତାଙ୍କ ଡ୍ରେସ ପାଇଁ ସହିବାକୁ ପଡିଛି ଦୁର୍ବ୍ୟବହାର। ତାଙ୍କ ସହ ଏହି ଦୁର୍ବ୍ୟବହାର କୌଣସି ଯାତ୍ରୀ ନୁହେଁ ଖୋଦ୍‌ ଜଣେ ବିମାନ କମଚାରୀ କରିଛନ୍ତି। […]

ବିମାନ କର୍ମଚାରୀଙ୍କୁ ପସନ୍ଦ ଆସିଲାନି ଡ୍ରେସ, କହିଲେ-ଲାତ ମାରି ବାହାର କରିଦେବି

flight attendant Humillated

Advertisment

ନୂଆଦିଲ୍ଲୀ: ବିମାନ ଯାତ୍ରାବେଳେ କିଏ ସଟ୍‌ସ୍‌ ପିନ୍ଧିବାକୁ ଭଲ ପାଏ ତ ଆଉ କିଏ ଜିନ୍ସ। ସେହିପରି ଆଉ କିଏ କିଏ ଟ୍ରାଉଜର ସାଙ୍ଗ କ୍ରପଟପ ପିନ୍ଧନ୍ତି। ଯାତ୍ରା ସମୟରେ ସମସ୍ତେ ନିଜ ଆରମ ମୁତାବକ ପୋଷକା ପିନ୍ଧିବାକୁ ଭଲ ପାଆନ୍ତି। କିନ୍ତୁ ନିକଟରେ ବିମାନ ଯାତ୍ରା ସମୟରେ ଜଣେ ଯୁବତୀଙ୍କୁ ତାଙ୍କ ଡ୍ରେସ ପାଇଁ ସହିବାକୁ ପଡିଛି ଦୁର୍ବ୍ୟବହାର। ତାଙ୍କ ସହ ଏହି ଦୁର୍ବ୍ୟବହାର କୌଣସି ଯାତ୍ରୀ ନୁହେଁ ଖୋଦ୍‌ ଜଣେ ବିମାନ କମଚାରୀ କରିଛନ୍ତି।

Advertisment

ସିଏରା ଷ୍ଟିଡ୍‌ମ୍ୟାନ୍‌। ସେ ନିକଟରେ କାନାଡାକୁ ବିମାନ ଯାତ୍ରା କରିଥିଲେ। ଏହି ସମୟରେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ। ସମସ୍ତ କ୍ରୁ ମେମ୍ବର ସାମ୍ନାରେ ତାଙ୍କୁ କରିଥିଲେ ବେଇଜ୍ଜତ। ସିଏରାଙ୍କ କହିବା ମୁତାବକ,ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କୁ ତାଙ୍କ ଡ୍ରେସ ଭଲ ଲାଗି ନଥିଲା। ଫଳରେ ସମସ୍ତ କ୍ୟାବିନ୍‌ କ୍ରୁ ସାମ୍ନାରେ ତାଙ୍କ ପୋଷାକକୁ ନେଇ ଧମକ ଦେଇଥିଲେ ବିମାନ କର୍ମଚାରୀ। ସେ କହିଥିଲେ, `ତୁମେ ଯେଉଁ ଡ୍ରେସ ପିନ୍ଧିଛ, ସେଥିପାଇଁ ମୁଁ ତୁମକୁ ଲାତ ମାରି ବିମାନରୁ ବାହାର କରିଦେବି।'

[caption id="attachment_664605" align="aligncenter" width="650"]flight attendant Humillated ଦୁର୍ବ୍ୟବହାର କରିଥିଲେ ଜଣେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ[/caption]

Advertisment

ଟିକଟକ୍‌ ଭିଡିଓ ଜରିଆରେ ସିଏରା କାନ୍ଦି କାନ୍ଦି ଏହି ପୂରା ଘଟଣା ବିଷୟର ବଖାଣିଛନ୍ତି।  ଏହି ଭିଡିଓରେ ଯୁବତୀ ଜଣକ କଳା ରଙ୍ଗର ଟପ୍‌ ଏକ ହୁଡି ପିନ୍ଧିଛନ୍ତି। ସେ ନିଜ ମୁହଁକୁ ଢ଼ାଙ୍କି ଦେଇଛନ୍ତି। ଏଥିସହ ଏକ ସଟ୍‌ ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।

ଯୁବତୀଙ୍କ କହିବା ମୁତାବକ, ତାଙ୍କୁ ପୂର୍ବରୁ ଏଭଳି କେବ ବି କିଏ ଅପମାନିତ, ଲଜ୍ଜା ଆଉ ଦୁଃଖ ଦେଇନାହାନ୍ତି। ଅଲାସ୍କା ଏୟାରଲାଇନ୍ସରରେ ଯାତ୍ରା ସମୟରେ କ୍ୟାବିନ୍‌ କ୍ରୁର ଜଣେ ସଦସ୍ୟ ତାଙ୍କ ପୋଷାକ ପରିଧାନକୁ ନେଇ ପ୍ରଶ୍ନ ଉଠାଇବା ସହ ତାଙ୍କୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସିଏରାଙ୍କ ମା' ଏୟାରଲାଇନ୍‌ କମ୍ପାନୀର କାର୍ଯ୍ୟାଳୟରେ ପହଞ୍ଚି ଉକ୍ତ ବିମାନ କର୍ମଚାରୀଙ୍କ ବିରେଧରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।flight-attendant-for-humiliating

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe