Advertisment

ନାଗିନ୍‌ ଡ୍ୟାନ୍ସ କରୁଥିଲେ, ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: କୁହାଯାଏ, ମୃତ୍ୟୁ କେତେବେଳେ ଆସି ଦୁଆର ବାଡ଼େଇବ ତାହା କିଏ କହିପାରିବ! ଅର୍ଥାତ ଏ ଜୀବନ କ୍ଷଣସ୍ଥାୟୀ, ଆଜି ଅଛି ତ କାଲିକୁ ନାହିଁ। ମୃତ୍ୟୁ ଏକ ଏମିତି ଅତିଥି ଯିଏ ବିନା ନିମନ୍ତ୍ରଣରେ ଚାଲିଆସେ। ଅନେକ ସମୟରେ ଏହା ଆକସ୍ମିକ ଢଙ୍ଗରେ ଆସି ପହଂଚିଯାଏ। ଏମିତି ଏକ ଆକସ୍ମିକ ମୃତ୍ୟୁର ସାମ୍ନା କରିଛନ୍ତି ମଧ୍ୟପ୍ରଦେଶର ସିବନୀ ଜିଲ୍ଲାର ଜଣେ ଯୁବକ। ଗଣେଶ ବିସର୍ଜନ ସମୟରେ ଜଣେ ଯୁବକ ନାଚୁଥିଲେ। ଖୁସିରେ ବିଭୋର ହୋଇ ସେ […]

author-image
Biswobandita Swain
ଅଦ୍ୟତନ ହୋଇଛି
ନାଗିନ୍‌ ଡ୍ୟାନ୍ସ କରୁଥିଲେ, ଉଡ଼ିଗଲା ପ୍ରାଣବାୟୁ

Spear_3776777

ନୂଆଦିଲ୍ଲୀ: କୁହାଯାଏ, ମୃତ୍ୟୁ କେତେବେଳେ ଆସି ଦୁଆର ବାଡ଼େଇବ ତାହା କିଏ କହିପାରିବ! ଅର୍ଥାତ ଏ ଜୀବନ କ୍ଷଣସ୍ଥାୟୀ, ଆଜି ଅଛି ତ କାଲିକୁ ନାହିଁ। ମୃତ୍ୟୁ ଏକ ଏମିତି ଅତିଥି ଯିଏ ବିନା ନିମନ୍ତ୍ରଣରେ ଚାଲିଆସେ। ଅନେକ ସମୟରେ ଏହା ଆକସ୍ମିକ ଢଙ୍ଗରେ ଆସି ପହଂଚିଯାଏ। ଏମିତି ଏକ ଆକସ୍ମିକ ମୃତ୍ୟୁର ସାମ୍ନା କରିଛନ୍ତି ମଧ୍ୟପ୍ରଦେଶର ସିବନୀ ଜିଲ୍ଲାର ଜଣେ ଯୁବକ।

Advertisment

ଗଣେଶ ବିସର୍ଜନ ସମୟରେ ଜଣେ ଯୁବକ ନାଚୁଥିଲେ। ଖୁସିରେ ବିଭୋର ହୋଇ ସେ ନାଚିବା ସମୟରେ ତାଙ୍କର ମୃତ୍ୟୁ ଘଚିଛି। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଭିଡିଓରେ ଯାହା ଦେଖିବାକୁ ମିଳୁଛି ଜଣେ ଯୁବକ ନାଗିନ୍‌ ଡ୍ୟାନ୍ସ କରୁଛନ୍ତି। କେବଳ ସେ ନାଚୁନାହାନ୍ତି ତାଙ୍କ ସହ ଆଉ ଜଣେ ଯୁବତୀ ମଧ୍ୟ ନାଚୁଛନ୍ତି। ଏହି ନାଚିବା ସମୟରେ ଯୁବକ ଜଣଙ୍କ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡ ତଳେ ମାଡ଼ ହେବାପରେ ସେ ବେହୋସ୍‌ ହୋଇଯାଇଥିବାର ଭିଡିଓରେ ଦେଖିବାକୁ ମିଳିଥିଲା।

Advertisment

ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ତୁରନ୍ତ ପୋଲିସ୍‌କୁ ଫୋନ୍ କରି ସୂଚନା ଦେଇଥିଲେ। ପୁଲିସ ପହଂଚିବା ବେଳକୁ ଯୁବକଙ୍କ ପ୍ରାଣବାୟୁ ଉଡ଼ିସାରିଥିଲା। ପୋଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଯୁବକ ଜଣଙ୍କ ହେଲେ ମଧ୍ୟ ପ୍ରଦେଶର କାଟିଆଁ ଗାଁର ଗୁରୁଚରଣ।

https://twitter.com/manishjha11/status/1172705850902732800