Advertisment

ମୁଣ୍ଡରେ ଟ୍ୟୁମର ଅପରେସନ୍‌ ବେଳେ ଭାଓଲିନ୍‌ ବଜାଇଲେ ରୋଗୀ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ : ମୁଣ୍ଡରେ ଟ୍ୟୁମର ଅପରେସନ୍‌ ସମୟରେ ବ୍ରିଟିଶ୍‌ ହସ୍ପିଟାଲର ଜଣେ ରୋଗୀ ଭାଇଲିନ୍‌ ବଜାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ରୋଗୀଙ୍କର ଭାଓଲିନ୍‌ ବଜାଇବା କ୍ଷମତାକୁ ଦେଖି ଡାକ୍ତର ତାଙ୍କ ୪୦ ବର୍ଷର ସଙ୍ଗୀତ ସାଧନାକୁ ରକ୍ଷା କରି ପାରିଛନ୍ତି। ଭାଓଲିନ୍‌ ବଜାଉଥିବା ମହିଳା ଜଣକ ହେଉଛନ୍ତି ୫୩ ବର୍ଷୀୟ ଦାଗମର୍‌ ଟର୍ଣ୍ଣର୍‌। ତାଙ୍କ ମସ୍ତିଷ୍କର ଡାହାଣ ପାର୍ଶ୍ୱରେ ଏକ ଟ୍ୟୁମର ବୃଦ୍ଧି ପାଉଥିବା ସେ ଜାଣିବାକୁ […]

ମୁଣ୍ଡରେ ଟ୍ୟୁମର ଅପରେସନ୍‌ ବେଳେ ଭାଓଲିନ୍‌ ବଜାଇଲେ ରୋଗୀ, ଭିଡିଓ ଭାଇରାଲ୍‌

vioo

Advertisment

ନୂଆଦିଲ୍ଲୀ : ମୁଣ୍ଡରେ ଟ୍ୟୁମର ଅପରେସନ୍‌ ସମୟରେ ବ୍ରିଟିଶ୍‌ ହସ୍ପିଟାଲର ଜଣେ ରୋଗୀ ଭାଇଲିନ୍‌ ବଜାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ରୋଗୀଙ୍କର ଭାଓଲିନ୍‌ ବଜାଇବା କ୍ଷମତାକୁ ଦେଖି ଡାକ୍ତର ତାଙ୍କ ୪୦ ବର୍ଷର ସଙ୍ଗୀତ ସାଧନାକୁ ରକ୍ଷା କରି ପାରିଛନ୍ତି।

Advertisment

ଭାଓଲିନ୍‌ ବଜାଉଥିବା ମହିଳା ଜଣକ ହେଉଛନ୍ତି ୫୩ ବର୍ଷୀୟ ଦାଗମର୍‌ ଟର୍ଣ୍ଣର୍‌। ତାଙ୍କ ମସ୍ତିଷ୍କର ଡାହାଣ ପାର୍ଶ୍ୱରେ ଏକ ଟ୍ୟୁମର ବୃଦ୍ଧି ପାଉଥିବା ସେ ଜାଣିବାକୁ ପାଇଥିଲେ। ଯାହାକୁ ଅପରେସନ୍‌ କରିବା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ମସ୍ତିଷ୍କରେ ଥିବା ଭାଓଲିନ୍‌ ବଜାଇବା କୌଶଳ ଯେପରି କ୍ଷତିଗ୍ରସ୍ତ ନହେଉ ଡାକ୍ତର ସେଥିପ୍ରତି ସଚେତନ ହୋଇଥିଲେ ଏବଂ ଦାଗମର୍‌ଙ୍କୁ ଅପରେସନ୍‌ ସମୟରେ ଭାଓଲିନ୍‌ ବଜାଇବା ପାଇଁ ପରାମର୍ଶ ଦେଇଥିଲେ। ଟ୍ୟୁମର୍‌ ଅପରେସନ୍‌ କରିବା ପୂର୍ବରୁ ପ୍ରଥମେ ଡାକ୍ତର ତାଙ୍କର ମସ୍ତିଷ୍କର ମାପ ନେଇଥିଲେ। ପରେ ଖପୁରୀ ଖୋଲି ସଫଳ ଭାବରେ ଟ୍ୟୁମରକୁ ବାହାର କରିଥିଲେ।

Advertisment

ଏହାକୁ ନେଇ ଡାକ୍ତର କହିଛନ୍ତି, ‘ପ୍ରଥମ ଥର ପାଇଁ ମୁଁ କୌଣସି ରୋଗୀ ଦେଖୁଛି, ଯିଏ ଅପରେସନ୍ ସମୟରେ ଭାଓଲିନ୍ ବଜାଇ ପାରୁଛି। ଆମେ ସଫଳ ଭାବରେ ତାଙ୍କ ମସ୍ତିଷ୍କରୁ ୯୦ ପ୍ରତିଶତ ଟ୍ୟୁମର ବାହାର କରିଦେଇଛୁ। ଅପରେସନ୍‌ ପରେ ତାଙ୍କ ଶରୀରର ସମସ୍ତ ଗତିବିଧିକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ବାମ ହାତ ସମ୍ପୂର୍ଣ୍ଣ ଭବାରେ କାର୍ଯ୍ୟ କରୁଛି।’

ଦାଗମର୍‌ ଟର୍ଣ୍ଣର୍‌ ମଧ୍ୟ ଡାକ୍ତରଙ୍କୁ ଧନ୍ୟବାଦ ଦେଇ କହିଛନ୍ତି, ‘ଭାଓଲିନ୍‌ ବଜାଇବା ମୋ ନିଶା। ୧୦ ବର୍ଷ ବୟସରୁ ମୁଁ ଏହା ବଜାଇ ଆସୁଛି। ଅପରେସନ୍‌ରେ ଭାଓଲିନ୍‌ ବଜାଇବା କୌଶଳ ହରାଇ ବସିଥିଲେ, ମୁଁ ଦୁଃଖରେ ଭାଙ୍ଗି ପଡ଼ିଥାନ୍ତି।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe