ଭାଇରାଲ୍‌ ହେଉଛି ଜୋମାଟୋ ଡେଲିଭରି ବୟଙ୍କ ଗୀତ ଗାଇବା ଭିଡିଓ

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଜଣେ ଜୋମାଟୋ ବୟ ଗୁଜରାଟର ବନ୍ୟା ପାଣିରେ ପଶି ଡେଲିଭରି ଦେବା ଭିଡିଓ ଭାଇରାଲ୍‌ ହୋଇଥିଲା। ଏବେ ଆଉ ଜଣେ ଜୋମାଟୋ ଡେଲିଭରି ବୟଙ୍କ ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓରେ ଡେଲିଭରି ବୟ ଜଣକ ଫିଲ୍ମ ‘ଚିତ୍‌ଚୋର୍‌’ର ‘ଗୋରି ତେରା ଗାଓଁ ବଡ଼ା ପ୍ୟାରା’ ଗୀତ ଗାଉଛନ୍ତି। ଗୀତ ଗାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ପ୍ରାଣଜିତ୍‌ ହାଲୋଇ। ସେ ତାଙ୍କ ମଧୁର କଣ୍ଠର ଯାଦୁରେ ସମସ୍ତଙ୍କ ମନ ମୋହିଛନ୍ତି। ଏହି ଭିଡିଓଟି […]

zomato

Chinmayee Roy
  • Published: Monday, 19 August 2019
  • , Updated: 19 August 2019, 02:46 PM IST

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଜଣେ ଜୋମାଟୋ ବୟ ଗୁଜରାଟର ବନ୍ୟା ପାଣିରେ ପଶି ଡେଲିଭରି ଦେବା ଭିଡିଓ ଭାଇରାଲ୍‌ ହୋଇଥିଲା। ଏବେ ଆଉ ଜଣେ ଜୋମାଟୋ ଡେଲିଭରି ବୟଙ୍କ ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓରେ ଡେଲିଭରି ବୟ ଜଣକ ଫିଲ୍ମ ‘ଚିତ୍‌ଚୋର୍‌’ର ‘ଗୋରି ତେରା ଗାଓଁ ବଡ଼ା ପ୍ୟାରା’ ଗୀତ ଗାଉଛନ୍ତି।

ଗୀତ ଗାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ପ୍ରାଣଜିତ୍‌ ହାଲୋଇ। ସେ ତାଙ୍କ ମଧୁର କଣ୍ଠର ଯାଦୁରେ ସମସ୍ତଙ୍କ ମନ ମୋହିଛନ୍ତି। ଏହି ଭିଡିଓଟି ଅନିର୍ବାନ୍ ଚକ୍ରବର୍ତ୍ତୀ ନାମକ ଜଣେ ଗ୍ରାହକ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ୍‌ କରିବା ପରେ ଏହା ଭାଇରାଲ୍‌ ହୋଇଯାଇଛି।

ଅନିର୍ବାନ୍‌ ଜୋମାଟୋରୁ ଖାଦ୍ୟ ଅର୍ଡର କରିଥିଲେ। ଡେଲିଭରି ବୟ ପ୍ରାଣଜିତଙ୍କ ପ୍ରୋଫାଇଲ୍‌ରୁ ଜଣାପଡ଼ିଥିଲା ଯେ ସେ ଜଣେ ଗାୟକ ହେବାକୁ ଚାହାନ୍ତି। ଏହାପରେ ସେ ଯେତେବେଳେ ତାଙ୍କ ଘରେ ଖାଦ୍ୟ ନେଇ ପହଞ୍ଚିଲେ ଅନିର୍ବାନ୍ ତାଙ୍କୁ ଗୋଟିଏ ଗୀତ ଗାଇବାକୁ ଅନୁରୋଧ କରିଥିଲେ।

ପ୍ରାଣଜିତ୍‌ ଗୀତ ଗାଇବା ବେଳେ ଅନିର୍ବାନ୍ ଏହାର ଭିଡିଓ ରେକର୍ଡିଂ କରି ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ। ଏହି ଭିଡିଓଟିକୁ ବର୍ତ୍ତମାନସୁଦ୍ଧା ୧୦ ହଜାରରୁ ଅଧିକ ଥର ଶେଆର କରାଯାଇଛି। ସେହିଭଳି ଏହାକୁ ୧୩ ହଜାରରୁ ଅଧିକ ଥର ଦେଖାସରିଲାଣି। ସମସ୍ତେ ପ୍ରାଣଜିତଙ୍କର ମଧୁର କଣ୍ଠକୁ ବେଶ୍ ପସନ୍ଦ କରୁଛନ୍ତି।

https://www.facebook.com/anirban.cha/videos/2558365087528921/

 

Related story