Advertisment

'ମୋର ଜନ୍ମ ହେବାର ନଥିଲା' ମା'ଙ୍କ ଡାକ୍ତରଙ୍କୁ କାଠଗଡ଼ାକୁ ଟାଣିଲେ ଯୁବତୀ

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ହେଲା ମରି ମରି ବଞ୍ଚୁଛି। ଅସହ୍ୟ ଯନ୍ତ୍ରଣା ସହି ହେଉନି କି କହି ହେଉନି। ଏପରି ଅଭିଶପ୍ତ ଜୀବନ ବଞ୍ଚିବା ଅପେକ୍ଷା ଦୁନିଆକୁ ନ ଆସିଥିଲେ ଭଲ ହୋଇଥାନ୍ତା। ଏଥିପାଇଁ ମୋତେ ଦୁନିଆକୁ ଆଣିଥିବା ଡାକ୍ତର ହିଁ ଦାୟୀ। ଏଭଳି ନିଜ ଦୁଃଖ ବଖାଣିଛନ୍ତି ଜଣେ ଯୁବତୀ। ଏଥିସହ ତାଙ୍କୁ ଜନ୍ମ କରାଇଥିବା ଡାକ୍ତରଙ୍କୁ ଦୀର୍ଘ ୨୦ ବର୍ଷ ପରେ କାଠଗଡାକୁ ଟାଣିଛନ୍ତି। ଏଭଳି କିଛି ଚକିତ କଲା ଭଳି ଘଟଣା […]

ଅଦ୍ୟତନ ହୋଇଛି
'ମୋର ଜନ୍ମ ହେବାର ନଥିଲା' ମା'ଙ୍କ ଡାକ୍ତରଙ୍କୁ କାଠଗଡ଼ାକୁ ଟାଣିଲେ ଯୁବତୀ

Woman Sues Mom's Doctor

Advertisment

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ହେଲା ମରି ମରି ବଞ୍ଚୁଛି। ଅସହ୍ୟ ଯନ୍ତ୍ରଣା ସହି ହେଉନି କି କହି ହେଉନି। ଏପରି ଅଭିଶପ୍ତ ଜୀବନ ବଞ୍ଚିବା ଅପେକ୍ଷା ଦୁନିଆକୁ ନ ଆସିଥିଲେ ଭଲ ହୋଇଥାନ୍ତା। ଏଥିପାଇଁ ମୋତେ ଦୁନିଆକୁ ଆଣିଥିବା ଡାକ୍ତର ହିଁ ଦାୟୀ। ଏଭଳି ନିଜ ଦୁଃଖ ବଖାଣିଛନ୍ତି ଜଣେ ଯୁବତୀ। ଏଥିସହ ତାଙ୍କୁ ଜନ୍ମ କରାଇଥିବା ଡାକ୍ତରଙ୍କୁ ଦୀର୍ଘ ୨୦ ବର୍ଷ ପରେ କାଠଗଡାକୁ ଟାଣିଛନ୍ତି।

Advertisment

ଏଭଳି କିଛି ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି ବ୍ରିଟେନ୍‌ରୁ। ଏଠାରେ ଜଣେ ୨୦ ବର୍ଷର ଭିନ୍ନକ୍ଷମ ଝିଅ ତାଙ୍କ ମା’ଙ୍କ ଡେଲିଭରି କରାଇଥିବା ଡାକ୍ତରଙ୍କ ନାଁରେ ମକଦ୍ଦମା କରି ଲକ୍ଷ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଛନ୍ତି।

କୌଣସି ପରିସ୍ଥିତିରେ ତାଙ୍କର ଜନ୍ମ ହେବା ଉଚିତ ନଥିଲା। ଡାକ୍ତର ଜଣକ ଏଥିପାଇଁ ତାଙ୍କ ମା'ଙ୍କୁ ଉଚିତ ପରାମର୍ଶ ଦେଇପାରିଥାନ୍ତେ। ସେ ଚାହିଁଥିଲେ ତାଙ୍କ ଜନ୍ମ ରୋକି ପାରିଥା'ନ୍ତେ। କିନ୍ତୁ ଭୁଲ ପରାମର୍ଶ ଲାଗି ତାଙ୍କ ଜନ୍ମ ହୋଇଛି ବୋଲି କହି ଉକ୍ତ ଯୁବତୀ ଜଣକ ଡାକ୍ତରଙ୍କ ବିରୋଧରେ କୋର୍ଟରେ ଅଭିଯୋଗ କରିଛନ୍ତି। ଏବେ ଏହି ମାମଲା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି କ'ଣ ଘଟିଲା ଯେ, ଡାକ୍ତରଙ୍କ ନାଁ ଯୁବତୀ ଜଣକ ଏଭଳି ମକଦ୍ଦମା କରିଛନ୍ତି ବୋଲି ଅନେକଙ୍କ ମନରେ ଏବେ ପ୍ରଶ୍ନ ଉଠିଛି।

