/odisha-reporter/media/post_attachments/uploads/2019/06/11-2.jpg)
11
ବର୍ଲିନ୍: ଆମେ ସମୁଦ୍ର ବାଲିରେ ଖେଳିଲା ବେଳେ ବାଲିର ଘର ତିଆରି କରୁ। ଆପଣ ଯଦି ଘର ତିଆରି କରିବେ କେତେ ବଡ଼ କରିପାରିବେ। ମହଲ୍ ଭଳି କରିବା ଆଗରୁ ତାହା ଭାଙ୍ଗିଯିବ। କିନ୍ତୁ ଜର୍ମାନୀର କଳାକାର ଏପରି ଏକ ବାଲିର ମହଲ ତିଆରି କରିଛନ୍ତି, ଯାହା ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ଏହା ହେଉଛି ଦୁନିଆର ସବୁଠାରୁ ବଡ଼ ବାଲିର ମହଲ୍।
Advertisment
ବାଲ୍ଟିକ୍ ସାଗରସ୍ଥିତ ରିଜୋର୍ଟ ଟାଉନ୍ରେ କିଛି କଳାକାର ମିଶି ୧୭.୬୬ ମିଟର୍ ମାନେ ୫୭.୯୪ ଫୁଟ୍ ଉଞ୍ଚତାର ଏହି ବାଲିର ମହଲ୍ ତିଆରି କରିବାରେ ସଫଳତା ହାସଲ୍ କରିଛନ୍ତି। ଅନେକ ଦିନ ଆଗରୁ ସେମାନେ ଏହାର ସଫଳ ରୂପ ଦେବାକୁ ଚେଷ୍ଟା କରିଆସୁଥିଲେ, ଯାହା ଏବେ ସଫଳ ହୋଇଛି।
https://twitter.com/GWR/status/1136695740657545216
ଏହି ମହଲ୍ ବା କିଲ୍ଲାକୁ ତିଆରି କରିବା ପାଇଁ ୧୧ ଟନ୍ ବାଲି ଲାଗିଥିଲା। ମେ’ ମାସରେ ଏହି ମହଲ୍କୁ ତିଆରି କରିବା କାମ ଆରମ୍ଭ କରାଯାଇଥିଲା। ଜୁନ୍ରେ ଏହାର କାମ ସରିବା ପରେ ଗିନିଜ୍ ଅକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
