Advertisment

ଦୁଇ ବର୍ଷରେ ଦେଶରୁ ନିଖୋଜ ହୋଇଯାଇଛନ୍ତି ୧୩.୧୩ ଲକ୍ଷ ମହିଳା, ତାଲିକାର ଚତୁର୍ଥ ସ୍ଥାନରେ ଓଡ଼ିଶା

ଓଡ଼ିଶାରେ ଏହି ୩ ବର୍ଷ ଭିତରେ ୭୦ ହଜାର ୨୨୨ ଜଣ ମହିଳା ଓ ୧୬ ହଜାର ୬୪୯ ଝିଅ ନିଖୋଜ ହୋଇଛନ୍ତି।

ଅଦ୍ୟତନ ହୋଇଛି
Representational Image

Representational Image

Advertisment

୨୦୧୯ରୁ ୨୦୨୧ ଭିତରେ ଦେଶରେ ନିଖୋଜ ହୋଇଯାଇଛନ୍ତି ୧୩.୧୩ ଲକ୍ଷରୁ ଅଧିକ ମହିଳା। ଯାହା ଭିତରେ ଅଧିକ ସଂଖ୍ୟକ ମହିଳା ମଧ୍ୟପ୍ରଦେଶର ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ପଶ୍ଚିମବଙ୍ଗ ରହିଛି ଓ ଚତୁର୍ଥ ସ୍ଥାନରେ ଓଡ଼ିଶା ରହିଛି। ଗତ ସପ୍ତାହରେ ସଂସଦରେ ଉପସ୍ଥାପିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ ୧୮ ବର୍ଷରୁ ଅଧିକ ବୟସ୍କ ୧୦ ଲକ୍ଷ ୬୧ ହଜାର ୬୪୮ ମହିଳା ଓ ଏହାଠାରୁ କମ୍ ବୟସ୍କ ୨ ଲକ୍ଷ ୫୧ ହଜାର ୪୩୦ ଝିଅ ନିଖୋଜ ହୋଇଯାଇଛନ୍ତି।

Advertisment

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆରବି) ଏହି ରିପୋର୍ଟ ପ୍ରସ୍ତୁତ କରିଛି। ମଧ୍ୟପ୍ରଦେଶରେ ଏହି ଦୁଇବର୍ଷ ଭିତରେ ୧ ଲକ୍ଷ ୬୦ ହଜାର ୧୮୦ ମହିଳା ଓ ୩୮ ହଜାର ୨୩୪ ଝିଅ ନିଖୋଜ ହୋଇଛନ୍ତି। ଯେତେବେଳେ କି ଏହି ସମୟ ଭିତରେ ପଶ୍ଚିମବଙ୍ଗରେ ୧ ଲକ୍ଷ ୫୬ ହଜାର ୯୦୫ ମହିଳା ଓ ୩୬ ହଜାର ୩୦୬ ଝିଅ ନିଖୋଜ ହୋଇଛନ୍ତି। ମହାରାଷ୍ଟ୍ରରେ ଏହି ସମୟ ଭିତରେ ୧ଲକ୍ଷ ୭୮ ହଜାର ୪୦୦ ମହିଳା ନିଖୋଜ ହୋଇଥିବା ବେଳେ ୧୩ ହଜାର ୩୩ ଝିଅ ନିଖୋଜ ହୋଇଛନ୍ତି।

ଓଡ଼ିଶାରେ ଏହି ୨ ବର୍ଷ ଭିତରେ ୭୦ ହଜାର ୨୨୨ ଜଣ ମହିଳା ଓ ୧୬ ହଜାର ୬୪୯ ଝିଅ ନିଖୋଜ ହୋଇଛନ୍ତି। ଛତିଶଗଡ଼ରେ ଏହି ଅବଧି ଭିତରେ ୪୯ ହଜାର ୧୧୬ ମହିଳା ଓ ୧୦ ହଜାର ୮୧୭ ଝିଅ ନିଖୋଜ ହୋଇଛନ୍ତି।