Advertisment

General practitioner gets sued by her client's daughter for millions for allowing her birth, World News | wionews.com

ପ୍ରକୃତରେ, ୨୦୦୧ରେ ବ୍ରିଟିଶ ଯୁବତୀ ଏଭି ଟୁମ୍ବସ୍‌ଙ୍କ ଜନ୍ମ ହୋଇଥିଲା। ସେ ଲିପୋମିଏଲୋମେନିଙ୍ଗୋସେଲ ସହିତ ଜନ୍ମଗ୍ରହଣ କରିଥିଲେ। ଏହା ଏକ ପ୍ରକାର ବିକଳାଙ୍ଗତା ଯାହା ଡାକ୍ତରୀ ଭାଷାରେ 'ସ୍ପାଇନା ବିଫିଡା' ଭାବରେ ମଧ୍ୟ ଜଣାଶୁଣା।

ଏଭି ବଡ ହେବା ପରେ ତାଙ୍କ ମା'ଙ୍କୁ ସେ ଗର୍ଭବତୀ ଥିବା ସମୟରେ ଉପଯୁକ୍ତ ଔଷଧ ଦେବାରେ ବିଫଳ ହୋଇଥିବା ନେଇ ଡାକ୍ତର ଫିଲିପ ମିଚେଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଡାକ୍ତର ଉପଯୁକ୍ତ ପରାମର୍ଶ ଦେଇ ନଥିବା ଯୋଗୁଁ ସେ ଏଭଳି ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିବା ନେଇ ସେ କୋର୍ଟରେ ଆବେଦନ କରିଥିଲେ। ଯଦି ଡାକ୍ତର ମିସେଲ ଗର୍ଭଧାରଣ ସମୟରେ ତାଙ୍କ ମା'ଙ୍କୁ ଉପଯୁକ୍ତ ଔଷଧ ଦେଇଥାନ୍ତେ, ତେବେ ସେ ଆଜି ସାଧାରଣ ଜୀବନଯାପନ କରିଥାନ୍ତେ। କିନ୍ତୁ ତାଙ୍କ ଦିବ୍ୟାଙ୍ଗ ଓ ଅସୁସ୍ଥତା ପାଇଁ ଡାକ୍ତର ହିଁ ଦାୟୀ ବୋଲି ସେ କହିଥିଲେ। ଏହି ରୋଗ ଯୋଗୁଁ ଏଭି ଟୁମ୍ବସ୍ ଡାକ୍ତରଙ୍କ ନାଁରେ ଅଭିଯୋଗ କରିବା ସହ କ୍ଷତିପୂରଣ ମଧ୍ୟ ମାଗିଥିଲେ।

କୋର୍ଟରେ ଏବେ ଏହି ମାମଲାର ଶୁଣାଣି ହୋଇଛି। ବିଚାରପତି ରୋଜାଲିଣ୍ଡ କ୍ୟୁସି ଏଭିଙ୍କ ମାମଲାକୁ ସମର୍ଥନ କରି ଲଣ୍ଡନ ହାଇକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଥିସହ ଡାକ୍ତରଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏଭି (ଅଭିଯୋଗ ଆଣିଥିବା ଯୁବତୀ) ଏହି ମାମଲରେ ଏବେ ଲକ୍ଷ ଲକ୍ଷ ପାଉଣ୍ଡର କ୍ଷତିପୂରଣ ପାଇଛନ୍ତି।

ସୂଚନା ମୁତାବକ, ଏଭିଙ୍କ ମା'ଙ୍କ ବୟସ ବର୍ତ୍ତମାନ ୫୦ ବର୍ଷ। ସେ ୩୦ ବର୍ଷ ବୟସରେ ଡାକ୍ତର ମିଶେଲଙ୍କ ଠାରୁ ନିଜ ଡେଲିଭରି କରାଇଥିଲେ। ସେତେବେଳେ ଡାକ୍ତର ମିସେଲ ଏଭିଙ୍କ ମା'ଙ୍କୁ ଫ୍ଲୋରିକ୍‌ ଏସିଡ୍‌ ଖାଇବା ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ ସ୍ପାଇନା ବିଫିଡା ରୋକିବା ବାବଦରେ କୌଣସି ପରାମର୍ଶ ଦେଇନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe