Advertisment

କିଡନୀ ଖରାପ ବୋଲି ସ୍ତ୍ରୀ କରିଦେଲା ପର; ଭେଣ୍ଡିଆ ପୁଅର ଆଶାବାଡ଼ି ସାଜିଛି ବୃଦ୍ଧା ମା’

ସ୍ତ୍ରୀ କରିଦେଲା ପର। ପୁଅର ଲୁହ ପୋଛୁଛି ମା’ ପଣତ।

ଅଦ୍ୟତନ ହୋଇଛି
chandbali

chandbali

Advertisment

ସ୍ୱାମୀର କିଡନୀ ଦୁଇଟି ଖରାପ ହୋଇଗଲା ବୋଲି ଛାଡ଼ି ପଳାଇଲା ସ୍ତ୍ରୀ। ବିଛଣାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ସ୍ୱାମୀ। ଭେଣ୍ଡିଆ ପୁଅକୁ ଏମିତି ଅବସ୍ଥାରେ ଦେଖି ନିଃସହାୟ ବୋଲି ଲୁହ ବି ଝରାଇ ପାରୁନି ବୁଢ଼ୀ ମାଆ। ସ୍ୱାମୀର ଏପରି ଅବସ୍ଥାରେ ସ୍ତ୍ରୀ ସିନା ଛାଡ଼ି ପଳାଇଲା ହେଲେ ସେ ପରା ମାଆ। ପୁଅକୁ ଏଭଳି ଅବସ୍ଥାରେ ଏକା କରିଦେବ କେମିତି? ପାଖେ ପାଖେ ରହି ପୁଅର ସେବା କରୁଛି। ପୁଅ ପାଇଁ ୬୨ ବର୍ଷୀୟ ବୃଦ୍ଧା ମା’ ସାଜିଛି ଆଶବାଡ଼ି। ପୁଅକୁ ଭଲ କରିଦେବା ପାଇଁ ସରକାରଙ୍କ ପାଖରେ ଗୁହାରୀ କରିଛି। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ। 

Advertisment

ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତ ବାଲିସାହି ଗ୍ରାମରେ ଦୈତାରୀ ଦାସ। ବୟସ ୩୫ ବର୍ଷ ହେବ। ଦୁଇଟି କିଡନୀ ନଷ୍ଟ ହେବା ପରେ ପ୍ରାୟ ୭ ମାସ ହେବ ବିଛଣାରେ ପଡ଼ି ରହିଛନ୍ତି। ଦୈତାରୀ ବିଵାହ କରିଥିଲେ। ନିଜ ସ୍ତ୍ରୀ ,ବୃଦ୍ଧା ମା’ ଓ ସାନ ଭାଇକୁ ନେଇ ତାଙ୍କର ହସ ଖୁସିର ସଂସାର ଥିଲା। ହଠାତ୍ ତାଙ୍କର ଏହି ହସଖୁସିର ସଂସାର ଉପରେ କାହାର ଯେପରି ନଜର ଲାଗିଗଲା। ଦୈତାରୀ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ନେଇ ଡାକ୍ତରଖାନାରେ ଦେଖାଇଥିଲେ। ଡାକ୍ତର ପରୀକ୍ଷା ନୀରିକ୍ଷା କରିବା ପରେ ଦୈତାରୀଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଛି ବୋଲି କହିଥିଲେ। ଏହା ଶୁଣି ସ୍ତ୍ରୀ ରୋଗିଣା ସ୍ୱାମୀଙ୍କୁ ଛାଡ଼ି ବାପ ଘରକୁ ପଳାଇଗଲା।

ଦୈତାରୀ ଏବେ ଶଯ୍ୟାଶାୟୀ। ହୁଇଲ ଚ୍ୟାୟାର ସାହାଯ୍ୟରେ ଯିବା ଆସିବା କରୁଛନ୍ତି। ବୃଦ୍ଧା ମା’ ରାତି ଦିନ ପୁଅର ସେବା କରୁଛନ୍ତି। ଯାହା ଟଙ୍କା ପଇସା ଥିଲା ପୁଅ ପାଇଁ ଖର୍ଚ୍ଚ କଲେ। ହେଲେ ପୁଅର ରୋଗ ଭଲ ହୋଇନଥିଲା। ପୁଅକୁ ଭଲ କରିବା ପାଇଁ ସରକାରଙ୍କ ପକ୍ଷରୁ ମିଳିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡର ସହାଯ୍ୟ ନେଇଥିଲେ। ହେଲେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମିଳୁଥିବା ପଇସା ଦୈତାରୀଙ୍କ ପାଇଁ ନିଅଣ୍ଟ ହେବ ବୋଲି ତାଙ୍କ ମା’ କହିଛନ୍ତି। ପୁଅର ରୋଗ ଭଲ କରିବା ପାଇଁ ଅଧିକ ଟଙ୍କା ଆବଶ୍ୟକ ରହିଛି। ସରକାର ସାହାଯ୍ୟ କଲେ ପୁଅର ରୋଗ ଭଲ ହୋଇପାରିବ ବୋଲି ଦୈତାରୀ ମା’ ସରକାରଙ୍କ ପାଖରେ ଗୁହାରୀ କରିଛନ୍ତି।

Advertisment

ଦୈତାରୀଙ୍କ ସାନ ଭାଇ କହିଛନ୍ତି, ବାପା ୫ ବର୍ଷ ହେଲା ଆମକୁ ଛାଡ଼ି ଚାଲିଗଲେ। ମୋ ଭାଇର କିଡନୀ ଦୁଇଟି ଖରାପ ହୋଇଯାଇଛି। ମୋ ଭାଇ ଚିକିତ୍ସା ପାଇଁ ଅଧିକ ଟଙ୍କା ଲାଗିବ। ସରକାର ସାହାଯ୍ୟ କଲେ ମୋ ଭାଇ ଭଲ ହୋଇଯିବ।

ଦୋସିଙ୍ଗା ପଞ୍ଚାୟତର ସରପଞ୍ଚ ରାମକୃଷ୍ଣ ଜେନା କହିଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଯେତିକି ସୁବିଧା ମିଳିବା କଥା, ତାହା ତାଙ୍କୁ ମିଳିଛି। ଅଧିକ ଚିକିତ୍ସା ପାଇଁ ଟଙ୍କା ଆବାଶ୍ୟକ ରହିଛି। ସରକାର ଓ କୌଣସି ସେଚ୍ଛସେବୀ ସଂଗ୍ରଠନ ସାହାଯ୍ୟ କଲେ ଦୈତାରୀଙ୍କର ଚିକିତ୍ସା ହୋଇ ପାରିବ।

Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe