Advertisment

କରୋନା ଭାଇରସ୍‌ ପାଇଁ ଜିରାଫ୍‌ କଷ୍ଟ୍ୟୁମ୍‌ ପିନ୍ଧିଲେ ମହିଳା

ନୂଆଦିଲ୍ଲୀ : କରୋନା ଭାଇରସ୍ ବା କୋଭିଡ୍-୧୯ର ତାଣ୍ଡବ ସମଗ୍ର ଚାଇନାରେ ଭୟ ସୃଷ୍ଟି କରିଛି। ଏହି ଇନଫେକସନ୍‌ରୁ ରକ୍ଷା ପାଇବା ପାଇଁ ଚାଇନାର ଜଣେ ମହିଳା ଜିରାଫ୍ କଷ୍ଟ୍ୟୁମ୍ ପିନ୍ଧିଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଏପରିକି ମହିଳା ଜଣକ ଏହି କଷ୍ଟ୍ୟୁମ୍ ପିନ୍ଧି ହସ୍ପିଟାଲ ଯାଇଥିବା ଦେଖିବାକୁ ମଧ୍ୟ ମିଳିଛି। ଚାଇନା ମିଡିଆର ରିପୋର୍ଟ ଅନୁସାରେ ମୁହଁରେ ପିନ୍ଧୁଥିବା ମାସ୍କ ପୁରୁଣା ହୋଇଯିବା ପରେ ମହିଳା ଜଣଙ୍କୁ ପରିବାର ପାଇଁ ନୂଆ […]

କରୋନା ଭାଇରସ୍‌ ପାଇଁ ଜିରାଫ୍‌ କଷ୍ଟ୍ୟୁମ୍‌ ପିନ୍ଧିଲେ ମହିଳା

jiraf

Advertisment

ନୂଆଦିଲ୍ଲୀ : କରୋନା ଭାଇରସ୍ ବା କୋଭିଡ୍-୧୯ର ତାଣ୍ଡବ ସମଗ୍ର ଚାଇନାରେ ଭୟ ସୃଷ୍ଟି କରିଛି। ଏହି ଇନଫେକସନ୍‌ରୁ ରକ୍ଷା ପାଇବା ପାଇଁ ଚାଇନାର ଜଣେ ମହିଳା ଜିରାଫ୍ କଷ୍ଟ୍ୟୁମ୍ ପିନ୍ଧିଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଏପରିକି ମହିଳା ଜଣକ ଏହି କଷ୍ଟ୍ୟୁମ୍ ପିନ୍ଧି ହସ୍ପିଟାଲ ଯାଇଥିବା ଦେଖିବାକୁ ମଧ୍ୟ ମିଳିଛି।

Advertisment

ଚାଇନା ମିଡିଆର ରିପୋର୍ଟ ଅନୁସାରେ ମୁହଁରେ ପିନ୍ଧୁଥିବା ମାସ୍କ ପୁରୁଣା ହୋଇଯିବା ପରେ ମହିଳା ଜଣଙ୍କୁ ପରିବାର ପାଇଁ ନୂଆ ମାସ୍କର ଆବଶ୍ୟକତା ରହିଥିଲା। କିନ୍ତୁ ମାସ୍କ ନଥିବାରୁ ସେ ନୂଆ ମାସ୍କ ଆଣିବାକୁ ଯାଇପାରୁ ନଥିଲେ। ତେଣୁ ନିଜକୁ ଇନଫେକସନ୍‌ରୁ ଦୂରେଇ ରଖିବାକୁ ସେ ଅନଲାଇନ୍‌ରେ ୨ଟି ଜିରାଫ୍ କଷ୍ଟ୍ୟୁମ୍ ଅର୍ଡର୍ କରିଥିଲେ ଏବଂ ସେହି ମାସ୍କ ପିନ୍ଧି ହସ୍ପିଟାଲରେ ପହଞ୍ଚିଥିଲେ।

ଭିଡିଓରେ ଦେଖାଯାଇଛି ଯେ ମହିଳା ଜଣକ ପିନ୍ଧିଥିବା ଏହି ଜିରାଫ୍ କଷ୍ଟ୍ୟୁମ୍‌ ଟ୍ରାନ୍ସପାରାଣ୍ଟ ପ୍ଲାଷ୍ଟିକରେ ତିଆରି ଏବଂ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଘୋଡ଼େଇ ହୋଇ ରହିଛି। ଏହାକୁ ପିନ୍ଧି ସେ ଡାକ୍ତରଙ୍କ ସହିତ କଥାବାର୍ତ୍ତା ମଧ୍ୟ କରୁଛନ୍ତି।

Advertisment

ପରେ ମେଡିକାଲ୍ ଅଥରିଟି କରୋନା ଭାଇରସ୍ ଇନଫେକସନ୍‌ରୁ ରକ୍ଷା ପାଇବା ପାଇଁ ଜିରାଫ୍ କଷ୍ଟ୍ୟୁମ୍ ଉପଯୁକ୍ତ ନୁହେଁ ବୋଲି କହିଥିଲେ। କାରଣ ଏହା ଥରେ ବ୍ୟବହାର ପରେ ଇନଫେକ୍ଟେଟେଡ୍ ହୋଇଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe