Advertisment

ଖୁବଶୀଘ୍ର ଡେବ୍ୟୁ କରିବେ ଧୋନିଙ୍କ ଝିଅ!

ମୁମ୍ବାଇ: ଖୁବଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ଭାତରୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା । ବିଜ୍ଞାପନ ଦୁନିଆର ବାଦଶାହ ଥିବା କ୍ୟାପଟେନ କୁଲ ଧୋନିଙ୍କ ପରେ ଏବେ ତାଙ୍କ ଝିଅ ପ୍ରଥମକରି ବିଜ୍ଞାପନ ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଜିଭା ଏବଂ ଏମଏସ ଧୋନି ଓରିଓ ଡାର୍କ ଚକୋଲେଟ ବିସ୍କୁଟ ବିଜ୍ଞାପନରେ ନଜର ଆସିବେ। ଏ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ନିକଟରେ ଓରିଓ ତା’ର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଖୁବଶୀଘ୍ର ଡେବ୍ୟୁ କରିବେ ଧୋନିଙ୍କ ଝିଅ!

zibha

ମୁମ୍ବାଇ: ଖୁବଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ଭାତରୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା । ବିଜ୍ଞାପନ ଦୁନିଆର ବାଦଶାହ ଥିବା କ୍ୟାପଟେନ କୁଲ ଧୋନିଙ୍କ ପରେ ଏବେ ତାଙ୍କ ଝିଅ ପ୍ରଥମକରି ବିଜ୍ଞାପନ ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି ।

Advertisment

ଖୁବଶୀଘ୍ର ଜିଭା ଏବଂ ଏମଏସ ଧୋନି ଓରିଓ ଡାର୍କ ଚକୋଲେଟ ବିସ୍କୁଟ ବିଜ୍ଞାପନରେ ନଜର ଆସିବେ। ଏ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ନିକଟରେ ଓରିଓ ତା’ର ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରିଛି । ଏଥିରେ ଧୋନି ଏବଂ ତାଙ୍କ ଝିଅ ଜିଭାଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହି ଭିଡିଓ ଶେଆର କରି ଓରିଓ କହିଛି, “ଆମ ଟିମ ସହ ଜଣେ ନୂଆ ସଦସ୍ୟ ଯୋଡି ହେବାକୁ ଯାଉଛନ୍ତି, ଆପଣମାନେ ଅନୁମାନ ଲଗାନ୍ତୁ ସେ କିଏ? କ୍ୟାପଟେନ ଏବଂ ଅଫ କ୍ୟାପଟେନ ଏହି ଖେଳ ପାଇଁ ଆମକୁ ରିପୋର୍ଟିଂ କରୁଛନ୍ତି ।”

Advertisment


ଓରିଓ ଶେଆର କରିଥିବା ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜିଭା ଧୋନି ବିଜ୍ଞାପନ ଦୁନିଆରେ ଡେବ୍ୟୁ କରିପାରନ୍ତି ବୋଲି ଶୁଣିବାକୁ ମିଳିଛି ।  ସେପଟେ କିନ୍ତୁ ଧୋନି ଏନେଇ କିଛି ସ୍ପଷ୍ଟ କରିନାହାନ୍ତି ।

ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ଏମଏସ୍ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ଅଧିକାଂଶ ସମୟ ନିଜ ପରବାର ସହ ବିତାଉଛନ୍ତି । ଆଇପିଏଲ-୨୦୨୦ରେ ନିରାଶାଜନକ ପ୍ରଦର୍ଶନକୁ ଭୁଲି ଏବେ ସେ ସପରିବାର ସହ ଦୁବାଇରେ ଛୁଟି ବିତାଉଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ଧୋନି ବିଜ୍ଞାପନ ଦୁନିଆର ପ୍ରଥମ ପସନ୍ଦ ପାଲଟିଯାଇଛନ୍ତି ।