Advertisment

କେନ୍ଦ୍ର ଶାସିତ ରାଜ୍ୟ ତାଲିକାକୁ ଦେଖିଲେ ଦିଲ୍ଲୀରେ ମହିଳାଙ୍କ ନିଖୋଜ ସଂଖ୍ୟା ଅଧିକ। ଏହି ସମୟ ଭିତରେ ଦେଶର ରାଜଧାନୀରେ ୬୧ ହଜାର ୫୪ ମହିଳା ଓ ୨୨ ହଜାର ୯୧୯ ଝିଅ ନିଖୋଜ ହୋଇଛନ୍ତି। ଯେତେବେଳେ କି ଜମ୍ମୁ କଶ୍ମୀରରେ ୮ ହଜାର ୬୧୭ ଝିଅ ନିଖୋଜ ହୋଇଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାର କହିଛନ୍ତି ଯେ ଦେଶରେ ମହିଳାଙ୍କ ସୁରକ୍ଷା ନିମେନ୍ତ ଅନେକ ପଦକ୍ଷେପ ନେଇଛନ୍ତି। ଯେପରିକି ଯୌନ ଅପରାଧ ରୋକିବାକୁ ଅପରାଧିକ ଆଇନ(ସଂଶୋଧନ) ଅଧିନିୟମ ୨୦୧୩। ଏହାଛଡ଼ା ଅପରାଧିକ ଆଇନ(ସଂଶୋଧନ) ଅଧିନିୟମ, ୨୦୧୮ ଅନ୍ତର୍ଗତ ୧୨ ବର୍ଷରୁ କମ୍ ଝିଅଙ୍କୁ ବଳାତ୍କାର ମାମଲାରେ ଦୋଷୀକୁ ମୃତ୍ୟୁ ଦଣ୍ଡ ସହିତ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି।

ଅଧିନିୟମରେ ବଳାତ୍କାର ମାମଲାରେ ଦୁଇ ମାସ ଭିତରେ ଯାଞ୍ଚ ଶେଷ କରିବା ଓ ଚାର୍ଜସିଟ୍‌ ଦାଖଲ କରିବା ଏବଂ ଏହାର ଦୁଇମାସ ଭିତରେ କୋର୍ଟ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ସରକାର ମଧ୍ୟ ଜରୁରୀକାଳୀନ ଅଭିଯୋଗ ସହାୟତା ପ୍ରଣାଳୀ ଆରମ୍ଭ କରିଛନ୍ତି। ଜାତୀୟ ତଥା ଅନ୍ତଃରାଷ୍ଟ୍ରୀୟସ୍ତରରେ ସବୁପ୍ରକାର ବିପଦଜନକ ସ୍ଥିତିରେ ସହାୟତା ନିମନ୍ତେ ୧୧୨ ସହାୟତା ଫୋନ୍ ନମ୍ୱର ଏହି ପ୍ରଳାଳୀ ଅନ୍ତର୍ଗତ ଜାରି କରାଯାଇଛି। ଏହା ଜରିଆରେ ଲୋକଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚା ଯାଇପାରିବ।

ସ୍ମାର୍ଟ ପୁଲିସିଂ ଏବଂ ସୁରକ୍ଷା ସଂସ୍ଥାରୁ ସହାୟତା ପାଇବା ନିମନ୍ତେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ପ୍ରଥମ ପ୍ରର୍ଯ୍ୟାୟରେ ୮ ସହର ଯଥା ଅହମଦାବାଦ୍, ବେଙ୍ଗଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ୍, କୋଲକାତା, ଲକ୍ଷ୍ନୌ ଏବଂ ମୁମ୍ୱାଇରେ ସୁରକ୍ଷିତ ସହର ଯୋଜନାକୁ ମଞ୍ଜୁରୀ ଦିଆଯାଇଛି।

ଗୃହ ମନ୍ତ୍ରଣାଳୟ ନାଗରିକମାନଙ୍କ ପାଇଁ ୨୦ ଡିସେମ୍ୱର ୨୦୧୮ ଠାରୁ ସାଇବର କ୍ରାଇମ୍‌ ଅଭିଯୋଗ ଦେବା ନିମନ୍ତେ ଏକ ପୋଟାଲ ମଧ୍ୟ ଖୋଲିଛି। ଗୃହ ମନ୍ତ୍ରଣାଳୟ ଆଇନ କାର୍ଯ୍ୟକାରୀ ଏଜେନ୍ସିମାନଙ୍କ ଦ୍ୱାରା ଦେଶ ସାରା ଯୌନ ଅପରାଧର ଯାଞ୍ଚ ଏବଂ ଟ୍ରାକିଂ ସୁବିଧା ନିମନ୍ତେ ୨୦ ଡିସେମ୍ୱର ୨୦୧୮ରୁ ଅପରାଧୀଙ୍କ ଉପରେ ରାଷ୍ଟ୍ରୀୟ ଡାଟାବେସ୍‌ ମଧ୍ୟ ଲାଗୁ କରିଛି।

India Crime Women's Voice
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe